ଝାରସୁଗୁଡ଼ା ଓ ବ୍ରଜରାଜନଗରରେ ଫୁଟିଲା ପଦ୍ମ, ପ୍ରତିକ୍ରିୟା ରଖିଲେ ବିଜୟୀ ପ୍ରାର୍ଥୀ - Saffron Party wins in Jharsuguda

By ETV Bharat Odisha Team

Published : Jun 4, 2024, 8:00 PM IST

thumbnail
ଝାରସୁଗୁଡ଼ା ଓ ବ୍ରଜରାଜନଗରରେ ଫୁଟିଲା ପଦ୍ମ (ETV Bharat Odisha)

ଝାରସୁଗୁଡ଼ା: ପ୍ରକାଶ ପାଇଛି ଜନାଦେଶ । ଝାରସୁଗୁଡ଼ାରେ ବିଜେପିକୁ ମିଳିଛି ପ୍ରଥମ ସଫଳତା ।  ଝାରସୁଗୁଡ଼ା ଏବଂ ବ୍ରଜରାଜନଗରର ବିଜେପି ବିଧାନସଭା ପ୍ରାର୍ଥୀ ଯଥାକ୍ରମେ ଟଙ୍କଧର ତ୍ରିପାଠୀ ଓ ସୁରେଶ ପୂଜାରୀ ବିଜୟୀ ହୋଇଛନ୍ତି । ଟଙ୍କଧର ତ୍ରିପାଠୀ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡିର ଦୀପାଳି ଦାସଙ୍କୁ ୧୩୨୨ ଭୋଟରେ ପରାଜିତ କରିଛନ୍ତି । ଏଣେ ସୁରେଶ ପୂଜାରୀ ମଧ୍ୟ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡିର ଅଳକା ମହାନ୍ତିଙ୍କଠାରୁ ୨୬,୫୮୨ ଭୋଟରେ ବିଜୟୀ ହୋଇଛନ୍ତି । ଜିତିବା ପରେ ଟଙ୍କଧର ତ୍ରିପାଠୀଙ୍କର ସମର୍ଥକଙ୍କର ରାଲି କରାଯାଇଥିଲା ।  ତେବେ ଏହି ବିଜୟ ପରେ ଟଙ୍କଧର କହିଛନ୍ତି ଯେ, ଏହି ବିଜୟ ଝାରସୁଗୁଡ଼ାବାସୀଙ୍କ ବିଜୟ, ଏହି ବିଜୟ ବାବା ଝାଡେଶ୍ଵରଙ୍କ ବିଜୟ । ଆଗକୁ ତାଙ୍କରି ଆଶୀର୍ବାଦରେ ସ୍ଥାନୀୟ ଜନସାଧାରଣଙ୍କ ପାଇଁ କାମ କରିବି ବୋଲି କହିଛନ୍ତି ଟଙ୍କଧର ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.