ଭଞ୍ଜନଗର ବୁଥରେ ନିର୍ବାଚନୀ ହିଂସା, ହାତିହାତି ଦୁଇ ଦଳର କର୍ମୀ - Poll Violenace In Bhanjanagar
🎬 Watch Now: Feature Video
ବ୍ରହ୍ମପୁର: ଆଜି ଜାରି ରହିଛି ଲୋକସଭା ନିର୍ବାଚନ ୨୦୨୪ ପଞ୍ଚମ ପର୍ଯ୍ୟାୟ ମତଦାନ । ଏହାରି ମଧ୍ୟରେ ବର୍ତ୍ତମାନ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ତୁରୁମୁ ପଞ୍ଚାୟତର ବେରୁଆବାଡ଼ି ଗ୍ରାମର ୪୭ ନଂ ବୁଥରେ ଉତ୍ତେଜନା । ଦୁଇ ଦଳୀୟ କର୍ମୀ ହାତାହାତି ହୋଇଥିବା ଦେଖିବାକୁ ମିଳିଛି । ବୁଥରେ କଥା କଟାକଟି ହୋଇ ଉଭୟ ଦଳର କର୍ମୀ ହାତାହାତି ହୋଇଥିବା ଜଣାପଡିଛି । ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଘଟଣା ପରେ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଦେଇଥିବା ବେଳେ ଘଟଣାର ଖବର ପାଇ ତାରାସିଙ୍ଗି ପୋଲିସ ସେଠାରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛନ୍ତି । ନିକଟରେ ଖଲ୍ଲିକୋଟରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିବା ବେଳେ ଏବେ ପୁଣି ଭଞ୍ଜନଗର ଏଭଳି ଘଟଣା ଦେଖିବାକୁ ମିଳିଛି ।
ଏହା ମଧ୍ୟ ପଢନ୍ତୁ: ଖଲ୍ଲିକୋଟ ନିର୍ବାଚନୀ ହିଂସା ହତ୍ୟା ଘଟଣା, ବଢ଼ିଲା ଗିରଫଦାରୀ ସଂଖ୍ୟା
ଇଟିଭି ଭାରତ, ବ୍ରହ୍ମପୁର