ନାହିଁ ବର୍ଷା, ଶୁଖିଲା ପଡିଛି କେନାଲ: ମୁଣ୍ଡରେ ହାତ ଦେଇ ବସିଛି ଚାଷୀ - cultivation problem

By ETV Bharat Odisha Team

Published : Jul 1, 2024, 5:41 PM IST

thumbnail
ନାହିଁ ବର୍ଷା, ଶୁଖିଲା ପଡିଛି କେନାଲ: ମୁଣ୍ଡରେ ହାତ ଦେଇ ବସିଛି ଚାଷୀ (ETV Bharat Odisha)

କେନ୍ଦ୍ରପଡା: କୁହାଯାଏ "ଚାଷ ତରତର, ବଣିଜ ମଠ"। ଅର୍ଥାତ ପ୍ରତ୍ୟେକ ଚାଷୀ ଚାଷ କରିବା ପାଇଁ ତରତର ହୋଇଥାଏ, କାରଣ ରଜପର୍ବ ପରେ ପହିଲି ଆଷାଢ଼ର ବର୍ଷା ଆଣି ଦେଇଥାଏ ଚାଷୀ ମନରେ ଆନନ୍ଦ । ଅକ୍ଷୟ ତୃତୀୟାରୁ ଜମିରେ ପାଣି ମଡ଼ାଇ ବିହନ ଛିଞ୍ଚି ଥିବା ଚଷାପୁଅ ରଜପର୍ବ ପରେ ନିଜ ଚାଷ ଜମିରେ ହଳ କରି ଧାନ ଫସଲ ଆରମ୍ଭ କରିଥାଏ । ଚଳିତବର୍ଷ ଚିତ୍ର କିନ୍ତୁ ଭିନ୍ନ । ମୌସୁମୀ ବାୟୁ ଆଗମନରେ ବିଳମ୍ବ ହୋଇଥିବା ବେଳେ ଏପର୍ଯ୍ୟନ୍ତ କେନ୍ଦ୍ରାପଡା ଜିଲ୍ଲାର ଅନେକ ସ୍ଥାନରେ ବର୍ଷାର ଦେଖା ନାହିଁ । ଚାଷ କାମ ଆରମ୍ଭ କରିପାରନି ଚାଷୀ । ଅନ୍ୟପଟେ ବିକଳ୍ପ ଜଳସେଚନ ବ୍ୟବସ୍ଥା ନଥିବାରୁ ଏଥର ଚାଷ ନହୋଇପାରିବା ଆଶଙ୍କାରେ ଆଶଙ୍କିତ ଚାଷୀ । କିଏ ଋଣ ଆଣି ଚାଷ କରିଥିବା କହୁଥିବା ବେଳେ କିଏ ପ୍ରଶାସନ ଚାଷୀଙ୍କ ସମସ୍ୟା ପ୍ରତି ଆଖି ବୁଜିଦେଇଥିବା କଥା କହୁଛନ୍ତି । ଶୁଣନ୍ତୁ କଣ କହୁଛନ୍ତି କେନ୍ଦ୍ରାପଡା ଚାଷୀ । 

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.