thumbnail

ପେଣ୍ଠରେ ଅଶାନ୍ତ ହେଲାଣି ସମୁଦ୍ର, ଗ୍ରାଉଣ୍ଡ ଜିରୋରେ ‘ଇଟିଭି ଭାରତ’

By ETV Bharat Odisha Team

Published : 3 hours ago

କେନ୍ଦ୍ରାପଡା: ଆଉ କିଛି ସମୟ ପରେ ସ୍ଥଳଭାଗ ଛୁଇଁବ ବାତ୍ୟା 'ଦାନା'। ବାତ୍ୟା 'ଦାନା' ପ୍ରଭାବ ସକାଳୁ ଅନୁଭୂତ ହେଉଛି । ଗତକାଲି ଠାରୁ ରାଜନଗର ବ୍ଲକର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଥିବାବେଳେ ଆଜି ସକାଳେ ବ୍ଲକ ଅଧିନ ଖମାରସାହି ପଞ୍ଚାୟତରେ ଥିବା ବଡ଼ବଡ଼ ଗଛ ସବୁ ଉପୁଡି ଗଲାଣି ।ସ୍ଥାନୀୟ ଲୋକ ପ୍ରତିନିଧି ଓ ଗ୍ରାମବାସୀଙ୍କ ଦ୍ବାରା ଏହି ଗଛ ଗୁଡିକୁ କଟାଯାଇ ରାସ୍ତା ସଫା କରାଯାଇଛି । ପେଣ୍ଠରେ ସମୁଦ୍ର ଅଶାନ୍ତ ହୋଇଥିବା ବେଳେ ଉଚ୍ଚ ଉଚ୍ଚ ଜୁଆର ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି । 

କେନ୍ଦ୍ରାପଡ଼ାରେ ଉପମୁଖ୍ୟମନ୍ତ୍ରୀ:

କେନ୍ଦ୍ରାପଡ଼ାରେ ପହଞ୍ଚିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ଜିଲ୍ଲା ପ୍ରଦକ୍ଷଣ ଭବନରେ ଜିଲ୍ଲା ବିଜେପି ସଭାପତି ଏବଂ ସମସ୍ତ ସରକାରୀ ଅଧିକାରୀଙ୍କୁ ସାକ୍ଷାତ ପରେ ବାତ୍ୟା ପ୍ରବଣ ଅଞ୍ଚଳକୁ ଗସ୍ତ କରିଛନ୍ତି । ପ୍ରଥମେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ତରାଣ୍ଡୋ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ବାତ୍ୟା ଆଶ୍ରୟସ୍ଥଳରେ ପହଞ୍ଚି ଆଶ୍ରୟ ନେଇଥିବା ଲୋକଙ୍କ ଭଲମନ୍ଦ ବୁଝିଥିଲେ । ଲୋକଙ୍କ ପାଖରେ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ ପହଞ୍ଚୁଛି କି ନାହିଁ, ତାହା ତଦାରଖ କରିଛନ୍ତି । ପରେ ରାଜନଗରର ବିଭିନ୍ନ ଅଞ୍ଚଳକୁ ପରିଦର୍ଶନ କରିଛନ୍ତି ।  

 ଲ୍ୟାଣ୍ଡଫଲ ପରେ ରିକର୍ଭ କରିପାରେ 'ଦାନା':

ବାତ୍ୟା 'ଦାନା'କୁ ନେଇ ଆସିଲା ବଡ ଖବର । ଲ୍ୟାଣ୍ଡଫଲ ପରେ ରିକର୍ଭ କରିପାରେ 'ଦାନା' । ରିକର୍ଭ କରି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡିଶା ମୁହାଁଇବ ଦାନା । ବାତ୍ୟା ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶା ସହ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ହେବ ବର୍ଷା । ଭୀଷଣ ବାତ୍ୟା ଏବେ ପାରାଦୀପ ଠାରୁ ୨୬୦ କିମି ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ । ଧାମରା ବନ୍ଦର ଠାରୁ ୨୯୦ କିମି ଦକ୍ଷିଣ ପୂର୍ବରେ ରହିଛି ।

ଏହା ମଧ୍ୟ ପଢନ୍ତୁ....CYCLONE 'DANA' UPDATES: ଲ୍ୟାଣ୍ଡଫଲ ପରେ ରିକର୍ଭ କରିପାରେ ବାତ୍ୟା ‘ଦାନା’, 3 ଲକ୍ଷଙ୍କୁ ସ୍ଥାନାନ୍ତର

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.