ETV Bharat / state

ଆଦିବାସୀ ମେଳା ବୁଲିଲେ, ‘ମାଧୋ ସିଂ ହାତଖର୍ଚ୍ଚ ଯୋଜନା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ - ADIVASI MELA 2025

ଆଦିବାସୀ ମେଳା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ଏହା ସହ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାର କଲେ ଶୁଭାରମ୍ଭ । ଜନଜାତି ଜୀବନଶୈଳୀକୁ ନେଇ ଲାଇଭ ଡେମୋନଷ୍ଟ୍ରେସନ ଦେଖିପାରିବେ ଦର୍ଶକ ।

ଆରମ୍ଭ ହେଲା ଆଦିବାସୀ ମେଳା-୨୦୨୫, ମୁଖ୍ୟମନ୍ତ୍ରୀ କଲେ ଉଦଘାଟନ
ଆରମ୍ଭ ହେଲା ଆଦିବାସୀ ମେଳା-୨୦୨୫, ମୁଖ୍ୟମନ୍ତ୍ରୀ କଲେ ଉଦଘାଟନ (ETV Bharat odisha)
author img

By ETV Bharat Odisha Team

Published : Jan 5, 2025, 8:41 PM IST

Updated : Jan 5, 2025, 10:21 PM IST

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ଆଦିବାସୀ ମେଳା । ୧୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାକୁ ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି । ରାଜଧାନୀରେ ଏଥର ପାଳନ ହେବାକୁ ଥିବା ‘ପ୍ରବାସୀ ଭାରତୀୟ ଦିବସ’ ପାଇଁ ଅନ୍ତର୍ଜାତୀୟ ଅତିଥି ଆସୁଥିବାରୁ ଏଥର ଆଦିବାସୀ ମେଳାକୁ ଭିନ୍ନ ଢଙ୍ଗରେ ତଥା ବ୍ୟାପକ ଭାବେ ଆୟୋଜନ କରାଯାଉଛି । ଏହି ଅବସରରେ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ମାଧୋ ସିଂ ହାତଖର୍ଚ୍ଚ ଯୋଜନାର ମଧ୍ୟ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

  • ଏଥର ୧୮୯ ଗୋଟି ଷ୍ଟଲ୍‌

ୟୁନିଟ୍‌-୩ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ମେଳାକୁ ଚଳିତଥର ପୂର୍ବାପେକ୍ଷା ବ୍ୟାପକ ଭାବେ ଆୟୋଜନ କରାଯାଇଛି । ଗ୍ରାଉଣ୍ଡରେ ଅସ୍ଥାୟୀ ଭାବେ ଆଦିବାସୀ ଗ୍ରାମ ସୃଷ୍ଟି କରାଯାଇଛି । ଏଥର ମୋଟ ୧୪୭ଟି ଷ୍ଟଲ ଲାଗିଛି । ସେଥିମଧ୍ୟରୁ ୧୫ଟି ଷ୍ଟଲରେ ଲାଇଭ୍‌ ଡେମୋନଷ୍ଟ୍ରେସନ ମଧ୍ୟ ପ୍ରଦର୍ଶିତ ହେଉଛି । ସେହିପରି ପ୍ରାୟ ୪୦ଟି ଷ୍ଟଲରେ କଳା ଓ ହସ୍ତଶିଳ୍ପ ସାମଗ୍ରୀ ବିକ୍ରି ହେଉଛି । ଏହା ସହ ଜନଜାତି ଲୋକକଳା, ସେମାନଙ୍କ ସଂସ୍କୃତି ଓ ସଂଗ୍ରାମକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷିତ ହେଉଛି । ପ୍ରଥମ ସଂଧ୍ୟାରେ ଏହାକୁ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଛି । ଲୋକେ ଜନଜାତି ସଂସ୍କୃତିକୁ ପାଖରୁ ଦେଖିବା ସହ ସେମାନଙ୍କ ବ୍ୟବହାର୍ଯ୍ୟ ସାମଗ୍ରୀ କିଣା କିଣି ମଧ୍ୟ କରିଛନ୍ତି ।

ଆଦିବାସୀ ମେଳା ଓ ‘ମାଧୋ ସିଂ ହାତଖର୍ଚ୍ଚ ଯୋଜନା’କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:-

5ରୁ ଆଦିବାସୀ ମେଳା, ପ୍ରଦର୍ଶନୀ ପଡିଆ ସୃଷ୍ଟି କରୁଛି ଆଦିବାସୀ ଗାଁର ଭ୍ରମ

ଉଦଯାପିତ ହେଲା ଆଦିବାସୀ ମେଳା, ୧୧ ଦିନରେ ୫ କୋଟିରୁ ଊର୍ଦ୍ଧ୍ବ ବ୍ୟବସାୟ

ପାଣି ପଞ୍ଚାୟତରେ ହେବ ନିର୍ବାଚନ ଓ ଅଡିଟ୍, ମୁଖ୍ୟମନ୍ତ୍ରୀ କଲେ ଘୋଷଣା

  • ଏଥରର ମୁଖ୍ୟ ଆକର୍ଷଣ:-

ଚଳିତବର୍ଷର ମୁଖ୍ୟ ଆକର୍ଷଣ ହେବ ଆଦିବାସୀ ଗ୍ରାମ, ଆଦିବାସୀ ହାଟ, କଳା ଓ ହସ୍ତଶିଳ୍ପ ଗ୍ରାମ, ଜନଜାତି ଖାଦ୍ୟ ଫୁଡ୍ କୋର୍ଟ, ଲାଇଭ୍ ଡେମନଷ୍ଟ୍ରେସନ୍, ଭଗବାନ ବିର୍ସା ମୁଣ୍ଡା ପାଭିଲିୟନ୍ । ଚଳିତବର୍ଷ ୨୦ଟି ଆଦିବାସୀ କୁଟୀର ନିର୍ମାଣ କରାଯାଉଥିବା ବେଳେ ୧୪୭ଟି ଷ୍ଟଲରେ ଆଦିବାସୀ ସାମଗ୍ରୀ ବିକ୍ରିବଟା ହେବ । ଏଥିସହ କଳା ଓ ହସ୍ତଶିଳ୍ପ ଗ୍ରାମ ପାଇଁ ୪୦ଟି ଷ୍ଟଲ୍ ପ୍ରସ୍ତୁତ କରାଯାଉଥିବା ବେଳେ ୧୫ଟି ଷ୍ଟଲରେ ଲାଇଭ୍ ଡେମନଷ୍ଟ୍ରେସନର ସୁବିଧା ରହିବ । ଏଥିସହ ଭଗବାନ ବିର୍ସା ମୁଣ୍ଡା ପାଭିଲିୟନର ୫ଟି ଗ୍ୟାଲେରୀରେ ବିର୍ସାମୁଣ୍ଡାଙ୍କ ଜୀବନୀ, ରାଜ୍ୟ ତଥା ଦେଶର ସ୍ବାଧୀନତା ସଂଗ୍ରାମୀଙ୍କ ଅବଦାନ ସମ୍ପର୍କିତ ଗ୍ୟାଲେରୀ, ଚିତ୍ରାଙ୍କନ ପ୍ରଦର୍ଶନୀ, ମିନି ଥିଏଟର୍ ଓ ଫଟୋଚିତ୍ର ପ୍ରଦର୍ଶନୀର ଆୟୋଜନ କରାଯିବ ।

ଆଦିବାସୀ ମେଳା ଓ ‘ମାଧୋ ସିଂ ହାତଖର୍ଚ୍ଚ ଯୋଜନା’କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଆଦିବାସୀ ମେଳା ଓ ‘ମାଧୋ ସିଂ ହାତଖର୍ଚ୍ଚ ଯୋଜନା’କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀଆଦିବାସୀ ମେଳା ଓ ‘ମାଧୋ ସିଂ ହାତଖର୍ଚ୍ଚ ଯୋଜନା’କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ (ETV Bharat Odisha)
  • ୨୦ ପ୍ରକାରର ଆଦିବାସୀ କୁଡିଆର ପ୍ରତିକୃତି

ଚଳିତବର୍ଷ ଏହି ମେଳା ଆଜିଠାରୁ ଆରମ୍ଭ ହୋଇ ୧୬ ଜାନୁଆରୀ ଯାଏଁ ଇଡ୍‌କୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେଉଛି । ଜନଜାତିଙ୍କ ଦ୍ବାରା ଉତ୍ପାଦିତ ତଥା ସଂଗୃହୀତ ଲଘୁ ବନଜାତ ଦ୍ରବ୍ୟ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, କୃଷିଜାତ ଦ୍ରବ୍ୟ, କଳା ସାମଗ୍ରୀ ଆଦି କିଣାକିଣି କରିବାସହିତ ପ୍ରତି ସନ୍ଧ୍ୟାରେ ଆୟୋଜିତ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଆଦିବାସୀ ମେଳାରେ ଚଳିତ ବର୍ଷ ୭ଟି ପ୍ରମୁଖ ବିଭାଗ ରହିଛି । ଆଦିବାସୀ ଗାଁ, ଆଦିବାସୀ ହାଟ, ଆଦିବାସୀ କଳା ଏବଂ ଜଳାବସ୍ତୁ ପ୍ରସ୍ତୁତି ପ୍ରଦର୍ଶନୀ, ଭଗବାନ ବିର୍ସାମୁଣ୍ଡା ଗ୍ୟାଲେରୀ, ଖାଦ୍ୟ ପ୍ରାଙ୍ଗଣ ଏବଂ ମୁଖ୍ୟ ମଞ୍ଚ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ । ଆଦିବାସୀ ଗାଁ ବିଭାଗରେ ୨୦ ପ୍ରକାରର ଆଦିବାସୀ କୁଡିଆର ଆକର୍ଷଣୀୟ ପ୍ରତିକୃତି ଦେଖିବାକୁ ମିଳିବ ।

  • ନିର୍ମାଣ ହୋଇଛି ବିର୍ସା ମୁଣ୍ଡା ପାଭିଲିଅନ୍

ଏହାସହିତ ଆଦିବାସୀ ହାଟରେ ୧୨୬ ଗୋଟି ଷ୍ଟଲ୍ ଖୋଲାଯିବା ସହ ବିଭିନ୍ନ ସାମଗ୍ରୀ ବିକ୍ରିବଟାର ବ୍ୟବସ୍ଥା କରାଯାଇଛି। ଚଳିତବର୍ଷ ସର୍ବମୋଟ୍ ୧୮୯ ଗୋଟି ଷ୍ଟଲ୍ ପ୍ରସ୍ତୁତି କରାଯାଇଅଛି । ଜନଜାତି ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ବାରା ପ୍ରସ୍ତୁତ ତଥା ଉତ୍ପାଦିତ ସାମଗ୍ରୀର ବିକ୍ରୀ କରାଯିବ । ଏଥିସହ ଭଗବାନ ବିର୍ସା ମୁଣ୍ଡାଙ୍କର ୧୫୦ତମ ଜୟନ୍ତୀ ଅବସରରେ କରି ଭଗବାନ ବିର୍ସା ମୁଣ୍ଡା ପାଭିଲିଅନ୍ ନିର୍ମିତ ହୋଇଛି ।

  • ‘ମାଧୋ ସିଂ ହାତଖର୍ଚ୍ଚ ଯୋଜନା’କୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ସେହିପରି ବହୁ ପ୍ରତୀକ୍ଷିତ ରାଜ୍ୟ ସରକାରଙ୍କ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା କୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ପରିପ୍ରେକ୍ଷୀରେ ପାଞ୍ଚ ଜଣ ଛାତ୍ରଛାତ୍ରୀ ଙ୍କୁ ଚେକ୍ ପ୍ରଦାନ କରାଯାଇଛି। ଏବଂ ଅନ୍ୟ ପିଲାମାନଙ୍କୁ ଆକାଉଣ୍ଟରେ ଦିଆଯାଇଛି। ୨ ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଉପକୃତ ହେବେ । ୧୦ମ ଓ ଦ୍ବାଦଶ ଛାତ୍ର ଛାତ୍ରୀ ଏହି ସୁବିଧା ପାଇବେ । ଅନୁସୂଚିତ ଜାତି ଜନଜାତି ଛାତ୍ରଛାତ୍ରୀ ଏହି ସୁବିଧା ପାଇବେ । ୮୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ଇଟିଭି ଭାରତ ଭୁବନେଶ୍ବର

Last Updated : Jan 5, 2025, 10:21 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.