thumbnail

By ETV Bharat Odisha Team

Published : 2 hours ago

ETV Bharat / Videos

ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମା' ସମଲେଶ୍ୱରୀ - Maa Samaleswari Dhabalamukhi Besha

ବଲାଙ୍ଗୀର: ଆଜି ପବିତ୍ର ମହାଳୟା । ଏହି ଅବସରରେ ବଲାଙ୍ଗୀର ଇଷ୍ଟ ଦେବୀ ମା' ସମଲେଇ ମଧ୍ୟ ଧବଳ ମୁଖରେ ରାଜ ରାଜେଶ୍ବରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଏହି ରୂପରେ ମା'ଙ୍କ ଦର୍ଶନ କଲେ ଗଙ୍ଗା ସ୍ନାନ କଲେ ଯେଉଁ ପୂଣ୍ୟ ମିଳେ ତାହା ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ଆଜି ଆଶ୍ଵିନୀ ମାସ କୃଷ୍ଣ ପକ୍ଷ ଅମାବାସ୍ୟାରେ ମା' ସମଲେଇ ଏହି ଧବଳମୁଖ ହୋଇ ରାଜ ରାଜେଶ୍ଵରୀ ବେଶରେ ଦର୍ଶନ ଦେଉଛନ୍ତି । ମା'ଙ୍କ ଦର୍ଶନ ପାଇଁ ଆଜି ସମଲେଇ ପୀଠରେ ପବଳ ଭିଡ଼ ଜମିଛି । ସେପଟେ ଆସନ୍ତାକାଲି ଠାରୁ ମା'ଙ୍କ ନବରାତ୍ର ପୂଜା ଆରମ୍ଭ ହେବ ଏବଂ ଭକ୍ତଙ୍କ ସମାଗମ ମଧ୍ୟ ଅଧିକ ରହିବ । 

ମା' ସମଲେଇ ମନ୍ଦିର ପୂଜକ ଟଙ୍କଧର ଦିସ୍ରି କହିଛନ୍ତି, "ଆଶ୍ଵିନୀ ମାସ କୃଷ୍ଣ ପକ୍ଷ ଅମାବାସ୍ୟାରେ ମା' ସମଳେଇଙ୍କ ଧବଳମୁଖୀ ବେଶ ଦର୍ଶନ କରିବାର ସୁଯୋଗ ମିଳିଥାଏ । ଏହା ଦର୍ଶନ ହେଲେ ଗଙ୍ଗା ସ୍ନାନ ଭଳି ପୂଣ୍ୟ ମିଳି ଥାଏ । ଆସନ୍ତାକାଲି ଠାରୁ ମା' ସମଲେଇଙ୍କ ପ୍ରତିପଦା ନବ ଦିନାତ୍ମକ ପୂଜା ଆରମ୍ଭ ହେବ  ।"
 

ଏହା ମଧ୍ୟ ପଢ଼ନ୍ତୁ...ନବରାତ୍ରୀରେ ୯ ରାଶିରେ ବଡ଼ ପରିବର୍ତ୍ତନ, ମା'ଙ୍କ କୃପାରୁ ଧନଧାନ୍ୟରେ ପୁରି ଉଠିବ ଘର - Durga Puja Navratri Horoscope

ଏହା ମଧ୍ୟ ପଢ଼ନ୍ତୁ...ରାଶି କହିବ ଆପଣଙ୍କ ବ୍ୟକ୍ତିତ୍ବ, ଜାଣନ୍ତୁ କେଉଁ ରାଶିର କିପରି ସ୍ବଭାବ - Zodiac Signs Personalities

ଇଟିଭି ଭାରତ, ବଲେଙ୍ଗୀର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.