thumbnail

ଆରମ୍ଭ ହେଲା ବିଧାନସଭା ବଜେଟ ଅଧିବେଶନ, ଅଭିଭାଷଣ ରଖୁଛନ୍ତି ରାଜ୍ୟପାଳ - ODISHA ASSEMBLY BUDGET SESSION

By ETV Bharat Odisha Team

Published : Jul 22, 2024, 11:06 AM IST

Updated : Jul 22, 2024, 11:39 AM IST

ଭୁବନେଶ୍ୱର: ଆରମ୍ଭ ହେଲା ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ । ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ବିଜେଟ ଅଧିବେଶନ । ନୂଆ ସରକାରଙ୍କ ଆଭିମୁଖ୍ୟ, ଯୋଜନା ବାବଦରେ ରାଜ୍ୟପାଳଙ୍କ ଅଭିଭାଷଣ ରଖୁଛନ୍ତି । ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ପ୍ରଥମ ବଜେଟ ଅଧିବେଶନ । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ 23 ଓ 24 ତାରିଖ ଦୁଇଦିନ ଚର୍ଚ୍ଚାରେ ସରଗରମ ହେବ ଗୃହ । 24 ତାରିଖରେ ଉପବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । 25 ତାରିଖରେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 2024/25 ଆର୍ଥିକ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ କରିବେ ।  ସପ୍ତଦଶ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ।  ଅଧିବେଶନରେ ମୋଟ 27 କାର୍ଯ୍ୟ ଦିବସ ରହିଛି । ସେପ୍ଟେମ୍ବର 13 ତାରିଖ ପର୍ଯ୍ୟନ୍ତ ବିଧାନସଭାର କାର୍ଯ୍ୟ ଅବଧି ରହିଛି । ଇଟିଭି ଭାରତ, ଭୁବନେଶ୍ୱର
Last Updated : Jul 22, 2024, 11:39 AM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.