ETV Bharat / state

କୁମ୍ଭୀର ଗଣନା ପ୍ରହସନ ! ନିଷେଧାଦେଶ ସତ୍ତ୍ବେ ଭିତରକନିକାରେ ବୁଲିଲେ ଇକୋ-ରିଟ୍ରିଟ ପର୍ଯ୍ୟଟକ - BHITARKANIKA NATIONAL PARK

ଚାଲିଛି କୁମ୍ଭୀର ଗଣନା । ୧୪ରୁ ୨୨ଯାଏଁ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବେଶ ନିଷେଧ । ସେପଟେ ଇକୋ ରିଟ୍ରିଟର ପର୍ଯ୍ୟଟକଙ୍କୁ ମିଳୁଛି ଏଣ୍ଟ୍ରି ଅନୁମତି ।

Bhitarkanika National Park
Bhitarkanika National Park (ETV Bharat Odisha)
author img

By ETV Bharat Odisha Team

Published : Jan 21, 2025, 10:51 PM IST

କେନ୍ଦ୍ରାପଡା: ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବେଶକୁ ନେଇ ତେଜୁଛି ଅସନ୍ତୋଷ । ସାଧାରଣ ପର୍ଯ୍ୟଟକଙ୍କ ପାଇଁ ବନ୍ଦ, ହେଲେ ଇକୋ ରିଟ୍ରିଟରେ ରହୁଥିବା ଅତିଥିମାନଙ୍କ ପାଇଁ ଖୋଲା । ଯାହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି ।

  • କେବେଠାରୁ ଓ କ'ଣ ପାଇଁ ବନ୍ଦ ରହିଛି ଜାତୀୟ ଉଦ୍ୟାନ:

ପ୍ରତିବର୍ଷ ଜାନୁଆରୀ ମାସ ପ୍ରଥମ ସପ୍ତାହରୁ ଭିତରକନିକା ନଦୀନାଳରେ ଥିବା କୁମ୍ଭୀରମାନଙ୍କ ଗଣନା ପାଇଁ ବନ୍ଦ ରହିଥାଏ ଜାତୀୟ ଉଦ୍ୟାନ। ତେବେ ଚଳିତବର୍ଷ ଜାନୁଆରୀ ମାସ ୧୪ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ୯ ଦିନ ଧରି ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଥିଲେ । ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବଙ୍କ ପ୍ରତିକ୍ରିୟା ଅନୁଯାୟୀ," ୧୪ ତାରିଖରୁ ୨୨ ତାରିଖ ଭିତରେ କୁମ୍ଭୀର ଗଣନା କାର୍ଯ୍ୟକ୍ରମ କରାଯିବ । ସେହି କାର୍ଯ୍ୟକ୍ରମ ପାଇଁ ଭିତରକନିକାକୁ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ ରହିବ । ୧୭ତାରିଖରେ କୁମ୍ଭୀର ସଚେତନତା କାର୍ଯ୍ୟକ୍ରମ ହେବ । ଯେଉଁଥିରେ ଟିମ ଡିଷ୍ଟ୍ରିବ୍ୟୁସନ ଓ ଅନ୍ୟାନ୍ୟ କାର୍ଯ୍ୟ ସମ୍ପନ୍ନ କରିବୁ । ୧୯,୨୦ ଓ ୨୧ ତାରିଖରେ ଗଣନା କାର୍ଯ୍ୟ ଚାଲିବ । ଯେହେତୁ ଏହା ଆମର ନ୍ୟାସନାଲ ପାର୍କ, ତେଣୁ ସମସ୍ତ ଏଣ୍ଟ୍ରି ପଏଣ୍ଟ ବନ୍ଦ ରହିବ । କୁମ୍ଭୀର ଗଣନା ପୂର୍ବରୁ ୱାଟରବଡି ଷ୍ଟାବିଲାଇଜ ହେବାକୁ ସମୟ ଲାଗେ । ତେଣୁ ୧୪ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଏହି କୁମ୍ଭୀର ଗଣନା କାର୍ଯ୍ୟକ୍ରମ ହେବ ।"

Bhitarkanika National Park (ETV Bharat Odisha)
ଇକୋ ରିଟ୍ରିଟରେ ରହୁଥିବା ପର୍ଯ୍ୟଟକମାନଙ୍କୁ ନାହିଁ ବାରଣ:

ସମାଜସେବୀ ଦେବେନ୍ଦ୍ର ସେଠୀ କ୍ଷୋଭ ପ୍ରକାଶ କରି କହିଛନ୍ତି,"ଭିତରକନିକାରେ କୁମ୍ଭୀର ଗଣନା ପ୍ରହସନ ପାଲଟିଛି । ଭିତରକନିକା ବନ୍ଦ ଥିବା ସତ୍ତ୍ୱେ ଭିତରକନିକା ବୁଲିଲେ ଇକୋ ରିଟ୍ରିଟ ଆସିଥିବା ପର୍ଯ୍ୟଟକ। କୁମ୍ଭୀର ଗଣନା ଯୋଗୁ ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ୯ ଦିନ ବନ୍ଦ ଥିବାବେଳେ କିପରି ଇକୋ ରିଟ୍ରିଟରେ ରହୁଥିବା ପର୍ଯ୍ୟଟକ ଭିତରକନିକାର ହଂସୁଆ ନଦୀରେ କିପରି ବୁଲୁଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ଓ ସଠିକ କୁମ୍ଭୀର ଗଣନା ନେଇ ଆଶଙ୍କା ସୃଷ୍ଟି ହୋଇଛି ।" ସେହିପରି ଅନ୍ୟଜଣେ ସମାଜସେବୀ ଉମେଶ ପାଢ଼ୀଙ୍କ ଅଭିଯୋଗ ମୁତାବକ, "ସାଧାରଣ ପର୍ଯ୍ୟଟକମାନଙ୍କ ପାଇଁ ଭିତରକନିକା ଗେଟ୍ ବନ୍ଦ ରହିଛି । ହେଲେ ଇକୋ ରିଟ୍ରିଟ ପର୍ଯ୍ୟଟକମାନଙ୍କ ପାଇଁ କାହିଁକି ଓ କିପରି ପରିସ୍ଥିତିରେ ଭିତରକନିକାକୁ ଖୋଲି ଦିଆଗଲା ସେନେଇ ପ୍ରଶ୍ନ ଉଠିଛି । କୁମ୍ଭୀର ଗଣନା ସମୟରେ ଯନ୍ତ୍ର ଚାଳିତ ବୋଟ୍ ଚାଲିଲେ କୁମ୍ଭୀର ମାନେ ଭୟଭୀତ ହୋଇ ପାଣି ଭିତରକୁ ଚାଲି ଯାଆନ୍ତି ଏହାକୁ ଦୃଷ୍ଟିରେ ରଖି ଭିତରକନିକା ନଦୀ ନାଳରେ ବୋଟ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥାଏ। ଇକୋ ରିଟ୍ରିଟର ପର୍ଯ୍ୟଟକ ମାନଙ୍କୁ ବନବିଭାଗ ନିୟମ କୁ ଉଲଂଘନ କରି କିପରି ଯନ୍ତ୍ର ଚାଳିତ ବୋଟରେ ପର୍ଯ୍ୟଟକଙ୍କୁ ବୁଲାଉଛନ୍ତି ସେନେଇ ଏକ ତଦନ୍ତ କରାଯାଇ ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ ।"

Bhitarkanika National Park
Bhitarkanika National Park (ETV Bharat Odisha)

ଏହା ବି ପଢନ୍ତୁ...ଭିତରକନିକାରେ କୁମ୍ଭୀର ଗଣନା ଆରମ୍ଭ, ୨୨ଟି ଟିମ୍ ସାମିଲ

ଏହା ବି ପଢନ୍ତୁ...ରାଜ୍ୟରେ ଶୀତକାଳୀନ ବିଦେଶୀ ପକ୍ଷୀ ଗଣନା ଆରମ୍ଭ

ଲାଇଫ ଗାର୍ଡଙ୍କ ପ୍ରତିକ୍ରିୟା:
"ଜାନୁଆରୀ ୧୪ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନର ବିଭିନ୍ନ କ୍ରିକରେ ରହୁଥିବା କୁମ୍ଭୀର ଗଣନା ପାଇଁ ଚଳିତବର୍ଷ ପର୍ଯ୍ୟଟକମାନଙ୍କୁ ବାରଣ ଥିବାବେଳେ ସଂଖ୍ୟାଧିକ ଇକୋ ରିଟ୍ରିଟ ପର୍ଯ୍ୟଟକ ବୋଟରେ ଯାଇ କୁମ୍ଭୀରମାନଙ୍କୁ ଦେଖି ଆସୁଛନ୍ତି" ବୋଲି କହିଛନ୍ତି ଇକୋ ରିଟ୍ରିଟ ଲାଇଫ ଗାର୍ଡ । ଏପରିକି ଆଜି ମଧ୍ୟ ୧୦ ଜଣ ପର୍ଯ୍ୟଟକ ବୋଟିଂ କରିଥିବା ନେଇ ଇକୋ ରିଟ୍ରିଟ ଲାଇଫ ଗାର୍ଡ ନିଶିକେଷ ରାଉତ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.