ଦ୍ୱିତୀୟ ପର୍ଯ୍ୟାୟ ଭୋଟ ନେଇ ଡିଜିପିଙ୍କ ପ୍ରେସମିଟ, ଦେଖନ୍ତୁ LIVE - DGP Press Meet

By ETV Bharat Odisha Team

Published : May 19, 2024, 12:32 PM IST

Updated : May 19, 2024, 12:59 PM IST

thumbnail

ଭୁବନେଶ୍ୱର: ସୋମବାର ରାଜ୍ୟରେ ଅନୁଷ୍ଠିତ ହେବ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । 5ଟି ଲୋକସଭା ଓ 35 ବିଧାନସଭା ଆସନରେ ହେବ ମତଦାନ । ଏନେଇ ବୁଥ ଗୁଡିକରେ ସୁରକ୍ଷା ବ୍ବସ୍ଥା କଡାକଡି କରାଯାଇଛି । ମତଦାନକୁ ଶାନ୍ତି ଶୃଙ୍ଖଳାରେ କରିବା ପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଛି ।  ନିର୍ବାଚନ ପ୍ରସ୍ତୁତି ନେଇ ଡିଜିପି କ୍ୟାମ୍ପ ଅଫିସରୁ ସବିଶେଷ ସୂଚନା ଦେଉଛନ୍ତି ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ । ଶୃଙ୍ଖଳିତ ଭାବେ ନିର୍ବାଚନ ପରିଚାଳନା ପାଇଁ 102 କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ବା ସିଏପିଏଫ ନିୟୋଜିତ ହୋଇଛନ୍ତି। ଏନେଇ ପୂର୍ବରୁ ସୂଚନା ଦେଇଥିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।  5 ଲୋକସଭା କ୍ଷେତ୍ରରେ ମୋଟ ଭୋଟରଙ୍କ ସଂଖ୍ୟା 79 ଲକ୍ଷ 69 ହଜାର 8 ଶହ 37 ଜଣ । ମହିଳା ଭୋଟରଙ୍କ ସଂଖ୍ୟା 39 ଲକ୍ଷ 45 ହଜାର । ପୁରୁଷ ଭୋଟର 40 ଲକ୍ଷ 33 ହଜାର 992 । ତୃତୀୟ ଲିଙ୍ଗୀ ଭୋଟର 851, ଯୁବ ଭୋଟର (18ରୁ 19 ବର୍ଷ) ହେଉଛନ୍ତି 2.67 ପ୍ରତିଶତ ।  

Last Updated : May 19, 2024, 12:59 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.