ବାପାଙ୍କ ଗଡ ଫେରେଇ ଆଣିଲେ ପୁଅ, ପୁରୀରେ ବାଜିମାତ କଲେ ସୁନୀଲ ମହାନ୍ତି - Bjd Candidate Sunil Mohanty Wins In Puri - BJD CANDIDATE SUNIL MOHANTY WINS IN PURI

🎬 Watch Now: Feature Video

thumbnail

By ETV Bharat Odisha Team

Published : Jun 4, 2024, 6:22 PM IST

ହାଇଦ୍ରାବାଦ: ପୁରୀରେ ବାଜି ମାରିଲା ବିଜେଡ଼ି । ଚଳିତ ନିର୍ବାଚନରେ ବିଜେପି ଗଡ଼କୁ ହାତେଇଲେ ବିଜେଡି । ବିଜେପି ବିଧାୟକ ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀଙ୍କୁ ୪ ହଜାର ଭୋଟରେ ହରାଇ ବିଜୟୀ ହାସଲ କରିଛନ୍ତି ବିଜେଡ଼ିର ପ୍ରାର୍ଥୀ ସୁନୀଲ ମହାନ୍ତି । ଏହି ବିଜୟ ପରେ ବିଜେଡି ଶିବିରରେ ସେଲିବ୍ରେସନର ମାହୋଲ ରହିଥିବା ବେଳେ ଏନେଇ ଖୁସିବ୍ୟକ୍ତ କରିଛନ୍ତି ସୁନୀଲ । ସେ ଏହି ବିଜୟର ଶ୍ରେୟ ପୁରୀବାସୀଙ୍କୁ ଦେବା ସହ ଧର୍ମର ଜୟ ହୋଇଛି ବୋଲି ସେ କହିଛନ୍ତି । 

ପୁରୀରେ ଗତଥର (2019) ବିଜେପି ପ୍ରାର୍ଥୀ ଜୟନ୍ତଙ୍କ ଠାରୁ ପରାଜିତ ହୋଇଥିଲେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି । ଗତବର୍ଷ ତାଙ୍କର ଦେହାନ୍ତ ପରେ ପୁଅ ସୁନିଲଙ୍କୁ ପ୍ରାର୍ଥୀ କରିଥିଲା । ବିଜେପି ଏଥର ପୁନର୍ବାର ଜୟନ୍ତ ଷଡଙ୍ଗୀଙ୍କୁ ପୁଣି ପ୍ରାର୍ଥୀ କରିଥିଲା । ବିଜେଡିର ଯୁବନେତା ସୁଭାଶିଷ ଖୁଣ୍ଟିଆ ରାଜ୍ୟସଭା ଯିବା ପରେ ସୁନିଲଙ୍କ ପାଇଁ ରାସ୍ତା ସଫା ହୋଇଥିଲା । ଏଥର ବିଜେପି ପୁରୀରେ ସଂସଦୀୟ ଆସନରେ ଭଲ କରିଥିବା ବେଳେ ବିଧାନସଭା ଆସନ ବିଜେଡି ଖାତାକୁ ଯାଇଛି । ମହେଶ୍ବର ମହାନ୍ତିଙ୍କ ପୁଅ ସୁନିଲ ବିଜୟୀ ହୋଇଛନ୍ତି ।
 

ତେବେ ଆନୁଷ୍ଠାନିକ ଘୋଷଣା ବାକି ଥିଲେ ସୁଦ୍ଧା ସାଧାରଣ ଓ ବିଧାନସଭା ନିର୍ବାଚନ ଗଣତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିଜେପି ଶିବିରରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଦଳ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଥିବା ବେଳେ ଲୋକସଭାରେ ମଧ୍ୟ ଐତିହାସିକ ବିଜୟ ହାସଲ କରିବାକୁ ଯାଉଛି । ଏହା ପୂର୍ବରୁ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନୀ ସଭାରେ 4 ତାରିଖ ବିଜେଡି ସରକାରର ଏକ୍ସପାଏରୀ ଡେଟ ଓ 10 ତାରିଖରେ ଜଣେ ଓଡିଆ ଓଡିଶାର ବିଜେପି ସରକାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଘୋଷଣା କରିସାରିଛନ୍ତି । ଏବେ ଫଳାଫଳ ପରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ, ସେନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି ।
 

ଏହା ମଧ୍ୟ ପଢନ୍ତୁ: ରଘୁନାଥପାଲ୍ଲୀରେ ବିଜେପି ଲହର, ଜିତିଲେ ଦୁର୍ଗା ତନ୍ତୀ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.