ଭଣ୍ଡାରିପୋଖରୀରେ ହାଇ ଭୋଲଟେଜ ଲଢେଇ, ସ୍ୱାଧୀନ ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା - Bhandaripokhari constituency - BHANDARIPOKHARI CONSTITUENCY

🎬 Watch Now: Feature Video

thumbnail

By ETV Bharat Odisha Team

Published : May 22, 2024, 12:10 PM IST

 Bhandaripokhari constituency ଭଦ୍ରକ: ଜିଲ୍ଲାର ଚର୍ଚ୍ଚିତ ବିଧାନସଭା ନିର୍ବାଚନ ମଣ୍ଡଳୀ ଭଣ୍ଡାରିପୋଖରୀ ଆସନ । ହାଇ ଭୋଲଟେଜ ଲଢ଼େଇ ମଧ୍ୟରେ ସ୍ଵାଧୀନ ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଚଳିତ ନିର୍ବାଚନରେ ଏହି ଆସନରୁ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ବିଜେଡିରୁ ନିର୍ବାଚନ ଲଢ଼ୁଥିବା ବେଳେ କଂଗ୍ରେସ ଦଳରୁ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିର୍ବାଚନ ରଣାଙ୍ଗନରେ ଶକ୍ତି ପ୍ରଦର୍ଶନ କରୁଛନ୍ତି । ଅନ୍ୟ ପକ୍ଷରେ ଜଣେ ସଂଗଠକ ତଥା ନାଟ୍ୟକାର ସୁଧାଂଶୁ ଶେଖର ନାୟକ ବିଜେପି ପକ୍ଷରୁ ନିର୍ବାଚନ ଲଢୁଛନ୍ତି । ତେଣୁ ଏକପ୍ରକାର ହାଇ ଭୋଲ୍ଟେଜ ଲଢ଼େଇ ଦେଖିବାକୁ ମିଳିଛି ଏହି ନିର୍ବାଚନମଣ୍ଡଳୀରେ ।

ଏହାମଧ୍ୟ ପଢନ୍ତୁ.. ଭଦ୍ରକ ଲୋକସଭା ଆସନ: ବିଜେଡିର ଅଭେଦ୍ୟ ଦୁର୍ଗରେ ଫୁଟିବ କି ପଦ୍ମ, ନିର୍ଣ୍ଣାୟକ ଭୂମିକାରେ କଂଗ୍ରେସ - BHADRAK LOK SABHA CONSTITUENCY

ଏପରି ସ୍ଥଳେ ଭଣ୍ଡାରିପୋଖରୀ ଅଞ୍ଚଳର ଜଣେ ଜଣାଶୁଣା ଅଭିନେତା ତଥା ନାଟ୍ୟକାର ଉତ୍କଳ କେଶରୀ ବିଶ୍ଵାଳ ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି । ଯାହାଙ୍କୁ ନେଇ ଏବେ ଭଣ୍ଡାରିପୋଖରୀ ବିଧାନସଭା ଆସନର ରାଜନୀତି ଚର୍ଚ୍ଚା ଜୋର ଧରିଛି । କାରଣ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ସହିତ ଓତଃପ୍ରୋତ ଭାବେ ଜଡିତ ଥିବା ସହ ସାମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନେକ ସମୟରେ ସେ ଚର୍ଚ୍ଚାରେ ରୁହନ୍ତି । ତେଣୁ ସେ ଅନ୍ୟ ଦଳମାନଙ୍କ ଅଙ୍କକୁ ଭୁଲ କରିଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ କୌଣସି ରାଜନୈତିକ ଦଳରୁ ପ୍ରାର୍ଥୀ ନହୋଇ ଅଞ୍ଚଳର ବିକାଶ ପାଇଁ  ଲଢୁଥିବା କହିଛନ୍ତି ଉତ୍କଳ କେଶରୀ।  ଉତ୍କଳ କେଶରୀ ବିଶ୍ଵାଳଙ୍କ ସହ ଆଲୋଚନା କରିଛନ୍ତି ଭଦ୍ରକରୁ ଆମ ପ୍ରତିନିଧି ଦେବାଶିଷ ମହାପାତ୍ର  ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.