ଆଳୁ ମିଶନରେ ଫେଲ ହୋଇଥିଲା ବିଜେଡି ସରକାର, ଆମେ ହେବୁ ଆତ୍ମନିର୍ଭରଶୀଳ: ଉପମୁଖ୍ୟମନ୍ତ୍ରୀ - Potato Crisis In Odisha

By ETV Bharat Odisha Team

Published : Aug 23, 2024, 5:52 PM IST

thumbnail
Kanak Vardhan Singh (ETV Bharat Odisha)

କଟକ: ରାଜ୍ୟରେ ଆଳୁ ସମସ୍ୟା ନେଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ପ୍ରତିକ୍ରିୟା । କେଭି ସିଂହଦେଓ କହିଛନ୍ତି, "ବିଜେଡି ସରକାର ଆଳୁ ମିଶନରେ ଫେଲ ହୋଇଥିଲେ । ବିଧାନସଭାରେ ଆଳୁ ସମସ୍ୟା ନେଇ ବିରୋଧୀ ମୂଲତବୀ ପ୍ରସ୍ତାବ ଆଣିଥିଲେ । ହେଲେ ଆଳୁ ସମସ୍ୟା ନେଇ ସେମାନେ ହିଁ ମୁଖ୍ୟ କାରଣ । 2015-16 ମସିହାରେ ଆରମ୍ଭ ହୋଇଥିଲା ଆଳୁ ମିଶନ । ଯେଉଁ ସମୟରେ ଚାଷୀକୁ ବିହନ ଦେବା କଥା ସେହି ସମୟରେ ନ ଦେଇ ତାହାକୁ 3 ମାସ ପରେ ଦିଆ ଯାଉଛି । ଏହାସହ 112ଟି କୋଲ୍‌ଡ ଷ୍ଟୋର କରିବା ନେଇ ବିଜେଡି ସରକାର ବାରମ୍ବାର ଉଲ୍ଲେଖ କରୁଥିଲେ । ହେଲେ ରାଜ୍ୟରେ ମାତ୍ର 22ଟି କୋଲ୍‌ଡ ଷ୍ଟୋର ନିର୍ମାଣ ହୋଇଛି । ଯାହା ଫେଲର ମୁଖ୍ୟ କାରଣ । ଏହାବ୍ୟତୀତ ବେଙ୍ଗଲ ସରକାର ଆଳୁ ଯୋଗାଣ ନେଇ ଯେଉଁ ନାଲି ଆଖି ଦେଖାଉଥିଲେ ତାହାର ଜବାବ ରଖିଛନ୍ତି ରାଜ୍ୟ ସରକାର । ଆଳୁ ଯୋଗାଣ ନେଇ ଏଣିକି ବେଙ୍ଗଲ ଉପରେ ନିର୍ଭର କରିବନି ଓଡିଶା । ଏହାର ପ୍ରଭାବରେ ବେଙ୍ଗଲରେ ଚାଷୀମାନେ ଆନ୍ଦୋଳନ କରିବା ଆରମ୍ଭ କରିଛନ୍ତି । ଦୁଇ ହାତରେ ତାଳି ବାଜେ ଗୋଟିଏ ହାତରେ ନୁହେଁ । କୌଣସି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବା ଉପରେ ଓଡିଶାବାସୀ ରୋକ ଲଗାଇବେ ।"

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟରେ ଦୂର ହେବ ଆଳୁ ସଙ୍କଟ, ୟୁପିରୁ ଟ୍ରେନ୍‌ରେ ଆସିବ ଆଳୁ: ଖାଦ୍ୟ ଯୋଗାଣ ମନ୍ତ୍ରୀ - Odisha To Procure Potatoes From UP

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.