ETV Bharat / technology

ପୁଣି ଘୁଞ୍ଚିଲା ତାରିଖ; ଫେବୃଆରୀରେ ନୁହେଁ ମାର୍ଚ୍ଚରେ ଫେରିବେ ମହାକାଶଚାରୀ ସୁନୀତା - SUNITA WILLIAM RETURN DELAYED

ପୁଣି ଗଡ଼ିଲା ଘର ଫେରିବା ସମୟ । ଫେବୃଆରୀରେ ନୁହେଁ ଏବେ ମାର୍ଚ୍ଚ ଶେଷ ସୁଦ୍ଧା ପୃଥିବୀ ଫେରିବେ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ । ଅଧିକ ପଢନ୍ତୁ

Sunita William's return delayed again
Sunita William's return delayed again (Photo Credit- NASA)
author img

By ETV Bharat Tech Team

Published : Dec 18, 2024, 1:49 PM IST

Updated : Dec 18, 2024, 3:00 PM IST

ହାଇଦ୍ରାବାଦ: ପୁଣି ଘୁଞ୍ଚିଲା ଘରକୁ ଫେରିବା ତାରିଖ । ଏବେ ଫେବୃଆରୀରେ ନୁହେଁ ମାର୍ଚ୍ଚ ଶେଷ ଆଡ଼କୁ ପୃଥିବୀ ଫେରିପାରନ୍ତି ଭାରତୀୟ ବଂଶୋଦ୍ଭବ ତଥା ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ସହଯୋଗୀ ବଚ୍‌ ୱିଲମୋର । ଉଭୟ ଗତ ଜୁନ 5 ତାରିଖରେ ବୋଇଙ୍ଗ ଷ୍ଟାରଲାଇନର ସ୍ପେଶକ୍ରାଫ୍ଟରେ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ (ISS) ଯାଇଥିଲେ । ଏହି ଯାତ୍ରା ମାତ୍ର 8ଦିନର ଥିଲା । କିନ୍ତୁ ଷ୍ଟାରଲାଇନର ସ୍ପେଶକ୍ରାଫ୍ଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସୁନୀତା ଓ ୱିଲମୋର ମହାକାଶରେ ଫସିଥିଲେ । ଗତ ସେପ୍ଟେମ୍ବର 7 ତାରିଖରେ ଷ୍ଟାରଲାଇନର ଏକାକୀ ପୃଥିବୀ ଫେରିଥିଲା ।

କାହିଁକି ଫେବୃଆରୀ ବଦଳରେ ମାର୍ଚ୍ଚରେ ଫେରିବେ ସୁନୀତା ?

ମଙ୍ଗଳବାର ଆମେରିକୀୟ ସ୍ପେଶ ଏଜେନ୍ସି ନାସାର କହିବାନୁସାରେ, କ୍ରୁ-10 ମାର୍ଚ୍ଚ 2025ରେ ଲଞ୍ଚ ହୋଇପାରେ । କ୍ରୁ-10 ମିଶନରେ ମହାକାଶଚାରୀ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ ଗଲା ପରେ ହିଁ ଫସି ରହିଥିବା ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ସହଯୋଗୀ ୱିଲମୋର ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିବେ । ଯେହେତୁ କ୍ରୁ-10 ମିଶନକୁ ମାର୍ଚ୍ଚ ପର୍ଯ୍ୟନ୍ତ ଘୁଞ୍ଚାଯାଇଛି, ସେଥିଲାଗି ସୁନୀତା ଓ ୱିଲମୋରଙ୍କ ଫେରିବା ସମୟ ମଧ୍ୟ ବିଳମ୍ବ ହୋଇଛି ।

ଏହା ବି ପଢନ୍ତୁ
  1. ଘରକୁ ଫେରିବେ ମହାକାଶଚାରୀ ସୁନୀତା; ଲଞ୍ଚ ହେଲା Crew-9 ମିଶନ
  2. ମହାକାଶରୁ ଖାଲି ସିଟ୍‌ ଫେରିଲା ଷ୍ଟାରଲାଇନର; ସୁନୀତା କେଉଁଠି ରହିବେ କଣ କରିବେ ?

କଣ କହିଲା ନାସା ?

ନାସା ଏକ ବ୍ଲଗ ପୋଷ୍ଟରେ କହିଛି ଯେ, "କ୍ରୁ-10 ମିଶନ ଲାଗି ଏକ ନୂଆ ଡ୍ରାଗନ ସ୍ପେଶକ୍ରାଫ୍ଟର ସମସ୍ତ ପ୍ରକ୍ରିୟା ଶେଷ କରିବା ଲାଗି ଉଭୟ ନାସା ଓ ସ୍ପେଶଏକ୍ସକୁ ଅଧିକ ସମୟ ମିଳିଯିବ ।" ଏହାସହିତ ଏକ୍ସ ସାଇରେ ପୋଷ୍ଟ କରି ନାସା କ୍ରୁ-10 ମିଶନର ଲଞ୍ଚ ତାରିଖ ଘୁଞ୍ଚିବା ନେଇ ମଧ୍ୟ ସୂଚନା ଦେଇଛି । ସୂଚନା ଥାଉ କି ସେପ୍ଟେମ୍ବର 28 ତାରିଖରେ ସୁନୀତା ଓ ୱିଲମୋରଙ୍କୁ ଆଣିବା ଲାଗି ସ୍ପେଶଏକ୍ସ କ୍ରୁ-9 (Crew-9) ମିଶନକୁ ଲଞ୍ଚ କରିଥିଲା ।

ଏହାରି ମଧ୍ୟରେ, ନିକଟରେ ସୁନୀତା ୱିଲିୟମ୍ସଙ୍କ ମହାକାଶରୁ କିଛି ଫଟୋ ଭାଇରାଲ ହୋଇଥିଲା । ଏଥିରେ ତାଙ୍କ ଓଜନ ହ୍ରାସ ପାଇଥିବା ନେଟିଜେନ୍ସ ଆଲୋଚନା କରିଥିଲେ । ମହାକାଶରେ ଅଧିକ ଦିନ ରହିବା ଯୋଗୁଁ ସୁନୀତାଙ୍କ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ହେଉଛି ବୋଲି ନେଟିଜେନ୍ସ ଚିନ୍ତା ପ୍ରକାଶ କରିଥିଲେ । ମହାକାଶରେ ମଣିଷଙ୍କ ସ୍ବାସ୍ଥ୍ୟବସ୍ଥା କିପରି ରହେ ସେ ସମ୍ପର୍କରେ ଜାଣିବା ପାଇଁ ପଢନ୍ତୁ 'ସ୍ପେଶ ଟ୍ରାଭେଲ ସାଇଡ ଇଫେକ୍ଟ'

Last Updated : Dec 18, 2024, 3:00 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.