ଧର୍ମ ପରିବର୍ତ୍ତନ କରିଥିଲେ ବୋଲି ମିଳିଲାନି ଶ୍ମଶାନ, 32 ଘଣ୍ଟା ପଡ଼ି ରହିଲା ମୃତଦେହ - CREMATION LAND ISSUE
🎬 Watch Now: Feature Video
Published : Oct 29, 2024, 6:51 PM IST
|Updated : Oct 29, 2024, 7:15 PM IST
Cremation Land Issue: ନବରଙ୍ଗପୁର: ଧର୍ମ ପରିବର୍ତ୍ତନ ପଡିଲା ମହଙ୍ଗା । ଗତକାଲି (ସୋମବାର)ଠାରୁ ଘରେ ପଡି ରହିଥିଲା ମୃତଦେହ । ହେଲେ ଶ୍ମଶାନରେ ଜାଗା ମିଳୁନଥିଲା । ପ୍ରଶାସନର ଚେଷ୍ଟା ପରେ ମଧ୍ୟ ମାନିଲେନି ଗ୍ରାମବାସୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକର ଏକ ଗାଁରେ। ସୂଚନାଯୋଗ୍ୟ ଯେ, ପ୍ରାୟ ଦୁଇ ବର୍ଷ ତଳେ ସେହି ଅଞ୍ଚଳର ଜଣେ ବ୍ୟକ୍ତି ଧର୍ମ ପରିବର୍ତ୍ତନ କରିଥିଲେ । କିନ୍ତୁ, ଗତକାଲି ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା। ଧର୍ମ ପରିବର୍ତ୍ତନ କରିଥିବାରୁ କେଉଁଠି ତାଙ୍କ ମରଶରୀରକୁ କବର ଦିଆଯିବ ସେହି ପରିବାରଲୋକ ଚିନ୍ତାରେ ପଡ଼ିଥିଲେ । ଗାଁ ଶ୍ମଶାନରେ ସ୍ଥାନ ଦେବାକୁ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଗ୍ରାମବାସୀ ଆଦୌ ଅନୁମତି ଦେଇନଥିଲେ ।
ଏହା ବି ପଢନ୍ତୁ...ମୃତଦେହକୁ ମିଳିଲାନି ଶେଷ ସମ୍ମାନ, 7 ଘଣ୍ଟା ପଡି ରହିଲା ମର ଶରୀର - Body lies unattended
ଏହା ମଧ୍ୟ ପଢନ୍ତୁ: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ମିଳିଲାନି ମହାପ୍ରୟାଣ ଗାଡି, ସାଇକେଲରେ ବୁହାହେଲା ମୃତଦେହ
ଖବର ପାଇ ପାପଡାହାଣ୍ଡି ଅତରିକ୍ତ ତହସିଲଦାର ସସ୍ମିତା ଜେନା, ପାପଡାହାଣ୍ଡି SDPO ମିନାକ୍ଷୀ ଠାକୁର ଓ ପୋଲିସ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ ବି କେହି ବୁଝିନଥିଲେ । ଫଳରେ ପ୍ରାୟ 32 ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ହେବ ମୃତଦେହ ଘରେ ପଡିରହିବା ପରେ ଶେଷରେ ଶ୍ମଶାନ ନିଆଯାଇଛି । ପାପଡାହାଣ୍ଡି ପୋଲିସ ଓ ଅତିରିକ୍ତ ତହସିଲଦାର ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ବି ଗ୍ରାମବାସୀ ନବୁଝିବାରୁ ଗ୍ରାମରୁ ଦେଢ଼ କିଲୋମିଟର ଦୂରରେ ଏକ ଜମି ଚିହ୍ନଟ କରିଥିଲେ ଅତିରିକ୍ତ ତହସିଲଦାର । ସେଠାରେ ମୃତଦେହ ସତ୍କାର କରାଯାଇଛି । ଅତିରିକ୍ତ ତହସିଲଦାର ସସ୍ମିତା କୁମାରୀ ଜେନା କହିଛନ୍ତି, ଗ୍ରାମରୁ ଦେଢ଼ କିଲୋମିଟର ଦୂରରେ ଏକ ଜମି ଚିହ୍ନଟ ହୋଇଛି । ସେହି ସ୍ଥାନକୁ ମୃତଦେହ ଅଣାଯାଇଛି ।"
ଇଟିଭି ଭାରତ, ନବରଙ୍ଗପୁର