ଧର୍ମଗଡରେ ବିଜେପି ଓ କଂଗ୍ରେସର ଶକ୍ତି ପ୍ରଦର୍ଶନ, ନାମାଙ୍କନ ଭରିଲେ ପ୍ରାର୍ଥୀ - ODISHA ASSEMBLY ELECTION 2024 - ODISHA ASSEMBLY ELECTION 2024
🎬 Watch Now: Feature Video
Published : Apr 25, 2024, 6:39 AM IST
ଭବାନୀପଟଣା: ନିର୍ବାଚନ ଯେତିକି ପାଖେଇ ଆସୁଛି କଳାହାଣ୍ଡି ରାଜନୀତି ବେଶ୍ ଉଷ୍ମ ହେବାରେ ଲାଗିଛି । ବିଜେଡିର ଗଡ କୁହାଯାଉଥିବା ଧର୍ମଗଡରେ ଏବେ ରାଜନୀତି ସରଗରମ ହୋଇଛି । ଆଜି କଂଗ୍ରେସ ଓ ବିଜେପି ପକ୍ଷରୁ ବିଶାଳ ଶୋଭାଯାତ୍ରା ସହ ନାମାନଙ୍କ ପତ୍ର ଦାଖଲ କରିଛନ୍ତି ନେତା । କଳାହାଣ୍ଡି ଜିଲ୍ଲା ଧର୍ମଗଡ ନିର୍ବାଚନ ମଣ୍ଡଳୀ ପାଇଁ ଭାରତୀୟ ଜନତା ପାର୍ଟିର ସୁଧୀର ପାଟଯୋଶୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନିଜର ଶହ ଶହ ସମର୍ଥକଙ୍କ ସହ ଧର୍ମଗଡର ଆରାଧ୍ୟ ଦେବୀ ମା' ଭଣ୍ଡାର ଘରଣୀଙ୍କ ମନ୍ଦିରକୁ ଯାଇ ସେଠାରେ ଆଶିଷ ଭିକ୍ଷା କରିବା ପରେ ଏକ ବିଶାଳ ପଟୁଆରରେ ଧର୍ମଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପାତ୍ର ଦାଖଲ କରିଛନ୍ତି ।
ସେହିପରି ଜୁନାଗଡ଼ ବିଜେପି ବିଧାୟକ ପ୍ରାର୍ଥୀ ମନୋଜ ମେହେର ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନିଜର ଶହ ଶହ ସମର୍ଥକଙ୍କ ସହ ମା' ଲଙ୍କେଶ୍ଵରୀଙ୍କ ଦର୍ଶନ କରିବା ପରେ ସେଠାରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରାରେ ଧର୍ମଗଡରେ ପହଞ୍ଚି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ଦୁଇ ବିଜେପି ନେତାଙ୍କ ଶକ୍ତି ପ୍ରଦର୍ଶନରେ ସାମିଲ ହୋଇଥିଲେ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ମାଳବିକା ଦେବୀ । ସେପଟେ ଧର୍ମଗଡ କଂଗ୍ରେସ ବିଧାୟକ ପ୍ରାର୍ଥୀ ରଶ୍ମି ରେଖା ରାଉତ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନିଜ ସମର୍ଥକଙ୍କ ସହ ଭଣ୍ଡାର ଘରଣୀ ମନ୍ଦିରରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ.....ନାମାଙ୍କନ ଭରିଲେ କାଳୀରାମ, ଶକ୍ତି ଦେଖାଇଲେ ଇନ୍ଦିରା - Odisha Assembly Election 2024
ଇଟିଭି ଭାରତ, କଳାହାଣ୍ଡି