କଟକ ଦଖଲ କରିବ କଂଗ୍ରେସ: ସାଂସଦ ପ୍ରାର୍ଥୀ ସୁରେଶ ମହାପାତ୍ର - Odisha Lok Sabha Election 2024 - ODISHA LOK SABHA ELECTION 2024
🎬 Watch Now: Feature Video


Published : Apr 29, 2024, 10:06 AM IST
Congress Cuttack Lok Sabha Candidate Suresh Mohapatra: କଟକ: କଟକ ସଂସଦୀୟ କ୍ଷେତ୍ର ପାଇଁ କଂଗ୍ରେସ ପ୍ରାର୍ଥୀ ହେଲେ ସୁରେଶ ମହାପାତ୍ର । ଏନେଇ AICC ପକ୍ଷରୁ ଜାରି କରାଯାଇଛି ନୋଟିସ । ବରିଷ୍ଠ କଂଗ୍ରେସ ନେତା ସୁରେଶ ମହାପାତ୍ରଙ୍କୁ ଦଳ କଟକ ଲୋକସଭା ପ୍ରାର୍ଥୀ ଘୋଷଣା କରିଛି । ଏହି ଆସନ ପାଇଁ କଂଗ୍ରେସର ଅନେକ ନେତାଙ୍କ ନାଁ ଚର୍ଚ୍ଚାକୁ ଆସି ଥିବା ବେଳେ ସୁରେଶ କିନ୍ତୁ ରେସରେ ଆଗରେ ଥିଲେ ଏବଂ ଶେଷରେ ସୁରେଶ ମହାପାତ୍ରଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରିଛି ।
କଟକ ସଂସଦୀୟ ଆସନ ପାଇଁ ବିଜେଡି ସଂତୃପ୍ତ ମିଶ୍ର ଓ ବିଜେପି ଭତ୍ତୃହରି ମହତାବଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରି ସାରିଛି ଉଭୟ ବିଜେଡି ଓ ବିଜେପି ଦଳ । ଏବେ ବରିଷ୍ଠ କଂଗ୍ରେସ ନେତା ସୁରେଶ ମହାପାତ୍ର ମୈଦାନକୁ ଆସିବା ପରେ ଲଢେଇ ତ୍ରିମୁଖୀ ହେବ ବୋଲି ଚର୍ଚ୍ଚା ହେଉଛି । ସେପଟେ ଜିଲ୍ଲାରେ ବିଭିନ୍ନ ପ୍ରସଙ୍ଗ ରହିଛି ଏବଂ ସେହି ପ୍ରସଙ୍ଗ ଗୁଡିକୁ ନେଇ ସେ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ସୁରେଶ ମହାପାତ୍ର । ଦୀର୍ଘବର୍ଷ ଧରି କଂଗ୍ରେସ ସହ ହାତ ମିଶାଇ ଚାଲିଛନ୍ତି ସୁରେଶ ମହାପାତ୍ର । ଦୁଇ ହେଭିୱେଟଙ୍କୁ ପଛରେ ପକାଇ ଏହି ନିର୍ବାଚନରେ କଟକରୁ ବାଜିମାତ କରିବା ଆଶାରେ ରହିଛନ୍ତି ସୁରେଶ ମହାପାତ୍ର ।
ଇଟିଭି ଭାରତ, କଟକ