ପ୍ରୟାଗରାଜ: ମହାକୁମ୍ଭ ମେଳାରେ ସାଧୁସନ୍ଥଙ୍କ ସହ ରୁଦ୍ରାକ୍ଷର ବି ଜୋରା ଚର୍ଚ୍ଚା ଚାଲିଛି । ମହାକୁମ୍ଭରେ ନାଗା ସାଧୁ ନିଜ ଶରୀରରେ ହଜାର ହଜାର ସଂଖ୍ୟାରେ ରୁଦ୍ରାକ୍ଷ ପିନ୍ଧି ବୁଲୁଛନ୍ତି । 7 କୋଟିରୁ ଅଧିକ ରୁଦ୍ରାକ୍ଷ ଓ ମାଳାରେ ଭବ୍ୟ ଦ୍ବାଦଶ ଜ୍ୟୋତିର୍ଲିଙ୍ଗ ମହାକୁମ୍ଭ ମେଳାରେ ଦେଖିବାକୁ ମିଳିଛି । ଏଠାରୁ ରୁଦ୍ରାକ୍ଷ ବାଣ୍ଟି ଶ୍ରଦ୍ଧାଳୁଙ୍କୁ ବାବା ଆଶୀର୍ବାଦ ବି ଦେଉଛନ୍ତି । ଏସବୁ ମଧ୍ୟରେ ମହାକୁମ୍ଭ ମେଳାରେ ରୁଦ୍ରାକ୍ଷର ଡିମାଣ୍ଡ ବଢିଯାଇଛି। ଏହି କାରଣରୁ ବିଭିନ୍ନ ସାଧୁସନ୍ଥଙ୍କ ଶିବିର ବାହାରେ ରୁଦ୍ରାକ୍ଷ ଓ ମାଳା ବିକ୍ରି ବୃଦ୍ଧି ପାଇଛି । ଲୋକକଥା ରହିଛି ଯେ ଭଗବାନ ଶିବଙ୍କ ଆଖିଲୁହରୁ ଉତ୍ପନ୍ନ ଫଳ ହେଉଛି ରୁଦ୍ରାକ୍ଷ । ଅର୍ଥାତ ରୁଦ୍ରାକ୍ଷ ସାକ୍ଷାତ ଭଗବାନ ଶିବ
- ଏଥର ଭାଙ୍ଗିଲା ରେକର୍ଡ
ହରିଦ୍ବାରରୁ ମହାକୁମ୍ଭ ମେଳାରେ ରୁଦ୍ରାକ୍ଷ ବିକିବକୁ ପହଞ୍ଚିଥିବା ସଞ୍ଜୀବ କୁମାର କହିଛନ୍ତି ଗତ 40 ବର୍ଷ ଧରି ଏହି ବ୍ୟବସାୟରେ ମୁଁ ଜଡିତ ଅଛି । 2001ରୁ ମୁଁ ଏଠାକୁ ଆସୁଛି । ହରିଦ୍ବାରରୁ ପ୍ରତି କୁମ୍ଭ ମେଲାରେ ସାମିଲ ହୋଇଛି । ଯେତେ କୁମ୍ଭରେ ସାମିଲ ହୋଇଛି କେବେ ଏଥର ଭଳି ବହୁ ମାତ୍ରାରେ ରୁଦ୍ରାକ୍ଷ ବିକ୍ରି କରିନାହିଁ । ଫୁଟପାଥ୍ରେ ବି ଯେଉଁମାନେ ନକଲି ରୁଦ୍ରାକ୍ଷ ବିକୁଥିଲେ ସେମାନେ ବି ଭଲ ସଂଖ୍ୟାରେ ରୁଦ୍ରାକ୍ଷ ବିକ୍ରି କରିଛନ୍ତି।
- ରୁଦ୍ରାକ୍ଷ ପିନ୍ଧିବାର ଫାଇଦା
ସଞ୍ଜୀବ କହଛନ୍ତି ରୁଦ୍ରାକ୍ଷ ଧାରଣ କରୁଥିବା ପ୍ରତି ବ୍ୟକ୍ତିଙ୍କୁ ଏହାର ଲାଭ ମିଳିଥାଏ । ରୁଦ୍ରାକ୍ଷକୁ ଶିବଙ୍କ ଅଂଶ କୁହାଯାଏ । ରୁଦ୍ରାକ୍ଷ ଧାରଣ ଯୋଗୁଁ ବ୍ୟକ୍ତିଙ୍କ ସ୍ବଭାବରେ ପ୍ରଭାବ ପଡିଥାଏ । ଖରାପ ଅଭ୍ୟାସ ଧୀରେଧୀରେ ଚାଲିଯାଇଥାଏ । ରୁଦ୍ରାକ୍ଷ ଧାରଣର କିଛି ଦିନ ପରେ ଖରାପ ଅଭ୍ୟାସ ବ୍ୟକ୍ତିଙ୍କ ଠୁ ଦୂରେଇ ଯାଇ ନିଜ ମଧ୍ୟରେ ଆଧାତ୍ମିକା ଚେତନା ବୃଦ୍ଧି ପାଇଥାଏ ।
- ରୁଦ୍ରାକ୍ଷ ଚିହ୍ନିବାର ଉପାୟ
ଏକ ମୁଖୀ ରୁଦ୍ରାକ୍ଷ ଅର୍ଦ୍ଧଚନ୍ଦ୍ରକାର ରୂପେ ଆସିଥାଏ । କିଛି ଲୋକ ଏବେ ଏହାକୁ ପ୍ଲାଷ୍ଟିକର ତିଆରି କରିସାରିଲେଣି । ପାଣିରେ ଏହି ରୁଦ୍ରାକ୍ଷ ବୁଡିଯାଇଥାଏ । ଏହି ରୁଦ୍ରାକ୍ଷକୁ ଅସଲି କୁହାଯାଇଥାଏ । କିନ୍ତୁ ଆଜିକାଲି ପ୍ଲାଷ୍ଟିକ ରୁଦ୍ରାକ୍ଷ ଏଭଳି ପ୍ରସ୍ତୁତ କରାଯାଉଛି ଯେ ସେଗୁଡିକ ବି ପାଣିରେ ବୁଡିଯାଉଛି । କେମିତି ଚିହ୍ନିବେ ଅସଲ ରୁଦ୍ରାକ୍ଷ
- ରୁଦ୍ରାକ୍ଷ ପିନ୍ଧିବା ପରେ ଶରୀରର ତାପମାତ୍ରା ଅନୁସାରେ ରଙ୍ଗ ବଦଳିଯାଏ ।
- ଏହା ମାଟିଆ ରଙ୍ଗରୁ କଳାରଙ୍ଗରେ ପରିବର୍ତ୍ତନ ହୁଏ ।
- ଆପଣ ପିନ୍ଧୁଥିବା ରୁଦ୍ରାକ୍ଷ ମାଳି ଦ୍ରୁତଗତିରେ କଳା ପଡିଯାଏ ।
- ଯଦି ଏହା ଧଳା ରଙ୍ଗରେ ପରିବର୍ତ୍ତନ ହୁଏ ତେବେ ଏହା ନିଶ୍ଚିତ ରୂପେ ନକଲି ।
- ଏକ ମୁଖୀ, ତିନି ମୁଖୀ, ଛଅ ମୁଖୀ ଓ 11 ମୁଖୀ ଦାନା ଯଦି ପାଣିରେ ବୁଡିଯାଏ ତେବେ ଏହା ଅସଲି ହୋଇଥାଏ।
- ପାଞ୍ଚ ମୁଖୀ ରୁଦ୍ରାକ୍ଷ ଯେତେ ହାଲୁକା ହୋଇଥାଏ ତେବେ ଏହା ଅସଲ ହୋଇଥଏ ।
- ରୁଦ୍ରାକ୍ଷକୁ କିଛି ଘଣ୍ଟା ପାଣିରେ ସିଝାଇଲେ ଯଦି ଏହାର ରଙ୍ଗ ଯାଇନଥାଏ ତେବେ ଏହା ଅସଲି ହୋଇଥାଏ ।
- ଅସଲ ରୁଦ୍ରାକ୍ଷରେ ପ୍ରାକୃତିକ ରୂପେ ଚ୍ଛେଦ ରହିବା ସହ ସ୍ପଷ୍ଟ ରେଖା ରହିଥାଏ ।
ଏହା ମଧ୍ୟ ପଢନ୍ତୁ ଜାତୀୟ ମାନ୍ୟତା ପାଇଲା କଟକ ଐତିହାସିକ ବାଲିଯାତ୍ରା
ଏହା ମଧ୍ୟ ପଢନ୍ତୁ ଅଧାରେ ରହିଲା ମହାକୁମ୍ଭ ବୁଡ, କାର ଦୁର୍ଘଟଣାରେ ଚାଲିଗଲା 8 ଜୀବନ
- ରୁଦ୍ରାକ୍ଷ ପିନ୍ଧିବାର ପ୍ରକ୍ରିୟା
- ରୁଦ୍ରାକ୍ଷକୁ ଗଳାରେ ଧାରଣ କରିବା ସର୍ବୋତ୍ତମ କୁହାଯାଇଥାଏ ।
- ହାତରେ 12,ଗଳାରେ 36 ଓ ହୃଦୟର 108 ରୁଦ୍ରାକ୍ଷ ଧାରଣ କରିବା ଉଚିତ।
- ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଏହାକୁ ରାତି ଯାକ ସୋରିଷ ତେଲରେ ବୁଡାଇ ରଖି ସକାଳୁ ଭଗବାନ ଶିବଙ୍କ ନିକଟରେ ପୂଜା କରି ଧାରଣ କରିବା ଉଚିତ ।
- ସାଧୁସନ୍ଥ ମାନେ ରୁଦ୍ରାକ୍ଷକୁ ଧଳାସୂତାରେ ଧାରଣ କରିବା ଉଚିତ।
- ଗୃହସ୍ଥମାନେ ଲାଲ ସୂତାରେ ରୁଦ୍ରାକ୍ ପିନ୍ଧିବା ଉଚିତ।
- ରୁଦ୍ରାକ୍ଷ ପ୍ରକାର ଭେଦ
- ଏକମୁଖୀ ରୁଦ୍ରାକ୍ଷକୁ ଶିବଙ୍କ ରୂପ ଭାବେ ବିବେଚନା କରାଯାଏ।
- ନେପାଳରେ ମିଳୁଥିବା ଏକମୁଖୀ ରୁଦ୍ରାକ୍ଷକୁ ସବୁଠାରୁ ଦୁର୍ଲଭ କୁହାଯାଇଥାଏ ।
- ଏହାର ମୂଲ୍ୟ 50 ହଜର ଟଙ୍କାରୁ 2 ଲକ୍ଷ ଟଙ୍କା ହୋଇଥାଏ ।
- ଏହା ଅର୍ଦ୍ଧଚନ୍ଦ୍ରକାର ଆକାରର ଅତି ଦୁର୍ଲଭ ଶ୍ରେଣୀର ହୋଇଥାଏ ।
- ଦ୍ବିମୁଖୀ ରୁଦ୍ରାକ୍ଷକ ବୈବାହିକ ସମସ୍ୟା ଓ ଚନ୍ଦ୍ର ଦୁର୍ବଳ କାରଣରୁ ଧାରଣ କରାଯାଇଥାଏ ।
- ତିନିମୁଖୀ ରୁଦ୍ରାକ୍ଷକୁ ମଙ୍ଗଳ ଦୋଷ ଥିଲେ ବ୍ୟବହାର କରିବା ଉଚିତ୍।
- ଭଗବାନ ବ୍ରହ୍ମାଙ୍କ ସ୍ବରୂପ କୁହାଯାଉଥିବା ଚାରି ମୁଖୀ ରଦ୍ରାକ୍ଷକୁ ବହୁତ କମ ଲୋକେ ଧାରଣ କରଥାନ୍ତି ।
- ପଞ୍ଚମୁଖୀ ରୁଦ୍ରାକ୍ଷକୁ ଗୃହସ୍ଥରୁ ନେଇ ସନ୍ଥ ସମସ୍ତେ ଧାରଣ କରିପାରିବେ ।
- ଛଅ ମୁଖୀ, ସାତ ମୁଖୀ, ଆଠ ମୁଖୀ ଓ 11 ମୁଖୀ ରୁଦ୍ରାକ୍ଷ ସହ 21 ମୁଖୀ ରୁଦ୍ରାକ୍ଷ ବି ରହଛି । ଏକ ମୁଖୀ ଓ ପଞ୍ଚ ମୁଖୀ ରୁଦ୍ରାକ୍ଷର ସର୍ବାଧିକ ଚାହିଦା ରହିଥାଏ।