Union Budget 2024; ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଦେଖନ୍ତୁ LIVE - Union Budget 2024 LIVE

By ETV Bharat Odisha Team

Published : Jul 23, 2024, 11:01 AM IST

Updated : Jul 23, 2024, 12:28 PM IST

thumbnail
ନୂଆଦିଲ୍ଲୀ: ଆଉ କିଛି ସମୟର ଅପେକ୍ଷା । ଆରମ୍ଭ ହୋଇଯାଇଛି କାଉଣ୍ଟ ଡାଉନ । ପୂର୍ବାହ୍ନ 11ଟାରେ ସଂସଦରେ 2024-25 ଆର୍ଥୀକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩.୦ ପାଳିର ପ୍ରଥମ ବଜେଟ ଉପସ୍ଥାପନ । ସପ୍ତମ ଥର ପାଇଁ ସଂସଦରେ ସାଧାରଣ ବଜେଟ ଉପସ୍ଥାପନା କରବାକୁ ଯାଉଛନ୍ତି ନିର୍ମଳା । ଏଥିସହ ସର୍ବାଧିକ ଥର ବଜେଟ ଉପସ୍ଥାପନ କରି ନୂଆ ରେକର୍ଡ ସୃଷ୍ଟି କରିବେ ଅର୍ଥମନ୍ତ୍ରୀ । ସାରା ଦେଶର ଫୋକସରେ ରହିଛି ଏହି ବଜେଟ ଉପରେ  । ସାଧାରଣ ଜନତା ଠାରୁ ଆରମ୍ଭ କରି ଉଦ୍ୟୋଗୀ, ସରକାରୀ ଓ ବେସରକାରୀ କର୍ମଚାରୀ ମଧ୍ୟ ଆଶାବାନ୍ଧି ବସିଛନ୍ତି । ବିଶେଷ କରି ଟିକସ ଉପରେ ଆଶ୍ବସ୍ତି ମିଳିପାରେ ବୋଲି ଆଶା ବାନ୍ଧିଛନ୍ତି ସାଧାରଣ ଜନତା । ମଧ୍ୟବିତ୍ତ ବର୍ଗକୁ ଖୁସି କରିବାକୁ ମଧ୍ୟ ସୀମା 5 ଲକ୍ଷକୁ ବଢିପାରେ । ସେହିପରି ନିଯୁକ୍ତି ସୃଷ୍ଟି ଓ ଦରଦାମ୍‌ ହ୍ରାସ ହେବା ନେଇ ଆଶା କରାଯାଉଛି । ଏଥିସହ ସଡକ, ପରିବହନ, ରେଳବାଇ ଓ କୃଷି କ୍ଷେତ୍ରରେ ବଜେଟରେ ଗୁରୁତ୍ବ ଦିଆଯାଇପାରେ । ବେତନ ଭୋଗୀଙ୍କ ପାଇଁ ଷ୍ଟାଣ୍ଡାର୍ଡ ଡିଡକ୍ସନ ବଢିପାରେ । ଗୃହରେ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଦେଖନ୍ତୁ ଲାଇଭ...ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 
Last Updated : Jul 23, 2024, 12:28 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.