ଭୋଟ୍ ଦେଉଛି ଅନୁଗୋଳ, ମତସାବ୍ୟସ୍ତ କରି ଉତ୍ସାହିତ ଲୋକେ - Voting In Anugul - VOTING IN ANUGUL

🎬 Watch Now: Feature Video

thumbnail

By ETV Bharat Odisha Team

Published : May 25, 2024, 11:42 AM IST

ଅନୁଗୋଳ: ଆଜି ତୃତୀୟ ପର୍ଯ୍ୟାୟ ମତଦାନ । ଏହି ସମୟରେ ଜିଲ୍ଲାରେ ମତଦାନ ପ୍ରକ୍ରିୟା ଜାରି ରହିଥିବା ବେଳେ ସୁରୁଖୁରୁରେ ଚାଲିଛି ମତଦାନ । ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାରେ ୧୨ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା କର୍ମଚାରୀ ନିୟୋଜିତ ହୋଇଛନ୍ତି । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସଖି ବୁଥ, ଯୁବକ ବୁଥ ଆଦି କରାଯାଇଛି । ବିଶେଷ କରି ବିଭିନ୍ନ ବୁଥରେ ଭୋଟରଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି । ଏହା ବ୍ୟତୀତ କେତେକ ବୁଥରେ ପିଇବା ପାଣି ବ୍ୟବସ୍ଥା ସହ ଭୋଟରଙ୍କ ପାଇଁ ସେଡର ମଧ୍ୟ ବ୍ୟବସ୍ଥା ହୋଇଛି । ତେବେ ଭୋଟ ନେଇ ଉତ୍ସାହିତ ରହିଛନ୍ତି ମତଦାତା । ଜିଲ୍ଲାରେ ଥିବା ପାଲଲହଡା, ତାଳଚେର, ଅନୁଗୋଳ, ଛେଣ୍ଡିପଦା ଓ ଆଠମଲ୍ଲିକ ଏହି ୫ଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ ୧୧୬୩ ଟି ମତଦାନ କେନ୍ଦ୍ରର ରହିଛି । ସେଥିପାଇଁ ୬୯୭୮ ଜଣ ପୋଲିଂ କର୍ମଚାରୀ ନିୟୋଜନ କରାଯାଇଛି। ମୋଟ ୯, ୭୮,୬୨୩ ଜଣ ମତଦାତା ସେମାନଙ୍କର ମତ ସାବ୍ୟସ୍ତ କରିବେ। ମୋଟ ମତଦାତାଙ୍କ ମଧ୍ୟରୁ ୫,୦୩,୧୦୯ ଜଣ ପୁରୁଷ, ୪,୭୫,୩୭୪ ଜଣ ମହିଳା ଭୋଟର ରହିଥିବା ବେଳେ ୧୪୦ ଜଣ ତୃତୀୟଲିଙ୍ଗି ମତଦାତା ଅଛନ୍ତି । 

ମୋଟ ମତଦାତାଙ୍କ ମଧ୍ୟରୁ ୭,୭୪୪ ଜଣ ସିନିୟର ସିଟିଜେନ, ଦିବ୍ୟାଙ୍ଗ ୧୧,୯୨୬ ଜଣ ଓ ୩୧,୧୪୨ଜଣ ଯୁବ ମତଦାତା ଅଛନ୍ତି । ସେହିପରି ମୋଟ ୧୧୬୩ ଟି ମତଦାନ କେନ୍ଦ୍ର ମଧ୍ୟରୁ ପ୍ରତି ନିର୍ବାଚନ ମଣ୍ଡଳୀ ରେ ୧୨ଟି ଲେଖାଏଁ ୬୦ଟି ସଖୀ ମତଦାନ କେନ୍ଦ୍ର ଯେଉଁଠି କେବଳ ମହିଳା ଅଧିକାରୀ ରହିବେ ମତଦାନ କେନ୍ଦ୍ର, ପ୍ରତି ନିର୍ବାଚନ ମଣ୍ଡଳୀରେ ୫ଟି ଲେଖାଏ ୨୫ଟି ଯୁବ ମତଦାନ କେନ୍ଦ୍ର ଯେଉଁଠି ୩୦ବର୍ଷରୁ କମ ବୟସର ଅଧିକାରୀ ରହିବେ ଓ ୨ଟି ଦିବ୍ୟାଙ୍ଗ ଅନୁଗୋଳ ଓ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ରେ ଗୋଟିଏ ଲେଖାଏ ମୋଟ ୨ଟି ଦିବ୍ୟଙ୍ଗ ମତଦାନ କେନ୍ଦ୍ର ରହିଛି । ମୋଟ ୧୧୬୩ ଟି ମତଦାନ କେନ୍ଦ୍ର ମଧ୍ୟରୁ ପାଲଲହଡ଼ାରେ ୧୭ଟି, ତାଳଚେରରେ ୨୦ଟି, ଅନୁଗୋଳରେ ୨୦ଟି, ଛେଣ୍ଡିପଦାରେ ୧୬ଟି ଓ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ୧୭ଟି ଏହିପରି ମୋଟ ୮୭ଟି ଅତିସଂବେଦନଶୀଳ ମତଦାନ କେନ୍ଦ୍ର ଚିହ୍ନଟ କରାଯାଇଛି । 

ଏହି ସମସ୍ତ ଅତିସମ୍ୱେଦନଶୀଳ ମତଦାନ କେନ୍ଦ୍ରରେ ଶୃଙ୍ଖଳା ପାଇଁ ସିଏପିଏଫ (CAPF) ଯବାନ ମୁତୟନ କରାଯିବ । ଜିଲ୍ଲାରେ ନିର୍ବାଚନ ପରିଚାଳନା ପାଇଁ ୫ଜଣ ନିର୍ବାଚନ ଅଧିକାରୀ, ୧୦ ଜଣ ଏଆରଓ, ୧୨୯ ମାଇକ୍ରୋ ପର୍ଯ୍ୟବେକ୍ଷକ, ୧୧୩ ଜଣ ସେକ୍ଟର ଅଧିକାରୀ ସମେତ ୬୩୭ ଅତିରିକ୍ତ ପୋଲିଂ କର୍ମଚାରୀ ଓ ୧୨ ଜଣ ଅତିରିକ୍ତ ସେକ୍ଟର ଅଧିକାରୀ ମଧ୍ୟ ନିୟୋଜିତ ଅଛନ୍ତି ।


ଏହା ମଧ୍ୟ ପଢନ୍ତୁ: ଢେଙ୍କାନାଳର ଏକାଧିକ ବୁଥରେ EVM ଅଚଳ, ବିଳମ୍ବ ହେଲା ମତଦାନ

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.