ବାଲେଶ୍ୱର ମେଡିକାଲରେ ମାତିଛନ୍ତି ପିଲା ଚୋର ! ପୁଣି ହେଲା ନବଜାତ ଶିଶୁପୁତ୍ର ଚୋରି - Newborn Baby Stolen

By ETV Bharat Odisha Team

Published : Jun 9, 2024, 8:58 PM IST

thumbnail
Newborn Baby Stolen (ETV Bharat Odisha)

Newborn Baby Stolen: ବାଲେଶ୍ବର: ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରୁ ପୁତ୍ର ସନ୍ତାନ ଚୋରି ହେବା ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଗତ କିଛିଦିନ ତଳେ ଜଣେ ମହିଳା ନବଜାତ ପୁତ୍ର ସନ୍ତାନ ଚୋରି କରିନେବା ଘଟଣା ମନରୁ ନ ଲିଭୁଣୁ ଆଜି ପୁଣି ଜଣେ ମହିଳାଙ୍କ ନବଜାତ ଶିଶୁପୁତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଛି । ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା କୁଲାଚଡ ଗାଁର ଜଣେ ମହିଳାଙ୍କ ଗତକାଲି ରାତିରେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଏକ ଶିଶୁ ପୁତ୍ରକୁ ଜନ୍ମ ନେଇଥିଲା । ଆଜି ସକାଳ ସମୟରେ ଅନ୍ୟଜଣେ ମହିଳା ପ୍ରସବ କରିଥିବା ମହିଳାଙ୍କ ପାଖକୁ ଆସି ପିଲାକୁ ପୋଲିଓ ଦେବାକୁ ପଡିବ ବୋଲି କହିଥିଲେ । ପୋଲିଓ ଦେବା ବାହାନାରେ ଅଚିହ୍ନା ମହିଳା ଜଣଙ୍କ ନବଜାତ ଶିଶୁପୁତ୍ରକୁ ଚୋରି କରି ନେଇଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ।

ଏହା ମଧ୍ୟ ପଢନ୍ତୁ ....  ଅଙ୍ଗଦାନ କରି ଅମର କୁନିପୁଅ ପ୍ରତ୍ୟୁଷ, ସବୁଦିନ ରହିବେ ଜୀବିତ - 21 month old child organ donate

ସକାଳ ୯ ଟା ୩୦ ସମୟରୁ ପିଲା ନିଖୋଜ ଥିବା ବେଳେ ଏ ଯାଏଁ ଶିଶୁ ପୁତ୍ର ମିଳିନାହିଁ । ତେବେ ଘଟଣାକୁ ନେଇ ପୋଲିସ ବିଭାଗ ପକ୍ଷରୁ ସିସିଟିଭି ଯାଞ୍ଚ କରିବା ସହ ଗର୍ଭବତୀ ମହିଳାଙ୍କ ସହ ଆସିଥିବା ଆଶା କର୍ମଚାରୀଙ୍କୁ ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଛି । ପୋଲିସ ତରଫରୁ ଶିଶୁପୁତ୍ରକୁ ଚୋରି କରିଥିବା ମହିଳାଙ୍କ ଫଟୋ ଜାରି କରାଯାଇ ତଦନ୍ତରେ ସହଯୋଗ କରିବା ପାଇଁ ନିବେଦନ କରାଯାଇଛି । ତେବେ ମେଡିକାଲ ଭିତରୁ ଏମିତି ଶିଶୁପୁତ୍ର ଚୋରି ହେବା ଘଟଣାରେ ମେଡିକାଲର କର୍ମଚାରୀଙ୍କ ସମ୍ପୃକ୍ତି ଅଛି କି ନାହିଁ ତାହା ତଦନ୍ତ ପରେ ହିଁ ଜଣାପଡିବ ।  

ଚୋରି କରିଥିବା ମହିଳାଙ୍କ ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ କରୁଛି । ମାତ୍ର ଏହାରି ଭିତରେ ମେଡିକାଲର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବାରମ୍ବାର ଏମିତି ଶିଶୁପୁତ୍ର ଚୋରି ହେଉଥିବା ବେଳେ ମେଡିକାଲ କର୍ତ୍ତୃପକ୍ଷ ଏଥିପ୍ରତି କାହିଁକି ଦୃଷ୍ଟି ଦେଉନାହାନ୍ତି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । 

ଇଟିଭି ଭାରତ, ବାଲେଶ୍ବର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.