ହାଇଦ୍ରାବାଦ: ରାପର୍ ରଫ୍ତାର, ଯାହାଙ୍କ ପ୍ରକୃତ ନାମ ଦିଲିନ୍ ନାୟାର ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଛାଡପତ୍ରର 5 ବର୍ଷ ପରେ, ରଫତାର ପୁଣି ଥରେ ବିବାହ କରିଛନ୍ତି । ଶୁକ୍ରବାର, ଜାନୁଆରୀ 31 ତାରିଖରେ ଏକ ବ୍ୟକ୍ତିଗତ ସମାରୋହରେ ଫ୍ୟାଶନ୍ ଷ୍ଟାଇଲିଷ୍ଟ ତଥା ଅଭିନେତ୍ରୀ ମନରାଜ ଜୱନ୍ଦାଙ୍କୁ ବିବାହ କରିଛନ୍ତି । ଯେଉଁଥିରେ ତାଙ୍କର କିଛି ନିକଟତମ ବନ୍ଧୁ ଏବଂ ପରିବାର ସଦସ୍ୟ ଅଂଶଗ୍ରହଣ କରିଥିଲେ । ସେମାନଙ୍କର ପାରମ୍ପରିକ ବିବାହର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
Congratulations Raftaar bhai😍 pic.twitter.com/q4tBBTRAP3
— Govind (@saygovind) January 31, 2025
ପୁଣି ହାତକୁ ଦି'ହାତ ହେଲେ ରଫତାର୍
ରଫତାର ଏବଂ ମନରାଜଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ଦମ୍ପତି ସୁନ୍ଦର ପାରମ୍ପରିକ ସାଉଥ ଭାରତୀୟ ପୋଷାକରେ ନଜର ଆସିଛନ୍ତି । ରଫତାର ଏବଂ ମନରାଜଙ୍କ ବିବାହ ପୂର୍ବ ଉତ୍ସବର ଅନେକ ଫଟୋ ଏବଂ ଭିଡିଓ ଅନଲାଇନରେ ଭାଇରାଲ ହୋଇଥିଲା, ଯାହା ଲୋକଙ୍କୁ ସନ୍ଦେହ କରିଥିଲା ଯେ ସେମାନେ ବିବାହ କରୁଛନ୍ତି, ଯଦିଓ ଆନୁଷ୍ଠାନିକ ଭାବରେ କିଛି ପ୍ରକାଶ କରାଯାଇ ନଥିଲା । କିନ୍ତୁ ଏବେ ସେମାନଙ୍କ ବିବାହ ଫଟୋ ସାମ୍ନାକୁ ଆସିବା ପରେ, ପ୍ରଶଂସକମାନେ ସେମାନଙ୍କୁ ଅନେକ ଶୁଭେଚ୍ଛା ବାର୍ତ୍ତା ପଠାଉଛନ୍ତି । ବର୍ତ୍ତମାନ ଉଭୟଙ୍କ ଅଫିସିଆଲ ଘୋଷଣାକୁ ଅପେକ୍ଷା ।
So cute!!😭✨❤️🤌🏻
— SUPER PANEER 🍋🦕 (@paneeerShwarma) January 31, 2025
Nazar na lage 🥹🧿🧿🧿🧿🧿🧿🧿congratulations Raftaar ❤️ pic.twitter.com/YxyDywCGMu
ରଫତାରଙ୍କ ଦ୍ୱିତୀୟ ବିବାହ
କହିରଖୁଛୁ କି, ରଫତାର ପ୍ରଥମ ବିବାହ ୨୦୧୬ରେ କୋମଲ ଭୋହରାଙ୍କୁ କରିଥିଲେ । କିନ୍ତୁ ଏହି ଦମ୍ପତି 2020 ମସିହାରେ ଅଲଗା ହୋଇଗଲେ ଏବଂ ଛାଡପତ୍ର ପାଇଁ ଆବେଦନ କଲେ । ବିବାହର 6 ବର୍ଷର ପରେ 2022 ମସିହାରେ ସେମାନଙ୍କର ଛାଡପତ୍ର ହୋଇଥିଲା । ପାଞ୍ଚ ବର୍ଷ ଧରି ପରସ୍ପରକୁ ଡେଟ୍ କରିବା ପରେ ସେମାନେ ଉଭୟ ଡିସେମ୍ବର ୨୦୧୬ରେ ବିବାହ କରିଥିଲେ । ଛାଡପତ୍ରର 5 ବର୍ଷ ପରେ, ରଫତାର ଏବେ ଜୱନ୍ଦାଙ୍କୁ ବିବାହ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ: 7 ମାସର ଡେଟିଂରେ ଲଗାଇଲେ ମୋହର! ସରିଲା କୁକିଜ-ଜୟଦେବଙ୍କ ନିର୍ବନ୍ଧ, ଏମିତି ହୋଇଥିଲା ପ୍ରେମ
Congratulations to Raftaar Bhai for da second marriage pic.twitter.com/heY9JpHMy3
— Raghav (@r0ckst4rdh4nji) January 29, 2025
ମନରାଜ ଜୱନ୍ଦା କିଏ ?
ଏବେ ଆପଣଙ୍କ ମନରେ ଏହି ପ୍ରଶ୍ନ ଉଠୁଥିବ ଯେ ରଫତାରଙ୍କ ପତ୍ନୀ ମନରାଜ ଜୱନ୍ଦା କିଏ ? ତେବେ ଆପଣଙ୍କୁ କହି ରଖୁଛୁ ଯେ ମନରାଜ ଜଣେ ଫ୍ୟାଶନ୍ ଷ୍ଟାଇଲିଷ୍ଟ ଏବଂ କିଛି ମ୍ୟୁଜିକ୍ ଭିଡିଓ ଏବଂ ରିଆଲିଟି ଶୋ'ରେ କାମ କରିଛନ୍ତି । ସେ ଅନେକ ଚଳଚ୍ଚିତ୍ରରେ ପୋଷାକ ଷ୍ଟାଇଲିଷ୍ଟ ଏବଂ ଡିଜାଇନର ଭାବରେ କାମ କରିଥିଲେ । ଏହା ବ୍ୟତୀତ ସେ କିଛି ଚଳଚ୍ଚିତ୍ରରେ ଅଭିନେତ୍ରୀ ମଧ୍ୟ ଥିଲେ । ସେମାନେ ରଫତାରଙ୍କ ମ୍ୟୁଜିକ ଭିଡିଓ କାଲି କାର୍, ଘାନା କସୁତା ଏବଂ ଶ୍ରୀଙ୍ଗାରର ସଂଗୀତ ଭିଡିଓ ପାଇଁ ସହଯୋଗ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ