ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ, ଭୋଟ ଦେଉଛି ଖୋର୍ଦ୍ଧା - Odisha election 2024 - ODISHA ELECTION 2024

🎬 Watch Now: Feature Video

thumbnail

By ETV Bharat Odisha Team

Published : May 25, 2024, 7:55 AM IST

ଖୋର୍ଦ୍ଧା: ଆରମ୍ଭ ହୋଇଛି ଗଣତନ୍ତ୍ରର ମହାପର୍ବ ନିର୍ବାଚନ । ପାଞ୍ଚ ବର୍ଷରେ ଥରେ ନିଜ ନେତା ବାଛିବାର ସୁଯୋଗ ପାଇଛନ୍ତି ଜନତା । ଏଥିପାଇଁ ସବୁଠି ଉତ୍ସାହ ଦେଖିବାକୁ ମିଳିଛି । ରାଜ୍ୟରେ ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ଥିବାବେଳେ ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାର ମୋଟ 1923 ବୁଥରେ ସକାଳ 7ଟାରୁ ଆରମ୍ଭ ହୋଇଛି ମତଦାନ ପକ୍ରିୟା । ବିଭିନ୍ନ ବୁଥରେ ଭୋଟରମାନେ ଆସି ନିଜ ପସନ୍ଦର ନେତାଙ୍କୁ ବାଛୁଥିବା ଦେଖିବାକୁ ମିଳୁଛି । ଅବାଧ, ସ୍ୱଚ୍ଛ, ନିରପେକ୍ଷ ନିର୍ବାଚନ ପାଇଁ ନିର୍ବାଚନ କମିଶନ ବ୍ୟାପକ ବ୍ୟବସ୍ଥା କରିଛନ୍ତି । ସମସ୍ତ ବୁଥ ପୋଲିସ ପହରାରେ ରହିଥିବା ବେଳେ ସମ୍ବେଦନଶୀଳ ବୁଥଗୁଡିକ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି । କେନ୍ଦ୍ରୀୟ ସୁରକ୍ଷାବଳ ସହ ମୋବାଇଲ ଟିମ ବିଭିନ୍ନ ବୁଥ ଉପରେ ନଜର ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ତୃତୀୟ ପର୍ଯ୍ୟାୟରେ ୪୨ ବିଧାନସଭା ସିଟ; ମଇଦାନରେ ବହୁ ହେଭିୱେଟ, ତ୍ରିମୁଖୀ ଲଢେଇରେ କିଏ ହେବ ବାଜିଗର ? - Odisha Assembly Election 2024

ଖୋର୍ଦ୍ଧା ଜିଲ୍ଲାରେ ଆଜି 95 ଜଣ ବିଧାୟକ ପ୍ରାର୍ଥୀ ଓ 12 ଜଣ ସାଂସଦ ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି । ଜିଲ୍ଲାରେ ମୋଟ 19 ଲକ୍ଷ 6 ହଜାର 518 ଜଣ ମତଦାତା ରହିଥିବା ବେଳେ ସେମାନଙ୍କ ମଧ୍ୟରେ 9 ଲକ୍ଷ 90 ହଜାର 734 ଜଣ ପୁରୁଷ, 9 ଲକ୍ଷ 15 ହଜାର 205 ଜଣ ମହିଳା ଏବଂ 579 ଜଣ ତୃତୀୟ ଲିଙ୍ଗୀ ରହିଛନ୍ତି । ସେହିପରି ମତଦାତାଙ୍କ ପାଇଁ ପ୍ରତି ବୁଥରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ପାନୀୟ ଜଳଠାରୁ ଆରମ୍ଭ କରି ଫାଷ୍ଟଏଡ ଚିକିତ୍ସା ଏବଂ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ସୁବିଧାର ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି । ଖୋର୍ଦ୍ଧା ଜିଲ୍ଲାରେ ମତଦାନ ହାର ବଢାଇବା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ପକ୍ଷରୁ ଅନେକ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇ ଜନସାଧାରଣଙ୍କୁ ପୂର୍ବରୁ ସଚେତନ କରାଯାଇଥିବା ଦେଖିବାକୁ ମିଳିଥିଲା  ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.