thumbnail

By ETV Bharat Odisha Team

Published : May 4, 2024, 12:59 PM IST

ETV Bharat / Videos

ବ୍ରହ୍ମପୁରରେ ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କରଙ୍କ ପ୍ରଚାର, କହିଲେ ରାଜ୍ୟର‌ ଶ୍ରେଷ୍ଠ ବ୍ୟବସାୟୀକ ସ୍ଥଳ ହେବ ରେଶମ ସହର - Odisha Assembly election 2024

Odisha Assembly election 2024:  ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ସରଗରମ ରାଜନୈତିକ ମାହୋଲ । ପ୍ରଚାର ମୈଦାନରେ ଜୋରଦାର କସରତ ଚଳାଇଛନ୍ତି ପ୍ରାର୍ଥୀ । ତେବେ ବ୍ରହ୍ମପୁରର ପ୍ରଥମ ପୂର୍ବତନ ମେୟର ଶିବଶଙ୍କର ଦାସ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିବା ପରେ ପ୍ରଚାର ଜୋରଦାର ଚଳାଇଛନ୍ତି । ସହରରେ ପ୍ରମୁଖ ରାଜନୈତିକ ଦଳର ନେତୃବୃନ୍ଦମାନେ ନିର୍ବାଚନ ଲଢୁଥିବା ବେଳେ ଏଭଳି ସମୟରେ ଶିବଶଙ୍କର ପ୍ରାର୍ଥୀତ୍ୱ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ଚର୍ଚ୍ଚା ହେଉଛି  । ତେବେ ସହରର ରହିଥିବା ପ୍ରମୁଖ ସମସ୍ୟାର ସମାଧାନ ଏବଂ ରେଶମ ସହରକୁ ରାଜ୍ୟର‌ ଶ୍ରେଷ୍ଠ ବ୍ୟବସାୟୀକ ସ୍ଥଳରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି ଶିବଶଙ୍କର ।

ଏହା ମଧ୍ୟ ପଢନ୍ତୁ.. ଖରା ତାତିକୁ ନାହିଁ ଖାତିର୍, ବ୍ରହ୍ମପୁରରେ ଜମୁଛି ବିଜେଡିର ପ୍ରଚାର - BJD Campaign In Berhampur
 

ନିର୍ବାଚନରେ ଜିତିଲେ ମୁଖ୍ୟତଃ ସହରର ଟ୍ରାଫିକ ସମସ୍ୟା, ପୋଖରୀ ପୁନରୁଦ୍ଧାର, ବାସହୀନଙ୍କୁ ପଟ୍ଟା ପ୍ରଦାନ ଓ ସହରର ମୁଖ୍ୟ ବିଜୁଳି ସମସ୍ୟା ସହ ପାନୀୟ ଜଳ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି  । ତେବେ ବ୍ରହ୍ମପୁର ବିଧାନସଭାର ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କରଙ୍କ ସହ ଅଧିକ ଆଲୋଚନା କରିଛନ୍ତି  ଇଟିଭି ଭାରତ ବ୍ରହ୍ମପୁର ସମ୍ବାଦଦାତା ସମୀର ଆଚାର୍ଯ୍ୟ । 

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.