ETV Bharat / state

୨୩୦ କୋଟି ଠକେଇ ! BJD ନେତ୍ରୀ ପ୍ରମିଳାଙ୍କ ଭାଇଙ୍କ ଘରେ ପଶିଲା ED - ED RAID

ଓଡ଼ିଶାର ସମ୍ବଲପୁର ଏବଂ ଦିଲ୍ଲୀ ସମେତ ୪ଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଚଢାଉ । ଦେଶ-ବିଦେଶର ୨୮ ବ୍ୟାଙ୍କରୁ ଉଠିଛି ୨୩୦ କୋଟି ଋଣ ।

୨୩୧ କୋଟି ଟଙ୍କା ଠକେଇ ! ପ୍ରମିଳା ମଲ୍ଲିକଙ୍କ ଭାଈଙ୍କ ଏକାଧିକ ଠିକଣାରେ ED ରେଡ୍‌
୨୩୧ କୋଟି ଟଙ୍କା ଠକେଇ ! ପ୍ରମିଳା ମଲ୍ଲିକଙ୍କ ଭାଈଙ୍କ ଏକାଧିକ ଠିକଣାରେ ED ରେଡ୍‌ (ETV Bharat Odisha)
author img

By ETV Bharat Odisha Team

Published : 2 hours ago

Updated : 1 hours ago

ଭୁବନେଶ୍ବର: ବିଭିନ୍ନ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାରୁ ଋଣ ଆକାରରେ ପ୍ରାୟ 230 କୋଟି ଟଙ୍କା ଠକେଇ ଅଭିଯୋଗ । ବିଜେଡିର ବରିଷ୍ଠ ନେତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ ସ୍ବର୍ଗତଃ କ୍ଷୀରୋଧ ମଲ୍ଲିକଙ୍କ ଏକାଧିକ ଠିକଣାରେ ଚଢାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) । କ୍ଷୀରୋଧଙ୍କ ଦ୍ବାରା ପ୍ରତିଷ୍ଠିତ ବେସରକାରୀ ସଂଗଠନ (NGO) ‘ଭାରତ ଇଣ୍ଟିଗ୍ରେଟେଡ ସୋସିଆଲ ଓ୍ବେଲଫେୟାର (ବିଶ୍ବ) ମାଧ୍ୟମରେ କିଛି ବିଦେଶୀ ଓ ରାଷ୍ଟ୍ରାୟତ ବ୍ୟାଙ୍କ ସମେତ ମୋଟ 28ଟି ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାରୁ ଏହି ଲୋନ ଉଠାଣ ହୋଇଛି ।

  • ସମ୍ବଲପୁର ଓ ଦିଲ୍ଲୀରେ ଇଡି ଚଢାଉ:

ଦିଲ୍ଲୀ ସମେତ ସମ୍ବଲପୁରର ୩ଟି ସ୍ଥାନରେ ଥିବା ସଂସ୍ଥାର କାର୍ଯ୍ୟାଳୟ ଓ କ୍ଷୀରୋଧଙ୍କ ଘରେ ଏହି ଚଢାଉ ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପ୍ରାଥମିକ ସୂଚନା ଅନୁସାରେ, ବିଶ୍ବ ‘ଏନଜିଓ’ ସଂସ୍ଥା ‘ସ୍ବଂୟ ସହାୟିକା ଗୋଷ୍ଠୀ’ (ଏସଏଚଜି) ଆଳରେ ଏହି ଋଣ ଉଠାଇଛି । ଆଜି ସକାଳୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ‘ଇଡି’ର ତିନୋଟି ଟିମ୍ ସମ୍ବଲପୁର ସହରର ଗୋପାଳମାଲ ସ୍ଥିତ ‘ବିଶ୍ୱ-NGO’ର ପୁରୁଣା କାର୍ଯ୍ୟାଳୟ, ଉକ୍ତ ଅଞ୍ଚଳରେ ଥିବା ସଂସ୍ଥାର ଜଣେ ବରିଷ୍ଠ କର୍ମଚାରୀଙ୍କ ବାସଭବନ ଓ ଧନୁପାଲୀ ଅଞ୍ଚଳରେ ଥିବା ସଂସ୍ଥାର ଅଫିସରେ ଏକକାଳୀନ ଚଢାଉ କରିଛି । ସେହିପରି ଏହି ଆର୍ଥିକ କାରବାର ଓ ସଂସ୍ଥାର ପରିଚାଳନା ସହ ସମ୍ପୃକ୍ତ ଥିବା ଦିଲ୍ଲୀର ଏକ ସ୍ଥାନରେ ମଧ୍ୟ ଚଢାଉ ଜାରି ରଖିଛି କେନ୍ଦ୍ରୀୟ ସଂସ୍ଥା ।

୨୩୧ କୋଟି ଟଙ୍କା ଠକେଇ ! ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ପଶିଲା ED (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:- ୭ BJD ରାଜ୍ୟସଭା ସାଂସଦଙ୍କ ଦମ୍ଭୋକ୍ତି 'ଆମେ ନବୀନଙ୍କ ସହ ଅଛୁ, ଛାଡିବୁନି ଦଳ’ - BJD RAJYA SABHA MPS

ଏହା ମଧ୍ୟ ପଢନ୍ତୁ:- ପ୍ରମୁଖ ସଚିବ ପଦରୁ ବିଦା ହେଲେ ବିଷ୍ଣୁପଦ, ଆଜି ହୋଇପାରନ୍ତି CBI ରେ ହାଜର - BISHNUPADA SETHI

ଦେଶ-ବିଦେଶର ୨୮ ବ୍ୟାଙ୍କରୁ ୨୩୧ କୋଟି ଋଣ:

ତଦନ୍ତକାରୀ ସଂସ୍ଥା ED ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ୨୮ଟି ବ୍ୟାଙ୍କରୁ ମୋଟ ୨୩୧ କୋଟି ଟଙ୍କା ଋଣ ଆକାରରେ ଉଠାଣ ହୋଇଛି । ‘ପଞ୍ଜାବ ନାସନାଲ ବ୍ୟାଙ୍କ’ରୁ ସର୍ବାଧିକ ୨୯ କୋଟି ଟଙ୍କା, କର୍ଣ୍ଣାଟକ ବ୍ୟାଙ୍କରୁ ୨୦ କୋଟି ଟଙ୍କା ଋଣ ଉଠାଣ ହୋଇଛି । ସେହିପରି କେବଳ ଦେଶ ଭିତରେ ନୁହେଁ ବରଂ ଏହି ତାଲିକାରେ ବିଦେଶୀ ବ୍ୟାଙ୍କ ମଧ୍ୟ ରହିଛି । ନେଦରଲ୍ୟାଣ୍ଡ୍ସର ଦୁଇଟି ବ୍ୟାଙ୍କ ଓ ଆମେରିକାର ଗୋଟିଏ ବ୍ୟାଙ୍କରୁ ଏକାଧିକ କୋଟି ଟଙ୍କାର ଋଣ ଉଠିଥିବା ସାମ୍ନାକୁ ଆସିଛି ।

୨୩୧ କୋଟି ଟଙ୍କା ଠକେଇ ! ପ୍ରମିଳା ମଲ୍ଲିକଙ୍କ ଭାଈଙ୍କ ଘରେ ପଶିଲା ED
୨୩୧ କୋଟି ଟଙ୍କା ଠକେଇ ! ପ୍ରମିଳା ମଲ୍ଲିକଙ୍କ ଭାଈଙ୍କ ଘରେ ପଶିଲା ED (ETV Bharat Odisha)

ଇଟିଭି ଭାରତ, ଭୁବନେଶ୍ବର

Last Updated : 1 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.