ଭୋଟ ଦେଲେ ଢେଙ୍କାନାଳର ହେଭିୱେଟ, ଚାଲିଛି ୩୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା - POLITICAL LEADERS CAST VOTE - POLITICAL LEADERS CAST VOTE
🎬 Watch Now: Feature Video
Published : May 25, 2024, 5:56 PM IST
ଢେଙ୍କାନାଳ: ଆଜି ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ ।ଏହି ଅବସରରେ ଢେଙ୍କାନାଳ ଲୋକସଭା ଓ ଏହାର ଅନ୍ତର୍ଗତ ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର ଓ ପରଜଙ୍ଗ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ଜାରି ରହିଛି । ଜିଲ୍ଲାର ୧୦୨୧ଟି ବୁଥରେ ୧୦ ଜଣ ସାଂସଦ ଓ ୨୯ ଜଣ ବିଧାୟକ ପ୍ରାର୍ଥୀ ତଥା ମୋଟ ୩୯ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୯ ଲକ୍ଷ ୭୨ ହଜାର ୩୩ ଜଣ ଭୋଟର । ସକାଳ ୭ଟାରୁ ଜିଲ୍ଲାର ବିଭିନ୍ନ ବୁଥରେ ମତଦାନ କାର୍ଯ୍ୟ ଆରମ୍ଭ ହୋଇଥିଲା । ବିଭିନ୍ନ ବୁଥରେ ଭୋଟରଙ୍କ ଲମ୍ବା ଲାଇନ୍ ଲାଗିବା ସହ ମତଦାନ ପାଇଁ ଉତ୍ସାହିତ ଥିବା ଦେଖିବାକୁ ମିଳିଛି ।
ଢେଙ୍କାନାଳର ବିଜେପି ସାଂସଦ ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ସହରର ଜୁବୁଲିଟାଉନ ସ୍କୁଲ ବୁଥ ନଂ ୧୭୮ରେ ମତଦାନ କରିଛନ୍ତି । ସେହିପରି କୁମ୍ଭାର ସାହି ସ୍ଥିତ ଉର୍ଦ୍ଧୁ ସ୍କୁଲର ବୁଥ ନଂ ୧୫୫ରେ ବିଜେଡି ସାଂସଦ ପ୍ରାର୍ଥୀ ଅବିନାଶ ସାମଲ ଓ ବିଧାୟକ ପ୍ରାର୍ଥୀ ସୁଧୀର ସାମଲ ପରିବାର ସହିତ ଆସି ଭୋଟ ଦେଇଛନ୍ତି । ସେପଟେ କାମାକ୍ଷାନଗରର ବୁଥ ନଂ ୧୯ରେ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ମଲ୍ଲିକ ଏବଂ ହିନ୍ଦୋଳ ବିଧାୟିକା ପ୍ରାର୍ଥୀ ସୀମାରଣୀ ନାୟକ ବୁଥ ନଂ 164ରେ ମତଦାନ କରିଛନ୍ତି । ସେହିପରି ପରଜଙ୍ଗ ବିଜେପି ବିଧାୟକ ପ୍ରାର୍ଥୀ ବିଭୁତି ଭୂଷଣ ପ୍ରଧାନ ବୁଥ ନଂ ୧୬ରେ ଭୋଟ ଦେଇଛନ୍ତି । ହିନ୍ଦୋଳ ବିଜେଡି ପ୍ରାର୍ଥୀ ନୃସିଂହ ସାହୁ ବୁଥ ନଂ ୧୧୩ ରେ ମତଦାନ କରିଛନ୍ତି ।
ଏହା ମଦ୍ୟ ପଢନ୍ତୁ ....... ଜାରି ରହିଛି ମତଦାନ, ଭୁବନେଶ୍ବରରେ ଭୋଟ ଦେଲେ ହେଭିୱେଟ - Lok Sabha Election 2024
ଇଟିଭି ଭାରତ, ଢେଙ୍କାନାଳ