ETV Bharat / bharat

ହସ୍ପିଟାଲରେ ପଶି ଡାକ୍ତରଙ୍କୁ ହତ୍ୟା, ରୋଗୀ ହୋଇ ଆସିଥିଲେ ୨ ନାବାଳକ - Doctor shot dead - DOCTOR SHOT DEAD

Doctor Shot Dead At Hospital: ରୋଗୀ ବେଶରେ ଆଜି ଡାକ୍ତରଙ୍କୁ ଗୁଳି କରି ହତ୍ୟା କଲେ । ଦିଲ୍ଲୀରେ ଘଟିଛି ଏହି ଅଭାବନୀୟ ଘଟଣା । ସିସିଟିଭି ଫୁଟେଜରୁ ୨ ନାବାଳକ ହତ୍ୟାକାରୀଙ୍କୁ ଖୋଜୁଛି ପୋଲିସ ।

ହସ୍ପିଟାଲରେ ପଶି ଡାକ୍ତରଙ୍କୁ ଗୁଳି କରି ହତ୍ୟା, ରୋଗୀ ବେଶରେ ଆସିଥିଲେ ଦୁଇ ହତ୍ୟାକାରୀ
ହସ୍ପିଟାଲରେ ପଶି ଡାକ୍ତରଙ୍କୁ ଗୁଳି କରି ହତ୍ୟା, ରୋଗୀ ବେଶରେ ଆସିଥିଲେ ଦୁଇ ହତ୍ୟାକାରୀ (ETV Bharat Odisha)
author img

By ETV Bharat Odisha Team

Published : Oct 3, 2024, 12:33 PM IST

ନୂଆଦିଲ୍ଲୀ: ରାଜଧାନୀରେ ଚାଞ୍ଚଲ୍ୟ । ମଧ୍ୟରାତ୍ରିରେ ରୋଗୀ ବେଶରେ ଚିକିତ୍ସା ପାଇଁ ଆସିଲେ ଦୁଇ ନାବାଳକ । ନିର୍ଦ୍ଦିଷ୍ଟ ଡାକ୍ତରଙ୍କୁ ଭେଟିବା ପାଇଁ କହି ଚାମ୍ବରରେ ପଶିଲେ । ପଏଣ୍ଟ ବ୍ଲାଙ୍କ ରେଞ୍ଜରୁ ଡାକ୍ତରଙ୍କୁ ଗୁଳି କରି ଫେରାର ହୋଇଗଲେ । ଘଟଣାସ୍ଥଳରେ ଟଳି ପଡିଲେ ଡାକ୍ତର । ଦିଲ୍ଲୀର କାଳନ୍ଦୀକୁଞ୍ଜ ଅନ୍ତର୍ଗତ ଜୟତପୁର ଏରିଆରେ ଥିବା ଏକ ଘରୋଇ ହସ୍ପିଟାଲରେ ଏପରି ଏକ ହତ୍ୟାକାଣ୍ଡ ସମଗ୍ର ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ହତ୍ୟାର ଶିକାର ହୋଇଥିବା ଡାକ୍ତର ଜାଭେଦ ଅଖତର । ସେ ଗତକାଲି ରାତିରେ ହସ୍ପିଟାଲରେ ନାଇଟ ଡ୍ୟୁଟିରେ ଥିବା ଜଣାପଡିଛି । ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏକ ହତ୍ୟା ମାମଲା ଦାଏର କରି ତଦନ୍ତ ଆରମ୍ଭ କରିଛି । ଦୁଇ ନାବାଳକ ହତ୍ୟାକାରୀଙ୍କୁ ଚିହ୍ନଟ କରିବା ପାଇଁ ସିସିଟିଭି ଫୁଟେଜ ଯାଞ୍ଚ ଜାରି ରହିଛି ।

ଏହା ମଧ୍ୟ ପଢ଼ନ୍ତୁ: UP: ଜମିବାଡ଼ି ବିବାଦରୁ ତୁମୁଳକାଣ୍ଡ, ଡାକ୍ତରଙ୍କୁ ପିଟି ପିଟି ହତ୍ୟା

ଏହା ମଧ୍ୟ ପଢ଼ନ୍ତୁ: ସ୍ତ୍ରୀ ଓ ଛୁଆଙ୍କୁ ହାତୁଡିରେ ଛେଚି ହତ୍ୟା ପରେ ଡାକ୍ତରଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ

  • ରୋଗୀ ସାଜି ଆସିଥିଲେ ୨ ନାବାଳକ

ପ୍ରାଥମିକ ତଦନ୍ତ ଓ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଦୁଇଜଣ ଅଭିଯୁକ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଆସିଥିଲେ । ଡାକ୍ତରଙ୍କୁ ଭେଟିବା ପାଇଁ ତାଙ୍କ ଚାମ୍ବର ମଧ୍ୟକୁ ପ୍ରବେଶ କରିଥିଲେ। କିଛି ସମୟ ପରେ ଗୁଳି ଫୁଟିବା ଶବ୍ଦ ଶୁଣାଗଲା । କର୍ମଚାରୀମାନେ ଡାକ୍ତରଙ୍କ ଚାମ୍ବରରେ ପହଞ୍ଚିବା ବେଳକୁ ଡାକ୍ତର ଜାଭେଦ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚଟାଣରେ ପଡିଥିଲେ । ତାଙ୍କ ମୁଣ୍ଡରେ ଗୁଳି ବାଜିଥିଲା ଓ ତାଙ୍କର ମୃତ୍ୟୁ ହୋଇ ସାରିଥିଲା । ଉଭୟ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇ ସାରିଥିଲେ । ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ହସ୍ପିଟାଲର ସମସ୍ତ ସିସିଟିଭି କ୍ୟାମେରାରର ଫୁଟେଜ ସଂଗ୍ରହ କରି ଅଭିଯୁକ୍ତ ଦୁଇଜଣଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛି ।

  • ଅଭିଯୁକ୍ତଙ୍କୁ ଖୋଜୁଛି ଦିଲ୍ଲୀ ପୋଲିସ‌ :-

ଦକ୍ଷିଣ-ଦିଲ୍ଲୀ ଡିସିପି ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ, ରାତି ପ୍ରାୟ 1.45 ମିନିଟରେ ହସ୍ପିଟାଲରେ ଜଣେ ଡାକ୍ତରଙ୍କୁ କେହି ଗୁଳି ଚଳାଇଥିବା ସୂଚନା ସ୍ଥାନୀୟ ପୋଲିସକୁ ମିଳିଥିଲା । ପରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିଲା । ହସ୍ପିଟାଲ ଷ୍ଟାଫଙ୍କଠାରୁ ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ, ଦୁଇଜଣ ନାବାଳକ ଚିକିତ୍ସା ପାଇଁ ଆସି ଡାକ୍ତରଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଉଭୟଙ୍କ ବୟସ ପ୍ରାୟ 16-17 ବର୍ଷ ମଧ୍ୟରେ ହେବା ନେଇ ଅନୁମାନ କରାଯାଉଛି । ସିସିଟିଭି ଯାଞ୍ଚ କରି ଉଭୟକୁ ଚିହ୍ନଟ କରିବାକୁ ପୋଲିସ ପ୍ରୟାସ କରୁଛି । ଅଭିଯୁକ୍ତ ଗିରଫ ହେବା ପରେ ହତ୍ୟାକାଣ୍ଡର କାରଣ ସମ୍ପର୍କରେ ଜଣାପଡିବ ବୋଲି ଡିସିପି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- 'ଚୁରମା' ଖାଇ ମାଆଙ୍କୁ ମନେପକାଇଲେ ମୋଦି, ନୀରଜଙ୍କ ମାଆଙ୍କୁ ଭାବପ୍ରବଣ ଚିଠି - MODI LETTER TO NEERAJ MOTHER

ଏହା ମଧ୍ୟ ପଢନ୍ତୁ:- ବୌଦ୍ଧ-କନ୍ଧମାଳ-କଳାହାଣ୍ଡିରେ ନକ୍ସଲ ସକ୍ରିୟ, ଅପରେସନ ଜରିଆରେ କରାଯିବ ଦମନ: ଡିଆଇଜି - Naxalites in Southern Range

ଏହା ମଧ୍ୟ ପଢନ୍ତୁ:- ଗାନ୍ଧୀନଗରରେ ୫ ନିଲମ୍ବିତ ପୋଲିସଙ୍କ ପଲିଗ୍ରାଫ ପରୀକ୍ଷା, ଭରତପୁର ଥାନା କାଣ୍ଡରୁ ହଟିପାରେ ପରଦା - Polygraph Test

ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ବାଜ କେନ୍ଦ୍ର ସରକାର ଏବଂ ଉପରାଜ୍ୟପାଳଙ୍କୁ ଘଟଣା ପାଇଁ ଦାୟୀ କରିଛନ୍ତି । ରାଜଧାନୀରେ ଆଇନ ଶୃଙ୍ଖଳା ସ୍ଥିତି ଭୁଶୁଡି ପଡିଛି । ପ୍ରଶାସନିକ ବିଫଳତା ପାଇଁ ଏବେ ଏପରି ସ୍ଥିତି ସୃଷ୍ଟି ହୋଇଛି ସୌରଭ କହିଛନ୍ତି । ବିଜେପି ମଧ୍ୟ ଆମ ଆଦମୀ ପାର୍ଟିକୁ ପାଲଟା ଟାର୍ଗେଟ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.