ETV Bharat / international

ଜଣଙ୍କୁ ନିପାତ କଲା ଇସ୍ରାଏଲ, ଜନ୍ମ ନେଲେ ଶହ ଶହ ନସରହ୍ଲା ! - Iran Israel war

100 newborns named Nasrallah in Iraq : ଇସ୍ରାଏଲ ଓ ଇରାନ ମଧ୍ୟରେ ଜାରି ରହିଛି ଯୁଦ୍ଧ ସ୍ଥିତି । ହିଜବୁଲ୍ଲା ମୁଖ୍ୟ ନସରହ୍ଲା ମୃତ୍ୟୁ ପରେ ଇରାକରେ ଜନ୍ମ ନେଲେ ଶହ ଶହ ନସରାହ୍ଲା । ପଢନ୍ତୁ ପୂରା ଖବର

Etv Bharat
Etv Bharat (Etv Bharat)
author img

By ETV Bharat Odisha Team

Published : Oct 3, 2024, 12:49 PM IST

ହାଇଦ୍ରାବାଦ: ଅସ୍ଥିର ମଧ୍ୟପ୍ରାଚ୍ୟ । ଇସ୍ରାଏଲ ଓ ଲେବନନ ମଧ୍ୟରେ ଜାରି ରହିଛି ଘମାସାନ ଲଢେଇ । ଲେବନନ ରାଜଧାନୀ ବେରୁତରେ ଦୁର୍ଦ୍ଦଷ ଆତଙ୍କୀ ସଂଗଠନ ‘ହିଜବୁଲ୍ଲା’ର ମୁଖ୍ୟ ହାସନ ନସରାହ୍ଲାକୁ ଇସ୍ରାଏଲ ନିପାତ କରିବା ପରେ ସ୍ଥିତି ଆହୁରି ଅଣାୟତ ହୋଇଛି । ହିଜବୁଲ୍ଲାକୁ ନିରନ୍ତର ପୃଷ୍ଠପୋଷକତା ଯୋଗାଉଥିବା ଇରାନ ଇସ୍ରାଏଲ ଉପରେ ଆକ୍ରମଣ କରିଛି । ନସରଲ୍ଲାକୁ ନିପାତ କରି ଆତଙ୍କୀ ବିରୋଧୀ ଅପରେସନରେ ଇସ୍ରାଏଲ ବଡ ସଫଳତା ହାସଲ କରିଥିବା ବେଳେ ଏହାରି ମଧ୍ୟରେ ଜନ୍ମ ନେଇଛନ୍ତି ଶହ ଶହ ନସରାହ୍ଲା । କାରଣ ନସରହ୍ଲାର ମୃତ୍ୟୁରେ ଶ୍ରଦ୍ଧାଞ୍ଜଳି ଜଣାଇ ଲେବନନ ଓ ଇରାକରେ ଜନ୍ମ ନେଇଥିବା ଶତାଧିକ ନବଜାତ ଶିଶୁଙ୍କ ନାମ ନସରଲ୍ଲା ରଖାଯାଇଛି ।

  • 100 ନବଜାତ ଶିଶୁଙ୍କ ନାମ ହାସନ ନସରାହ୍ଲା:

ଇରାକ ସ୍ବାସ୍ଥ୍ୟ ବିଭାଗ କହିବା ଅନୁୟାୟୀ, ଇସ୍ରାଏଲ ଏୟାରଷ୍ଟ୍ରାଇକରେ ହିଜବୁଲ୍ଲାର ମୃତ୍ୟୁ ପରେ ହସ୍ପିଟାଲରେ ଜନ୍ମ ନେଇଥିବା ଶିଶୁଙ୍କ ନାମ ନସରାହ୍ଲା ରଖୁଛନ୍ତି ତାଙ୍କ ଅଭିଭାବକ । ପୁରା ଦେଶରେ ପ୍ରାୟ 100ରୁ ଅଧିକ ନବଜାତ ଶିଶୁଙ୍କ ନାମ ହାସନ ନସରହ୍ଲା ରଖାଯାଇଥିବା ପଞ୍ଜୀକରଣ ହୋଇଛି ।

ଏହା ମଧ୍ୟ ପଢନ୍ତୁ-ଇସ୍ରାଏଲ ଉପରେ ଇରାନର ବଡ ଆକ୍ରମଣ, ଭାରତୀୟ ଦୂତାବାସ ଜାରି କଲା ଆଡଭାଇଜରୀ - Iran attack Israel

ଏହା ମଧ୍ୟ ପଢନ୍ତୁ-ଖୋଜି ଖୋଜି ମାରୁଛି ଇସ୍ରାଏଲ; ସଫିଦ୍ଦିନ ‘ହିଜବୁଲ୍ଲା’ର ନୂଆ ମୁଖ୍ୟ, ନସରଲ୍ଲା ନିପାତ ପଛରେ ଇରାନ ଗୁପ୍ତଚର ! - Israel operation in Lebanon

ଏହା ମଧ୍ୟ ପଢନ୍ତୁ-ଇସ୍ରାଏଲ ଏୟାରଷ୍ଟ୍ରାଇକରେ ‘ହିଜବୁଲ୍ଲା’ ମୁଖ୍ୟ ମୃତ ! - Hezbollah Chief Killed

  • ଇସ୍ରାଏଲର ଏୟାରଷ୍ଟ୍ରାଇକରେ ନସରାହ୍ଲାର ମୃତ୍ୟୁ:

ଗତମାସ (ସେପ୍ଟେମ୍ବର) 27 ତାରିଖରେ ଲେବନନ ରାଜଧାନୀ ବେରୁଟରେ ଇସ୍ରାଏଲ ଏୟାର ଫୋର୍ସ ଏୟାରଷ୍ଟ୍ରାଇକ କରିଥିଲା । ଏଥିରେ ନସରଲ୍ଲା ପ୍ରାଣ ହରାଇଥିବା ଇସ୍ରାଏଲ ସେନା ପକ୍ଷରୁ ଦାବି କରାଯାଇଥିଲା । ପାଲେଷ୍ଟାଇନରୁ ସଞ୍ଚାଳିତ ହେଉଥିବା ଆତଙ୍କୀ ସଂଗଠନ ‘ହମାସ’ ବିରୋଧରେ ଯୁଦ୍ଧ ଘୋଷଣା କରିଥିବା ଇସ୍ରାଏଲ ଏକାଧିକ ଇସାଲାମିକ ଆତଙ୍କବାଦୀ ସଂଗଠନ ବିରୋଧରେ ସାମରିକ ଅପରେସନ ଜାରି ରଖିଛି । ଇରାନ ସମର୍ଥିତ ‘ହିଜବୁଲ୍ଲା’ ଉତ୍ତର-ଇସ୍ରାଏଲରେ ଆକ୍ରମଣ କରିବା ପରେ ଇସ୍ରାଏଲ ସେନା ଲେବନନରେ ଅପରେସନ ଜାରି ରଖିଛି । ନିକଟରେ ଲେବନନର ବିଭିନ୍ନ ସ୍ଥାନରେ ଥିବା ଏକାଧିକ ହିଜବୁଲ୍ଲା ଆଡ୍ଡାରେ ପେଜର ଓ ଓ୍ବାକିଟକିରେ ବିସ୍ଫୋରଣ କରି ସାରା ବିଶ୍ବକୁ ସ୍ତବ୍ଦ କରିଦେଇଥିଲା ଇସ୍ରାଏଲ ।

  • ପ୍ରତିଶୋଧ ଲକ୍ଷ୍ୟରେ ଇସ୍ରାଏଲ ଉପରେ ଇରାନର ଆକ୍ରମଣ:

ନସରହ୍ଲାର ହତ୍ୟାର ପ୍ରତିଶୋଧାତ୍ମକ ଆକ୍ରମଣ ଗତକାଲି ଦେଖିବାକୁ ମିଳିଥିଲା । ଅକ୍ଟୋବର 1 ତାରିଖ ରାତିରେ ଇସ୍ରାଏଲ ଉପରେ ବଡଧରଣର ଆକ୍ରମଣ କରିଥିଲା ଇରାନ । ଏକକାଳୀନ ପ୍ରାୟ 2ଶହରୁ ଅଧିକ କ୍ଷେପଣାସ୍ତ୍ର ମାଡ କରି ଇସ୍ରାଏଲର ଏକାଧିକ ଅଞ୍ଚଳକୁ ଟାର୍ଗେଟ କରିଥିଲା ଇରାନ ସେନା । ଇସ୍ରାଏଲର ବାୟୁ ପ୍ରତିରକ୍ଷା ପ୍ରଣାଳୀ ‘ଆଇରନ୍‌ ଡୋମ୍‌’ କିଛି ଇରାନୀ କ୍ଷେପଣାସ୍ତ୍ରକୁ ମଝି ଆକାଶରେ ଇଣ୍ଟରସେପ୍ଟ କରିଥିଲେ ସୁଦ୍ଧା କିଛି କ୍ଷେପଣାସ୍ତ୍ର ଟାର୍ଗେଟ ହିଟ୍‌ କରିବାରେ ସଫଳ ହୋଇଥିଲା ।

  • ଲେବାନନରେ 8 ଇସ୍ରାଏଲ ସୈନ୍ୟଙ୍କ ମୃତ୍ୟୁ:

ଲେବାନନରେ ଇସ୍ରାଏଲ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିଛି । ରାଜଧାନୀ ବେରୁତ ଓ ଅନ୍ୟ ସ୍ଥାନରେ ଥିବା ହିଜବୁଲ୍ଲା ଆଡ୍ଡା ଉପରେ ଇସ୍ରାଏଲୀ ସେନା ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି । ଏହି ଅପରେସନରେ ଇସ୍ରାଏଲକୁ ଝଟକା ଲାଗିଛି । ହିଜବୁଲ୍ଲା ଆକ୍ରମଣରେ ଗ୍ରାଉଣ୍ଡ ଆକ୍ରମଣ ସମୟରେ ଇସ୍ରାଏଲର 8 ସୈନିକ ନିହତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.