ETV Bharat / state

ଦିଲ୍ଲୀରେ ନିବେଶକ ସମ୍ମିଳନୀ; ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ପୁଞ୍ଜି ନିବେଶ ଯୋଜନା, ୩୪ ରାଷ୍ଟ୍ରଦୂତଙ୍କ ସହ ଆଲୋଚନା - Utkarsh Odisha Conclave - UTKARSH ODISHA CONCLAVE

Utkarsh Odisha Conclave: ନିବେଶ ଟାଣିବ ଉତ୍କର୍ଷ ଓଡ଼ିଶା । ଉତ୍କର୍ଷ ଓଡ଼ିଶା ମେକ ଇନ ଓଡ଼ିଶା କନକ୍ଲେଭ୍ ପୂର୍ବରୁ ଦିଲ୍ଲୀରେ ୩୪ ଦେଶର ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଲୋଚନା । ଓଡିଶାରେ ବଡ଼ ପୁଞ୍ଜି ନିବେଶ ଲକ୍ଷ୍ୟରେ ନୂଆଦିଲ୍ଲୀରେ ହେବ ରୋଡ ସୋ । ଅଧିକ ପଡନ୍ତୁ

Utkarsh Odisha Conclave
Utkarsh Odisha Conclave (@InvestInOdisha)
author img

By ETV Bharat Odisha Team

Published : Oct 3, 2024, 12:58 PM IST

Updated : Oct 3, 2024, 1:17 PM IST

ଭୁବନେଶ୍ବର: ଦିଲ୍ଲୀରେ ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନିବେଶକଙ୍କ ସହ ୱାନ ଟୁ ୱାନ ଆଲୋଚନା ଆରମ୍ଭ । ଆଗାମୀ 5 ବର୍ଷରେ 5 ଲକ୍ଷ କୋଟିର ପୁଞ୍ଜିନିବେଶ ଲକ୍ଷ୍ୟ । ଦିଲ୍ଲୀରେ ଉତ୍କର୍ଷ ଓଡ଼ିଶା, ମେକ୍ ଇନ ଓଡ଼ିଶା କନକ୍ଲେଭ‌ରେ ନିବେଶକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଲୋଚନା ଜାରି । ଏହି ଅବସରରେ ସେ ଓଡ଼ିଶାରେ ପୁଞ୍ଜିନିବେଶ ଲକ୍ଷ୍ୟରେ ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ସାକ୍ଷାତ କରୁଛନ୍ତି । ଆସନ୍ତା ଜାନୁଆରୀରେ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍‌ ହେବାକୁ ଥିବା ବେଳେ କନକ୍ଲେଭକୁ ଆସିବା ଲାଗି ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କୁ ମୁଖ୍ୟମନ୍ତ୍ରୀ ଆମନ୍ତ୍ରଣ କରିବା କାର୍ଯ୍ୟକ୍ରମ ରହିଛି ।

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ' -

ଫୋକସରେ ଓଡିଶାରେ ପୁଞ୍ଜି ନିବେଶ । ଦିଲ୍ଲୀରେ ରୋଡ଼ ସୋ' କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆସନ୍ତା ବର୍ଷ ଜାନୁଆରୀରେ ମୋହନ ସରକାର ଆୟୋଜନ କରିବେ 'ଉତ୍କର୍ଷ ଓଡ଼ିଶା ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୫' । ଏହା ୨୦୨୫ ଜାନୁଆରୀ ୨୮ ଓ ୨୯ ତାରିଖରେ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରାକ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଓଡିଶା ସରକାର । ଆଜି (ଗୁରୁବାର) ବିଭିନ୍ନ ଦେଶର ରାଷ୍ଟ୍ରଦୂତ, ହାଇ କମିଶନ, କନସୋଲ ଜେନେରାଲ, ଶିଳ୍ପପତିଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି ମୋହନ ସରକାର । ଏଥିପାଇଁ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ, ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଓ ବରିଷ୍ଠ ଅଧିକାରୀ ।

ବିଭିନ୍ନ ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା-

  • ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଲୋଚନା ଜାରି
  • ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ପାଇଁ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
  • OIL ଅଧ୍ୟକ୍ଷ ରଞ୍ଜିତ ରଥଙ୍କ ସହ CMଙ୍କ ଆଲୋଚନା
  • JK ପେପର ଲିମିଟେଡ ଅଧ୍ୟକ୍ଷଙ୍କ ସହ ବି ଆଲୋଚନା
  • ମୁଖ୍ୟ ଶାସନ ସଚିବ ଓ ଅତିରିକ୍ତ ଶାସନ ସଚିବ ଉପସ୍ଥିତ
  • ନିବେଶକଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁଙ୍କ ଆଲୋଚନା

ଏହା ବି ପଢନ୍ତୁ- କାଲି ଦିଲ୍ଲୀରେ ରୋଡ଼ ସୋ' କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଫୋକସରେ ଓଡିଶାରେ ପୁଞ୍ଜିନିବେଶ - Utkarsh Odisha 2025

ଏହା ବି ପଢନ୍ତୁ- ନୂଆବର୍ଷରେ ମୋହନ ମାଝୀ ସରକାରଙ୍କ ମିଶନ ଶିଳ୍ପାୟନ, ‘ଉତ୍କର୍ଷ ଓଡ଼ିଶା’ରେ ବିଶ୍ବ ନିବେଶକଙ୍କୁ କରାଯିବ ଆକୃଷ୍ଟ - Utkarsha Odisha Logo Unveiled

‘ଉତ୍କର୍ଷ ଓଡ଼ିଶା ୨୦୨୫’ ଲୋଗୋ -

ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦ୍ବାରା ଲୋଗୋ ଉନ୍ମୋଚିତ ହୋଇଥିଲା । 'ଉତ୍କର୍ଷ ଓଡ଼ିଶା - ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫'ର ଲୋଗୋ ଉନ୍ମୋଚନ ସମାରୋହ ଭୁବନେଶ୍ବରରେ ଅନୁଷ୍ଠିତ ହୋଇଥିଲା । 'ଉତ୍କର୍ଷ ଓଡ଼ିଶା' ସମ୍ମିଳନୀ ମାଧ୍ୟମରେ ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରି ଗଢି ତୋଳିବା ଏବଂ ପୁଞ୍ଜିନିବେଶର ଏକ ଵୈଶ୍ୱିକ କେନ୍ଦ୍ର ଭାବରେ ପ୍ରତିଷ୍ଠିତ କରିବା ଆମ ସରକାରଙ୍କର ଲକ୍ଷ୍ୟ l ୨୦୨୯ ସୁଦ୍ଧା ୨.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ଘରୋଇ ପୁଞ୍ଜିନିବେଶ ଏବଂ ୨ ଶହ କୋଟି ଡଲାରରୁ ଅଧିକ ଏଫଡିଆଇ ରାଜ୍ୟକୁ ଆଣିବା ଆମର ଉଦ୍ଦେଶ୍ୟ ବୋଲି ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଥିଲେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ । ଏହି ସମ୍ମିଳନୀ ଆୟୋଜନ ଦ୍ୱାରା ଓଡ଼ିଶାରେ ଥିବା Existing ଏବଂ Emerging ଉଦ୍ୟୋଗ ଗୁଡିକ ପାଇଁ ନୂତନ ସୁଯୋଗ ସୃଷ୍ଟି ହେବା ସହ ଶିଳ୍ପ ଅଭିବୃଦ୍ଧିର ଇକୋସିଷ୍ଟମକୁ ପ୍ରୋତ୍ସାହନ ମିଳିବ ବୋଲି ଲେଖିଛନ୍ତି ଶିଳ୍ପମନ୍ତ୍ରୀ ।

ଉତ୍କର୍ଷ ଓଡ଼ିଶା ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୫:

ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଥିଲେ, "ଉତ୍କର୍ଷ ଓଡ଼ିଶା ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୫ ପାଇଁ ପ୍ରାକ ପ୍ରସ୍ତୁତ ଆରମ୍ଭ ହୋଇସାରିଛି । ଏହି ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟରେ ନୂଆଦିଲ୍ଲୀରେ ଓଡିଶା ସରକାରଙ୍କ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ସାମିଲ ହେବେ । ବିଭିନ୍ନ ଦେଶର ରାଷ୍ଟ୍ରଦୂତ, ହାଇ କମିଶନ, କନସୋଲ ଜେନେରାଲ, ଟ୍ରେଡ଼ କମିଶନର ମାନଙ୍କ ସହ ଓଡିଶା ସରକାରଙ୍କର ଆଲୋଚନା ହେବ । ସେହିପରି ବିଭିନ୍ନ ଶିଳ୍ପପତିଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା ୱାନ ଟୁ ୱାନ ଆଲୋଚନା କରିବେ ।"

୫ ବର୍ଷରେ ୫ ଲକ୍ଷ କୋଟି ପୁଞ୍ଜିନିବେଶ ଟାର୍ଗେଟ:

"ଓଡିଶାରେ ନିବେଶ କଲେ ନିବେଶକ କିଭଳି ଲାଭବାନ ହେବେ ଓ କ'ଣ ସୁବିଧା ରାଜ୍ୟ ସରକାର ଯୋଗାଇ ଦେବେ ସେ ନେଇ ଅବଗତ କରାଯିବ । ୧୦୦ ଦିନରେ ବିଜେପି ସରକାର ନିବେଶ କ୍ଷେତ୍ରରେ ଅନେକ ସଫଳତା ପାଇଛି । ୪୫ ହଜାର କୋଟିର ପୁଞ୍ଜି ନିବେଶକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି । ୫ ବର୍ଷରେ ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଟାର୍ଗେଟ ରହିଛି । ଏହି ଦିଗରେ ପ୍ରଥମ ବର୍ଷ ଟାର୍ଗେଟର ୯୦ ପ୍ରତିଶତ ୧୦୦ ଦିନରେ ପୂରଣ କରିଛୁ । ଯାହା ଆଶା ଅଛି ରାଜ୍ୟରେ ଭଲ ପୁଞ୍ଜିନିବେଶ ହେବ । ଗତବର୍ଷ ତୁଳନାରେ ମେକ ଇନ ଓଡ଼ିଶା ଭଲ ହେବା ସହ ବଡ଼ ନିବେଶକ ଓଡିଶା ଆସିବେ," ବୋଲି ସୂଚନା ଦେଇଥିଲେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ

Last Updated : Oct 3, 2024, 1:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.