ପର୍ଯ୍ୟଟନ ବିଭାଗର ଐତିହ୍ୟ ପଦଯାତ୍ରା; 'ପର୍ଯ୍ୟଟନ କ୍ଷେତ୍ରରେ ଯୋଡ଼ିହେବ ଗ୍ରାମାଞ୍ଚଳ' - Deputy CM Pravati Parida - DEPUTY CM PRAVATI PARIDA
🎬 Watch Now: Feature Video
Published : Jul 13, 2024, 8:00 PM IST
ନିମାପଡ଼ା: ପର୍ଯ୍ୟଟନ ବିଭାଗ ପକ୍ଷରୁ ଐତିହ୍ୟ ପଦଯାତ୍ରା ଆରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ନିମାପଡ଼ା ପୂର୍ଣ୍ଣେଶ୍ଵରୀ ମନ୍ଦିର ଠାରୁ କାକଟପୁର ମା' ମଙ୍ଗଳା ମନ୍ଦିର ପର୍ଯ୍ୟନ୍ତ ଆରମ୍ଭ ହୋଇଛି ପଦଯାତ୍ରା । ଗ୍ରାମୀଣ ପର୍ଯ୍ୟଟନର ବିକାଶ ଏବଂ ଗ୍ରାମାଞ୍ଚଳରେ ଏହାର ସଚେତନତା ଲକ୍ଷ୍ୟ ରଖି ଆରମ୍ଭ ହୋଇଥିବା ପଦଯାତ୍ରାରେ ଶତାଧିକ ପୁରୁଷ ଓ ମହିଳା ନିଜକୁ ସାମିଲ କରିଛନ୍ତି । ବିଶେଷ କରି ନିମାପଡ଼ା ଓ କାକଟପୁର ଅଞ୍ଚଳ ମଧ୍ୟରେ ଥିବା ଅନେକ ଛୋଟ ବଡ଼ ମନ୍ଦିର ଗୁଡିକ ପର୍ଯ୍ୟଟନ କ୍ଷେତ୍ର ସହିତ କିଭଳି ସଂଯୋଗ କରାଯାଇ ପାରିବ, ତାହା ଏହି ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଉଛି ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ପୂର୍ଣ୍ଣେଶ୍ଵରୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଏହି ପଦଯାତ୍ରା ଆରମ୍ଭ ହୋଇଥିଲା । କୋଣାର୍କ-ପୁରୀ ପର୍ଯ୍ୟଟନର ମୁଖ୍ୟ ଥିବାବେଳେ ନିମାପଡ଼ାରେ ଖୁବଶୀଘ୍ର ପର୍ଯ୍ୟଟନର ହବ୍ ପ୍ରସ୍ତୁତ କରିବା ପାଇଁ ଚେଷ୍ଟା ଜାରି ରହିଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି । କାକଟପୁର ମା' ମଙ୍ଗଳା ପୀଠର ଉନ୍ନତିକରଣ ହେବା ସହିତ ଗ୍ରାମାଞ୍ଚଳରେ ପର୍ଯ୍ୟଟନର ବିକାଶ ପାଇଁ କାମ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିଭଳି ସମସ୍ତ ଐତିହ୍ୟ ପୀଠର ବିକାଶ କାମ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଏହା ମଧ୍ୟ ପଢ଼ନ୍ତୁ...'ଜନଜାତି ଛାତ୍ରଛାତ୍ରୀଙ୍କ ଇଂରାଜୀ ଶିକ୍ଷାକୁ ସୁଦୃଢ କରାଯିବ' - Tribal Students Education
ଇଟିଭି ଭାରତ, ନିମାପଡ଼ା