ମହାଳୟାରେ କାହିଁକି ମା’ଙ୍କ ଠାରେ ଖଡି ଲାଗି କରାଯାଏ ? କଣ ରହିଛି ପରମ୍ପରା - Khadilagi Rituals - KHADILAGI RITUALS

🎬 Watch Now: Feature Video

thumbnail

By ETV Bharat Odisha Team

Published : Oct 2, 2024, 8:11 PM IST

କଟକ: ଆଜି ହେଉଛି ମହାଳୟା । ଗୋଟିଏ ପଟେ ପିତୃପୁରୁଷଙ୍କୁ ପିଣ୍ଡଦାନ ଦିଆଯାଉଥିବା ବେଳେ ଅନ୍ୟପଟେ ବିଭିନ୍ନ ପୂଜା ମଣ୍ଡପରେ ମା’ ଜଗତଜନନୀଙ୍କ ମୃଣ୍ମୟ ମୂର୍ତ୍ତିରେ ଖଡ଼ିଲାଗି ନୀତି ପାଳନ କରାଯାଉଛି । ଅଶୁଦ୍ଧ ମୃତ୍ତିକାକୁ ଶୁଦ୍ଧ କରିବା ପାଇଁ ମା’ଙ୍କ ପ୍ରତିମୂର୍ତ୍ତିରେ ଖଡ଼ି ବା ଧଳାଚୂନ ଦିଆଯାଏ । ଏହା ଯୋଗୁଁ ମା’ଙ୍କ ପ୍ରତିମୂର୍ତ୍ତି ଶୁଦ୍ଧ ହେବା ସହ ପୂଜା ପାଇଁ ପ୍ରସ୍ତୁତ ହୋଇଥାଏ । ଦେବୀ ପୂରାଣ ଓ ଦେବୀ ଭାଗବତରେ ଏହା ଉଲ୍ଲେଖ ହୋଇ ରହିଛି । ସେହି ନିୟମ ଅନୁଯାୟୀ ପ୍ରତିବର୍ଷ ମହାଳୟା ବା ଖଡ଼ିଲାଗି ଅମାବାସ୍ୟା ଦିନ ମୃତ୍ତିକାରେ ତିଆରି ହୋଇଥିବା ମା’ଙ୍କ ପ୍ରତିମୂର୍ତ୍ତୀରେ ଖଡ଼ି ଦିଆ ହୋଇଥାଏ । ଆଉ କିଛି ଦିନ ପରେ ଧରାପୃଷ୍ଠକୁ ଅବତରଣ କରିବେ ଜଗତଜନନୀ ମା’ ଦୁର୍ଗା। ଏଥିପାଇଁ ଚଳଚଞ୍ଚଳ ରହିଛି ହଜାର ବର୍ଷର ଐତିହାସିକ ସହର କଟକ । ଖଡିଲାଗି ଅମାବାସ୍ୟା ଥିବାରୁ ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ପ୍ରତିମୂର୍ତ୍ତିରେ ରୀତିନୀତି ଅନୁଯାୟୀ ଖଡ଼ି ଦିଆଯାଇଛି । ଏହା ପରେ ରଙ୍ଗ ଦିଆଯିବ । ପରେ ମା’ଙ୍କ ସହ ପାର୍ଶ୍ଵଦେବୀ ଓ ଦେବତାଙ୍କ ସମ୍ପୂର୍ଣ୍ଣ ମେଢ଼କୁ ସଜେଇ ଦିଆଯିବ । ଏଥିପାଇଁ ପ୍ରତିମୂର୍ତ୍ତି ସହ ମେଢ଼ ତିଆରି ମଧ୍ୟ ଜୋରଦାର ଚଲେଇଛନ୍ତି ପୂଜା କମିଟି । 

ଏହା ମଧ୍ୟ ପଢନ୍ତୁ:

ଏହି ମଣ୍ଡପରେ ଆରମ୍ଭ ହୋଇଥିଲା ଦୁର୍ଗା ପୂଜା ପରମ୍ପରା, ଶୁଭେ ମା’ଙ୍କ ଘୁଙ୍ଗୁର ଶବ୍ଦ ! 

ନବରାତ୍ରୀରେ ୯ ରାଶିରେ ବଡ଼ ପରିବର୍ତ୍ତନ, ମା'ଙ୍କ କୃପାରୁ ଧନଧାନ୍ୟରେ ପୁରି ଉଠିବ ଘର

'ବାଡ଼ି ଖେଳ' ବଖାଣୁଛି ବୀରତ୍ବର ଗାଥା, ଦୁର୍ଗାପୂଜା ପୂର୍ବରୁ ଜୋରଦାର ଅଭ୍ୟାସ

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.