ଖୋର୍ଦ୍ଧାରେ ନାମାଙ୍କନ ଭରିଲେ 6 ପ୍ରାର୍ଥୀ - Odisha Assembly Election 2024 - ODISHA ASSEMBLY ELECTION 2024
🎬 Watch Now: Feature Video
Published : May 3, 2024, 8:00 PM IST
MLA and MP Candidates Nomination: ଖୋର୍ଦ୍ଧା: ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ସେତିକି ରାଜନୈତିକ ଉଷ୍ମତା ଦେଖିବାକୁ ମିଳୁଛି । ଆସନ୍ତା 25 ତାରିଖରେ ଖୋର୍ଦ୍ଧା ଜିଲ୍ଲାରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଆରମ୍ଭ ହୋଇଯାଇଛି ନାମାଙ୍କନ ପତ୍ର ଦାଖଲ ପକ୍ରିୟା । ଆଜି ବେଗୁନିଆ ବିଜେଡି ପ୍ରାର୍ଥୀ ପ୍ରଦୀପ ସାହୁ, ବିଜେପି ପ୍ରାର୍ଥୀ ପ୍ରକାଶ ରଣବିଜୁଳି, ଖୋର୍ଦ୍ଧା ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ, ଖୋର୍ଦ୍ଧା ପାଇଁ ସ୍ୱାଧୀନ ପ୍ରାର୍ଥୀ ରଞ୍ଜିତ ମହାପାତ୍ର, କମ୍ୟୁନିଷ୍ଟ ପ୍ରାର୍ଥୀ ମାର୍କ୍ସବାଦୀ ଗିରିଶ ଚନ୍ଦ୍ର ମହାରଣା ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ କମ୍ୟୁନିଷ୍ଟ ପ୍ରାର୍ଥୀ ମାର୍କ୍ସବାଦୀ ସୁରେଶ ପାଣିଗ୍ରାହୀ ଆଜିର ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
ଆଜି ସକାଳୁ ବେଗୁନିଆ ବିଜେଡି ପ୍ରାର୍ଥୀ ପ୍ରଦୀପ ସାହୁ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଖୋର୍ଦ୍ଧା ଡିଆରଡିଏ ଠାରେ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ପାଖରେ ଆଜି ଦାଖଲ କରିଛନ୍ତି ନିଜର 4 ସେଟ ପ୍ରାର୍ଥୀପତ୍ର । ଟିଏଲସି ରୋଡ଼ରୁ ଏକ ବିରାଟ ପଟୁଆରରେ ଆସି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପହଞ୍ଚିଥିଲେ ।ଏହି ଅବସରରେ ପ୍ରଦୀପ କହିଛନ୍ତି ଯେ, ବେଗୁନିଆ ଦେଖିବ ବିକାଶର ଚିତ୍ର ଓ ନବୀନଙ୍କ ବିକାଶର ଧାରା । ଚଳିତ ନିର୍ବାଚନରେ ବହୁମତରେ ଯୋଡି ଶଙ୍ଖ ବିଜୟ ଲାଭ କରିବ ବୋଲି ଦୃଢକ୍ତି ପ୍ରକାଶ କରିଛନ୍ତି ସେ । ଏହି ନୋମିନେସନ କାର୍ଯ୍ୟକ୍ରମରେ ଜଟଣୀ ବିଧାୟକ ସୁର ରାଉତରାୟ, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ଏହା ମଧ୍ୟ ପଢ଼ନ୍ତୁ..କମ୍ପିଲା କଟକ; ନାମାଙ୍କନ ଭରିଲେ ସଂତୃପ୍ତ ଓ ଭର୍ତ୍ତୃହରି - Lok Sabha Election 2024
ସେହିପରି ବେଗୁନିଆ ବିଜେପି ପ୍ରାର୍ଥୀ ପ୍ରକାଶ ରଣ ବିଜୁଳି ମଧ୍ୟ ନିଜ ପ୍ରାର୍ଥୀପତ୍ର ଦାଖଲ କରି ବେଗୁନିଆରେ ନରେନ୍ଦ୍ର ମୋଦିଙ୍କ ଡବଲ ଇଂଜିନ ସରକାର ଗଠନ ହେବ ବୋଲି କହିଛନ୍ତି । ସେହିପରି ଖୋର୍ଦ୍ଧା ଉପ ଜିଲାପାଳଙ୍କ କାର୍ଯ୍ୟାଳୟରେ ଖୋର୍ଦ୍ଧା ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେହିପରି ଖୋର୍ଦ୍ଧା ପାଇଁ ଆଜିର ସ୍ୱାଧୀନ ପ୍ରାର୍ଥୀ ରଞ୍ଜିତ ମହାପାତ୍ର, କମ୍ୟୁନିଷ୍ଟ ପ୍ରାର୍ଥୀ ମାର୍କ୍ସବାଦୀ ଗିରିଶ ଚନ୍ଦ୍ର ମହାରଣା ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ କମ୍ୟୁନିଷ୍ଟ ପ୍ରାର୍ଥୀ ମାର୍କ୍ସବାଦୀ ସୁରେଶ ପାଣିଗ୍ରାହୀ ଆଜିର ନିଜ ପ୍ରାର୍ଥୀପତ୍ର ଦାଖଲ କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ।
ଇଟିଭି ଭାରତ, ଖୋର୍ଦ୍ଧା