ETV Bharat / state

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ମଣିଷ ତିଆରି କାରଖାନା: ମୁଖ୍ୟମନ୍ତ୍ରୀ - CM KENDUJHAR VISIT

କେନ୍ଦୁଝରଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶିକ୍ଷକତା ଜୀବନକୁ ପକାଇଲେ ମନେ ।

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ହେଉଛି ମଣିଷ ତିଆରି କାରଖାନା: ମୁଖ୍ୟମନ୍ତ୍ରୀ
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ହେଉଛି ମଣିଷ ତିଆରି କାରଖାନା: ମୁଖ୍ୟମନ୍ତ୍ରୀ (ETV Bharat Odisha)
author img

By ETV Bharat Odisha Team

Published : 3 hours ago

କେନ୍ଦୁଝର: ‘‘ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ହେଉଛି ମଣିଷ ତିଆରି କାରଖାନା । ପିଲାଙ୍କ ଭବିଷ୍ୟତ ନିର୍ମାଣର ଏକ ବଳିଷ୍ଠ ପ୍ଲାଟଫର୍ମ । ଏଠାରେ ଯେଉଁ ଢାଞ୍ଚାରେ ଶିକ୍ଷା ଓ ସଂସ୍କାର ମିଳେ, ତାହା ଅନ୍ୟତ୍ର ମିଳେନି । ଏହି ବିଦ୍ୟାଳୟରୁ ଯେଉଁ ଛାତ୍ରଛାତ୍ରୀ ବାହାରିବେ, ସେମାନେ ଆଗାମୀ ଦିନରେ ରାଜ୍ୟ ତଥା ଦେଶର ଗୌରବ ବଢ଼ାଇବେ ।’’ କେନ୍ଦୁଝରଗଡ଼ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୮ତମ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି ।

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ହେଉଛି ମଣିଷ ତିଆରି କାରଖାନା: ମୁଖ୍ୟମନ୍ତ୍ରୀ (ETV Bharat Odisha)
  • ‘ଦିନେ ଶିକ୍ଷକ ଥିଲି, ଶିଶୁ ମନ୍ଦିରର ଶିକ୍ଷା-ସଂସ୍କାର ଢାଞ୍ଚାକୁ ଭଲ ଭାବେ ଜାଣେ’

ସେଲ୍ ଅଡିଟୋରିଅମରେ ଆୟୋଜିତ ୩୮ତମ ବାର୍ଷିକ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ କହିଥିଲେ,‘‘ମୁଁ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ପାଠପଢ଼ା ଶୈଳୀ ଜାଣିଛି । ଦିନେ ସରସ୍ଵତୀ ଶିଶୁମନ୍ଦିରରେ ମୁଁ ଶିକ୍ଷକ ଥିଲି । ଏଠାରେ ଶୃଙ୍ଖଳା ଉପରେ ଅଧିକ ଗୁରୁତ୍ଵ ଦିଆଯାଏ । ପିତା-ମାତା, ଗୁରୁଜନମାନଙ୍କୁ ସମ୍ମାନ ଉପରେ ମଧ୍ୟ ଗୁରୁତ୍ଵ ଦିଆଯାଏ । ଶିଶୁ ମନ୍ଦିରରେ ପାଠ ପଢ଼ିଥିବା ଛାତ୍ରଛାତ୍ରୀ ପ୍ରାୟତଃ ବିପଥଗାମୀ ହୁଅନ୍ତି ନାହିଁ । ଭାରତୀୟ ପରମ୍ପରାକୁ ଅନୁସରଣ କରି ଜୀବନରେ ଅଗ୍ରଣୀ ହେବା ହେଉଛି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶୈକ୍ଷିକ ଢାଞ୍ଚାର ମୂଳଭିତ୍ତି । ଏଭଳି ଶିକ୍ଷା ଓ ସଂସ୍କାର ଅନ୍ୟ ସ୍ଥାନରେ ପାଇବା ସହଜ ନୁହେଁ । ସେହିଦୃଷ୍ଟିରୁ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ ଭାଗ୍ୟବାନ ।’’ ସେହିପରି ମୁଖ୍ୟମନ୍ତ୍ରୀ କହିଥିଲେ, ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଶିକ୍ଷାର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ତେଣୁ ପ୍ରାଥମିକ ସ୍ତରଠାରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ସୁଦୃଢ଼ କରିବାପାଇଁ ତାଙ୍କ ନେତୃତ୍ବାଧୀନ ସରକାର ବଦ୍ଧ ପରିକର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଶିଶୁ ବିଦ୍ୟାମନ୍ଦିର ହେଉଛି ମଣିଷ ତିଆରି କାରଖାନା
ଶିଶୁ ବିଦ୍ୟାମନ୍ଦିର ହେଉଛି ମଣିଷ ତିଆରି କାରଖାନା (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :- କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ: ସାନ୍ତାଳୀରେ ଅଭିଭାଷଣ, ଭାଷାର ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି - CM KEONJHAR VISIT

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ 3 ଦିନିଆ କେନ୍ଦୁଝର ଗସ୍ତ, ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ CM Keonjhar visit

  • କାର୍ଯ୍ୟକ୍ରମର ଅନ୍ୟ ଅତିଥି ବୃନ୍ଦ:-

ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଓ ତେଲକୋଟ୍ଟ ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ପଣ୍ଡିତ ମହେଶ ସାହୁ, କେନ୍ଦୁଝରଗଡ଼ ପୌରାଧ୍ୟକ୍ଷା ନିକୁ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମାଜ ବିକାଶରେ ଶିକ୍ଷାର ଭୂମିକା ଉପରେ ନିଜର ବକ୍ତବ୍ୟ ରଖିଥିଲେ । ବିଦ୍ୟାଳୟର ଉପ-ସଭାପତି ପ୍ରିୟବ୍ରତ ସାମଲଙ୍କ ଅଧ୍ୟକ୍ଷତାରେ ସଂପାଦକ ସୁଧାଂଶୁ ପଣ୍ଡା ସ୍ବାଗତ ଭାଷଣ ଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ଅଲେଖ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ହେଉଛି ମଣିଷ ତିଆରି କାରଖାନା: ମୁଖ୍ୟମନ୍ତ୍ରୀ
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ହେଉଛି ମଣିଷ ତିଆରି କାରଖାନା: ମୁଖ୍ୟମନ୍ତ୍ରୀ (ETV Bharat Odisha)

ପୋଲିସ କର୍ମୀଙ୍କୁ ମୋଟର ସାଇକେଲ ଖର୍ଚ୍ଚ ବାବଦକୁ ମିଳିବ ୧ ହଜାର ଟଙ୍କା-Motorcycle Allowance Of Police

ବିକଶିତ ଓଡ଼ିଶା-୨୦୩୬ ପାଇଁ ୩ ଲକ୍ଷ ମତାମତ, AI କରିବ ବିଶ୍ଳେଷଣ

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.