ଭବାନୀପାଟଣା ପୌର ପରିଷଦରେ ଅନାସ୍ଥା ଭୋଟିଂ, ହାରିଲେ ଅଧ୍ୟକ୍ଷା ସଂଯୁକ୍ତା ବେହେରା - Bhawanipatna Municipality

By ETV Bharat Odisha Team

Published : Aug 12, 2024, 4:05 PM IST

Updated : Aug 12, 2024, 5:45 PM IST

thumbnail
Bhawanipatna Municipality (ETV Bharat Odisha)

Bhawanipatna Municipality: ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ମୁନିସିପାଲଟି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଭୋଟିଂରେ ହାରିଲେ ବିଜେଡି ଅଧ୍ୟକ୍ଷା ସଂଯୁକ୍ତା ବେହେରା । ଅନାସ୍ଥା ପ୍ରସ୍ତାବ ଭୋଟିଂରେ ବିଜେଡିରୁ ୧୮ ଜଣ, କଂଗ୍ରେସ ଏବଂ ବିଜେପିରୁ ଜଣେ ଲେଖାଏଁ କାଉନସିଲର ମିଶି ତାଙ୍କ ବିରୋଧରେ ଭୋଟିଂ ଦେଇଥିଲେ । ସଂଯୁକ୍ତା ବେହେରା ବିଜେଡି ଅଧ୍ୟକ୍ଷା ହେଇଥିବା ସତ୍ତ୍ବେ ମଧ୍ୟ ସେ ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ ଆଣିଥିଲେ ବିଜେଡିର ୧୮ ଜଣ କାଉନସିଲର । ତାଙ୍କୁ ବିରୋଧ କରି ବିଜେଡି କାଉନସିଲର ତାଙ୍କ ବିରୋଧରେ ଏହି ଅନାସ୍ଥା ପ୍ରସ୍ତାବ ଆଣିଥିବା ବେଳେ ଆଜି ଭୋଟିଂରେ ହାରିଛନ୍ତି ଅଧ୍ୟକ୍ଷା ସଂଯୁକ୍ତା ।

ଆଜି ପୂର୍ବାହ୍ନ ୧୧ଟାରେ ଭବାନୀପାଟଣା ପୌରପାଳିକାରେ ଅନାସ୍ଥା ଭୋଟ ଗ୍ରହଣ ପ୍ରକିୟା ଆରମ୍ଭ ହୋଇଥିବା ବେଳେ ସମସ୍ତ କାଉନସିଲରମାନଙ୍କ ଉପସ୍ଥିତିରେ ଅନାସ୍ଥା ଭୋଟିଂ ହୋଇଥିଲା । ୨୦ଟି ୱାର୍ଡ ବିଶିଷ୍ଟ ଭବାନୀପାଟଣା ପୌରପାଳିକାରେ ବିଜେଡିର ୧୮ ଜଣ କାଉନସିଲରଙ୍କ ସମେତ ବିଜେପି ଓ କଂଗ୍ରେସର ଜଣେ ଲେଖାଏଁ କାଉନସିଲର ରହିଛନ୍ତି । ବିଜେଡିର ପୌରଧ୍ୟକ୍ଷା ଥିବା ସଂଯୁକ୍ତା ବେହେରାଙ୍କ ବିରୋଧରେ ୧୭ ଜଣ କାଉନସିଲର ଓ ଉପାଧ୍ୟକ୍ଷ ଅନାସ୍ଥା ପ୍ରସ୍ତାବ ଆଗତ କରି ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ । ଆଜି ପୌର ପରିଷଦ ସଭାଗୃହ ଠାରେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଦିଲୀପ ମହାରଣାଙ୍କ ଉପସ୍ଥିତିରେ ସମସ୍ତ ୨୦ ଜଣ କାଉନସିଲର ଅନାସ୍ତା ଭୋଟିଂରେ ଅଂଶଗ୍ରହଣ କରି ଅଧ୍ୟକ୍ଷା ସଂଯୁକ୍ତା ବେହେରାଙ୍କ ବିରୋଧରେ ଭୋଟଦାନ କରିଥିଲେ । ନିର୍ବାଚିତ ହେବା ପରେ ପରେ ପୌର ଅଧ୍ୟକ୍ଷା ସଂଯୁକ୍ତା ବେହେରା କାର୍ଯ୍ୟାଳୟରେ ନିଜର ମନମାନି କରିବା ସହ କାଉନସିଲରମାନଙ୍କୁ ଗୁରୁତ୍ବ ନ ଦେଇ ଏକ ଛତ୍ରବାଦ ଶାସନ କରୁଥିବା ନେଇ କାଉନସିଲରମାନେ ଅଭିଯୋଗ ଆଣିଥିଲେ । ତେବେ ଆଜିର ଭୋଟିଂରେ ହାରିଛନ୍ତି ସଂଯୁକ୍ତା ।

ସେପଟେ ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର କାଉନସିଲରମାନେ ବିଜେପି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲଙ୍କ ବିରୁଦ୍ଧରେ ଅନାସ୍ତା ପ୍ରସ୍ତାବ ଆଗତ କରିଥିବା ବେଳେ ଦୁଇ ଦୁଇଟି ତାରିଖ ଘୁଞ୍ଚି ସାରିଛି । ଯାହାକୁ ବିଜେଡି ଶାସକ ଦଳ ଓ ଜିଲ୍ଲା ପ୍ରଶାସନକୁ କଡା ସମାଲୋଚନା କରିଥିବା ବେଳେ ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ କାଉନସିଲର ଓ ଉପାଧ୍ୟକ୍ଷା ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ।
 

ଏହା ମଧ୍ୟ ପଢ଼ନ୍ତୁ...ଅନାସ୍ଥା ଭୋଟ ସ୍ଥଗିତ ପରେ ତାତିଲେ କାଉନସିଲର, ଜିଲ୍ଲାପାଳଙ୍କୁ ଜଣାଇଲେ ଦାବି - Junagarh NAC Voting Issue

ଇଟିଭି ଭାରତ, କଳାହାଣ୍ଡି 

Last Updated : Aug 12, 2024, 5:45 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.