thumbnail

By ETV Bharat Odisha Team

Published : 3 hours ago

ETV Bharat / Videos

ଗାନ୍ଧୀ ଜୟନ୍ତୀରେ ରାସ୍ତାକୁ ଓହ୍ଲାଇଲେ ଗାନ୍ଧୀବାଦି ନେତା, କଲେ ମଦ ବିରୋଧୀ ଆନ୍ଦୋଳନ - DEMAND FOR LIQUOR BAN

DEMAND FOR LIQUOR BAN: ଜଗତସିଂହପୁର: ଆଜିଠାରୁ ଜଗତସିଂହପୁର ଜିଲ୍ଲାରେ ମଦ ବିରୋଧୀ ଆନ୍ଦୋଳନ ଆରମ୍ଭ ହୋଇଛି । ଏହାସାରା ରାଜ୍ୟରେ ବିସ୍ତାର କରିବା ପାଇଁ ଯୋଜନା କରିଛନ୍ତି କିଛି ଗାନ୍ଧୀବାଦୀ ନେତା । ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶହ ଶହ ମହିଳାମାନଙ୍କ ସହିତ ଗାନ୍ଧୀବାଦୀ ନେତାମାନେ ମଦ ବିରୋଧୀ ସ୍ଲୋଗାନ ଦେବା ସହିତ ରାଜ୍ୟରେ ମଦ କରିବା ପାଇଁ ଦାବି କରିଥିଲେ ।

ଏନେଇ ବିଶିଷ୍ଟ ଗାନ୍ଧୀବାଦୀ ନେତା ଗୌରାଙ୍ଗ ହୋତା କହିଛନ୍ତି, ଜାତିର ଜନକ ମହାତ୍ମାଗାନ୍ଧୀ ନିଶା ନିବାରଣ ଉପରେ ଗୁରୁତ୍ୱ ଦେଉଥିଲେ । ଗାନ୍ଧୀଜୀ କହିଥିଲେ ଜଣେ ବ୍ୟକ୍ତି ଯଦି ବେଶ୍ୟାଶକ୍ତ ହୁଏ ,ସେ ବ୍ୟକ୍ତିଙ୍କ ଠାରୁ ଜଣେ ନିଶାସକ୍ତ ବ୍ୟକ୍ତି ଅଧିକ ଦୋଷୀ ।ତେଣୁ ସମାଜରେ ନିଶାର କୌଣସି ସ୍ଥାନ ନାହିଁ । ଗାନ୍ଧୀଜୀଙ୍କ ଯେଉଁ ନିଶା ନିବାରଣ କରିବାର ଉଦ୍ଧେଶ୍ୟ ରହିଥିଲା ତାହା ସମ୍ଭବ ହୋଇ ପାରିଲା ନାହିଁ । ପୂର୍ବରୁ ଦୁଇଟି ରାଜନୈତିକ ଦଳ କ୍ଷମତାରେ ରହିଥିଲେ । କିନ୍ତୁ ନିଶା କାରବାରରୁ ଆସୁଥିବା ରାଜସ୍ୱ ପାଇଁ ସରକାର ପଛଘୁଞ୍ଚା ଦେଇଥିଲେ । ବର୍ତ୍ତମାନର ସରକାର ନିଶା ନିବାରଣର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି । ମଦମୁକ୍ତ ଓଡିଶା ଗଠନ କରିବାରେ ଏହି ସରକାର ପ୍ରୟାସ କରିବା ଉଚିତ୍ । ମଦ ପରିବାର ଉଜାଡୁଛି । ଗାଁ ଗାଁରେ ମଦ ଦୋକାନ ହେବା ଫଳରେ ସଂସାର ଉଜୁଡି ଯାଉଛି । ସରକାର ତୁରନ୍ତ ମଦ ଦୋକାନ ଗୁଡିକୁ ଗାଁରୁ ଉଠାଇ ନିଅନ୍ତୁ ।"

ଏହା ମଧ୍ୟ ପଢନ୍ତୁ ....ଗାନ୍ଧୀ ଜୟନ୍ତୀ ପାଳିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସାଧାରଣ ଜନତାଙ୍କ ଘରେ ଖାଇଲେ ମଧ୍ୟାହ୍ନ ଭୋଜନ - CM Mohan majhi

ଇଟିଭି ଭାରତ, ଜଗତସିଂହପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.