ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରୁଛନ୍ତି ପ୍ରଧାନମନ୍ତ୍ରୀ; ଦେଖନ୍ତୁ LIVE - Independence Day 2024

By ETV Bharat Odisha Team

Published : Aug 15, 2024, 7:36 AM IST

Updated : Aug 15, 2024, 9:27 AM IST

thumbnail
ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି 78ତମ ସ୍ବାଧୀନତା ଦିବସ । 1947 ମସିହାରେ ଭାରତ ଫିରିଙ୍ଗି ଶାସନରୁ ମୁକ୍ତ ହୋଇ ସ୍ୱତନ୍ତ୍ର ଗଣରାଜ୍ୟରେ ପରିଣତ ହୋଇଥିଲା । ସେହି ଦିନକୁ ମନେପକାଇବା ପାଇଁ ପ୍ରତିବର୍ଷ  ଅଗଷ୍ଟ 15କୁ ଭାରତର ସ୍ୱାଧୀନତା ଦିବସ ଭାବରେ ପାଳନ କରାଯାଉଛି । ଆଜି ଦିଲ୍ଲୀର ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଉଛନ୍ତି । ସ୍ବାଧୀନତା ଦିବସରେ 11 ଥର ପାଇଁ ଦିଲ୍ଲୀରେ ପତାକା ଉତ୍ତୋଳନ କରିଛନ୍ତି ମୋଦି । ସ୍ବାଧୀନତା ଦିବସ ଅବସରରେ ଦିଲ୍ଲୀଠୁ ପଲ୍ଲୀ ସବୁଠି ଉଡୁଛି ତ୍ରିରଙ୍ଗା । ଦେଶର କୋଣ ଅନୁକୋଣରେ ଗୁଞ୍ଜରିତ ହେଉଛି ଜାତୀୟ ସଙ୍ଗୀତ । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । ଦେଶବାସୀଙ୍କ ସତ୍ୟ, ଅହିଂସା ଓ ଅସହଯୋଗ ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇଥିଲେ ଇଂରେଜ ଶାସକ । କୋଟି କୋଟି ଦେଶପ୍ରେମୀ ଓ ସଂଗ୍ରାମୀଙ୍କ ତ୍ୟାଗ, ବଳିଦାନ, ସଂଘର୍ଷ, ବୀରତ୍ବ ଓ ସାହାସ ବଳରେ ଦେଶ ଆଜିର ଦିନରେ ସ୍ୱାଧୀନତାର ସ୍ୱାଦ ଚାଖିଥିଲା ।
Last Updated : Aug 15, 2024, 9:27 AM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.