thumbnail

ରେଶମ ସହରରେ ‘ଭିଲେନ’, ଫ୍ୟାନ୍ସଙ୍କୁ ଏମିତି ଅପିଲ୍‌ କଲେ ଅର୍ଦ୍ଧେନ୍ଦୁ-ତମନ୍ନା

By ETV Bharat Odisha Team

Published : 3 hours ago

ବ୍ରହ୍ମପୁର: ଶାରଦୀୟ ଦଶହରା ପୂଜାରେ ଚଳିତବର୍ଷ ରିଲିଜ୍ ହୋଇଥିବା ଓଡିଆ ଚଳଚ୍ଚିତ୍ର 'ଭିଲେନ'ର ପ୍ରମୋସନ୍ ପାଇଁ ବ୍ରହ୍ମପୁରରେ ଅଭିନେତା ଓ ଅଭିନେତ୍ରୀ ସମେତ ପହଞ୍ଚିଛନ୍ତି ପୁରା ଟିମ୍ । ସାରା ଓଡ଼ିଶାରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର 'ଭିଲେନ'ରେ ଅଭିନେତା ଅର୍ଦ୍ଧେନ୍ଦୁଙ୍କ ଦମଦାର ଆକ୍ସନ ସାଙ୍ଗକୁ ଅଭିନେତ୍ରୀ ତମନ୍ନା ଅନେକ ଦୁଃଖଭରା ଅଭିନୟ ଦେଖିବାକୁ ମିଳିଛି ।

ବ୍ରହ୍ମପୁରରେ 'ଭିଲେନ' କ୍ରେଜ୍ : 

ରାଜ୍ୟର ବିଭିନ୍ନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଏହି ଚଳଚିତ୍ରକୁ ନେଇ ଦର୍ଶକ ଯେପରି ଅଧିକରୁ ଅଧିକ ପସନ୍ଦ କରିବେ ସେନେଇ ରେଶମ ସହରରେ ଚଳଚିତ୍ରର ପ୍ରମୋସନ କରିଛନ୍ତି ଅର୍ଦ୍ଧେନ୍ଦୁ । ବ୍ରହ୍ମପୁରର ପାୟଲ ଟକିଜରେ 'ଭିଲେନ'କୁ ଦେଖିବା ପାଇଁ ଅଭିନେତା ଅର୍ଦ୍ଧେନ୍ଦୁଙ୍କ ସମେତ ଅଭିନେତ୍ରୀ ତମନ୍ନା ପହଞ୍ଚିବା ପରେ ସହରରେ ରହିଥିବା ତାଙ୍କ ପ୍ରଶଂସକ,ଦର୍ଶକମାନେ ସିନେମା ହଲ ସମ୍ମୁଖରେ ବାଣ ଫୁଟାଇ ପୁରା ଟିମକୁ ସ୍ୱାଗତ କରିଥିଲେ । ଦଶହରା ପାଇଁ ମୁଖ୍ୟତଃ ପ୍ରସ୍ତୁତ ହୋଇଥିବା ଏହି ଚଳଚିତ୍ର ବେଶ ଦର୍ଶକଙ୍କ ମନ ଛୁଇଁବ ବୋଲି ଆଶା ରଖିଛନ୍ତି ଭିଲେନ୍ ଚଳଚିତ୍ରର ଟିମ୍ ।

ଅର୍ଦ୍ଧେନ୍ଦୁଙ୍କ ନୂଆ ଅବତାର:

ମୁଖ୍ୟତଃ ଏହି ବ୍ୟୟ ବହୁଳ ଚଳଚ୍ଚିତ୍ରକୁ ପ୍ରଥମ ଦିନରେ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ପ୍ରେକ୍ଷାଳୟରେ ବେଶ ପ୍ରଶଂସା ସାଉଣ୍ଟିଥିବା ବେଳେ ହାଉସଫୁଲ ରହିଥିଲା । ଆଦିଲକ୍ଷ୍ମୀ ଏଣ୍ଟର୍ଟେନମେଣ୍ଟ ବ୍ୟାନରରେ ନିର୍ମିତ ହୋଇଥିବା 'ଭିଲେନ' ଚଳଚିତ୍ରରେ ଅର୍ଦ୍ଧେନ୍ଦୁଙ୍କ ନୂଆ ଅବତାର ଲୋକଙ୍କୁ ବେଶ ପସନ୍ଦ ଆସୁଥିବା ବେଳେ ଦଶହରା ବଜାରରେ ତାଙ୍କର ଚଳଚିତ୍ର ପ୍ରଥମ ଥର ପାଇଁ ଆସିଥିବାରୁ ଦର୍ଶକଙ୍କର ଭଲପାଇବାକୁ ପାଥେୟ କରି ବେଶ ଖୁସି ବ୍ୟକ୍ତି କରିଛନ୍ତି ଅଭିନେତା ଅର୍ଦ୍ଧେନ୍ଦୁ । ଭିଲେନ-ଲାଇଫ ଅଫ ଏ ଗ୍ୟାଙ୍ଗଷ୍ଟରକୁ ନେଇ ରହିଥିବା ଏହି ଚଳଚିତ୍ର ଦର୍ଶକଙ୍କର ବେଶ ମନ ଖୁଇଁବ ଏବଂ ପୂଜା ବଜାରରେ ଏପରି ଚଳଚିତ୍ରର ଆବଶ୍ୟକତା ରହିଥିବା ଇଟିଭି ଭାରତ ସହିତ ଆଲୋଚନା ସମୟରେ କହିଛନ୍ତି ଅଭିନେତା ଅର୍ଦ୍ଧେନ୍ଦୁ । ଉଭୟ ଅଭିନେତା ଓ ଅଭିନେତ୍ରୀ ଗଞ୍ଜାମ ଜିଲ୍ଲାର ହୋଇଥିବାରୁ ନିଜ ମାଟିରେ ନିଜର ଚଳଚିତ୍ରର ପ୍ରମୋସନ୍ କରିବା ଏବଂ ଦର୍ଶକଙ୍କ ସହିତ ବସି ପ୍ରେକ୍ଷାଳଯରେ ଚଳଚିତ୍ର ଦେଖି ବେଶ ଖୁସି ଅନୁଭବ କରିଥିଲେ ଦୁହେଁ  । 
 

ଏହା ମଧ୍ୟ ପଢନ୍ତୁ ...ପୂଜା ବଜାରରେ ମୁକ୍ତିଲାଭ କଲା ଦୁଇ ଓଡ଼ିଆ ଚଳଚ୍ଚିତ୍ର, 'କର୍ମ' ଓ 'ଭିଲେନ' ମଧ୍ୟରେ କଡ଼ା ଟକ୍କର

ଏହା ମଧ୍ୟ ପଢନ୍ତୁ ...ପୂଜା ବଜାରରେ ଫିଲ୍ମ ଲଢେଇ: ଭିଲେନ ସହ କର୍ମ ଓ ‘ଖୋକା ଭାଇ ତମ ପାଇଁ’ର ଟକ୍କର, କିଏ ଜିତିବ ମନ - Odia Film Release On Dussehra 2024

ଏହା ମଧ୍ୟ ପଢନ୍ତୁ ...'ଭିଲେନ' ହୋଇ ଭିଲେନକୁ ମାତ୍ ! ସ୍ୱତନ୍ତ୍ର ସାକ୍ଷାତକାରରେ ଖୁଲାସା କଲେ ଷ୍ଟାରକାଷ୍ଟ - INTERVIEW WITH VILLIAN ACTORS

ସେପଟେ ଏହି ଚଳଚିତ୍ରର ପ୍ରଯୋଜନା ଆଦିକନ୍ଦ ସାହୁ କରିଥିବା ବେଳେ ନିର୍ଦ୍ଦେଶନାରେ କେ. ମୁରଲୀକ୍ରିଷ୍ଣା ,ଚଳଚ୍ଚିତ୍ରର ସଙ୍ଗୀତ ଦେଇଛନ୍ତି ଜାପାନୀ । ସେହିପରି ଗୀତ ରଚନାରେ ତପୁ ନାୟକ, ବାପୁ ଗୋସ୍ବାମୀ ଓ ରଞ୍ଜନ ନାୟକ ରହିଛନ୍ତି । ବ୍ରହ୍ମପୁରରେ ନିଜ ଫିଲ୍ମର ପ୍ରମୋସନ୍ ପାଇଁ ଆସିଥିବା ଉଭୟ ଅଭିନେତା ଓ ଅଭିନେତ୍ରୀଙ୍କ ସହିତ ଏହି ଅବସରରେ ଆଲୋଚନା କରିଥିଲେ ଆମ ବ୍ରହ୍ମପୁର ସମ୍ୱାଦଦାତା ସମୀର ଆଚାର୍ଯ୍ୟ । 

 
ଇଟିଭି ଭାରତ, ବ୍ରହ୍ମପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.