thumbnail

ବେଗୁନିଆ ଓ ଜଟଣୀରେ ବିଜେଡିର ଜୋରଦାର ପ୍ରଚାର, ଯୋଡ଼ି ଶଙ୍ଖ ପାଇଁ ଭୋଟ ମାଗିଲେ ନେତା - BJd CAMPAIGN IN Khordha

By ETV Bharat Odisha Team

Published : May 20, 2024, 6:27 PM IST

BJD CAMPAIGN IN KHORDHA : ଖୋର୍ଦ୍ଧା: ନବୀନଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ଜୋରଦାର ଲାଗି ପଡିଛି ବିଜୁ ଜନତା ଦଳ । ଆଗାମୀ ସାଧାରଣ ନିର୍ବାଚନରେ କିପରି ଦଳ ଭଲ ପ୍ରଦର୍ଶନ କରିବ ସେଥିପାଇଁ ବିଭିନ୍ନ ନିର୍ବାଚନ ମଣ୍ଡଳୀ ଗସ୍ତ କରିବା ସହ ରୋଡ଼ ସୋ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭିକେ ପାଣ୍ଡିଆନ । ସେହିପରି ସମୟକୁ ଅପଚୟ ନକରି ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି ବିଜେଡି ପ୍ରାର୍ଥୀ । ଆଜି ବେଗୁନିଆ ନିର୍ବାଚନ ମଣ୍ଡଳୀର 27ନଂ ଜୋନରେ ବିଜେଡି ପ୍ରାର୍ଥୀ ପ୍ରଦୀପ ସାହୁ ବିଶାଳ ବାଇକ ରାଲି କରି ନବୀନ ବାବୁଙ୍କ ବିକାଶର ବାର୍ତ୍ତା ବାଣ୍ଟି ଯୋଡି ଶଙ୍ଖରେ ଭୋଟ ଦେବାକୁ ନିବେଦନ କରିଛନ୍ତି । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେଲେ କିପରି ଓଡିଶାବାସୀ ମାଗଣା ବିଜୁଳି ଠାରୁ ଉନ୍ନତ ଚିକିତ୍ସା ସେବା ପାଇଁ ପାରିବେ ଜନସାଧାରଣଙ୍କୁ କହି ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି ।

ସେହିପରି ଜଟଣୀ ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ବିଭୂତି ଭୂଷଣ ବଳବନ୍ତରାୟ ବାଇକ ଶୋଭାଯାତ୍ରା ମାଧ୍ୟମରେ ପ୍ରଚାର କରିଛନ୍ତି । ଜଟଣୀ ନିର୍ବାଚନ ମଣ୍ଡଳୀରେ ଆଜି ବିଭୂତିଙ୍କ ସହ ରାଜ୍ୟସଭା ସାଂସଦ ମୁଜିବୁଲ୍ଲା ଖାଁ ସାମିଲ ହୋଇ ଯୋଡି ଶଙ୍ଖ ପାଇଁ ଭୋଟ ଭିକ୍ଷା କରିଥିବା ଦେଖିବାକୁ ମିଳିଛି । ଏହି ଅବସରରେ ବିଭୂତି କହିଛନ୍ତି ଯେ, ଓଡିଶାବାସୀ ଭଲଭାବେ ଜାଣିଛନ୍ତି ନବୀନ ବାବୁଙ୍କ କେହି ବିକଳ୍ପ ନାହାନ୍ତି । ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ନବୀନ ବାବୁ କରିଥିବା ଯୋଜନା ଦ୍ୱାରା ଲାଭା ପାଉଛନ୍ତି ଓଡ଼ିଶାବାସୀ । ତେଣୁ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବେ ।

ଏହା ମଧ୍ୟ ପଢନ୍ତୁୁ......ହିଞ୍ଜିଳିକାଟୁରେ କେମିତି ଚାଲିଛି ମତଦାନ, ଗ୍ରାଉଣ୍ଡରେ ‘ଇଟିଭି ଭାରତ’ - Second Phase Voting

 
ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.