ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ, ମୁଖ୍ୟମନ୍ତ୍ରୀଙ୍କ ପରିବାରରେ ହର୍ଷୋଲ୍ଲାସ - NEW ODISHA CM FAMILY REACTION

By ETV Bharat Odisha Team

Published : Jun 11, 2024, 11:04 PM IST

thumbnail
NEW CM FAMILY REACTION (ETV Bharat Odisha)

NEW CM FAMILY REACTION: ଭୁବନେଶ୍ବର: ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ୪ ଥରର ବିଧାୟକ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ ରେସ୍‌ ରେ ଅନେକ ବରିଷ୍ଠ ନେତା ଥିଲେ ମଧ୍ୟ ଶେଷରେ ବାଜି ମାରିଛନ୍ତି ମୋହନ । ଓଡିଶାରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ମୋହନ ଚରଣ ମାଝୀ । କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ସର୍ବସମ୍ମତି କ୍ରମେ ଚୟନ ହୋଇଛନ୍ତି । ସେହିଭଳି ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂ ଦେଓ ଓ ନିମାପଡା ବିଧାୟିକା ପ୍ରଭାତୀ ପରିଡ଼ାଙ୍କ ନାଁ ଉପମୁଖ୍ୟମନ୍ତ୍ରୀ ଭାବେ ଘୋଷଣା ହୋଇଛି ।

ଏହା ମଧ୍ୟ ପଢନ୍ତୁ... ମୋହନ ଚରଣ ମାଝୀ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ; କେଭି ସିଂହ ଦେଓ, ପ୍ରଭାତୀ ପରିଡା ଉପମୁଖ୍ୟମନ୍ତ୍ରୀ - MOHAN CHARAN MAJHI NEW CM OF ODISHA

ଏଖୁସି ଖବର ଆସିବା କ୍ଷଣି କେନ୍ଦୁଝର ନିର୍ବାଚନ ମଣ୍ଡଳୀରେ ଆନନ୍ଦ ଉଲ୍ଲାସ ଖେଳିବା ସହ ଖୋଦ ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଘରେ ଆନନ୍ଦ ଖେଳିଯାଇଛି । ଏହି ଅବସରରେ ନୂତନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ କହିଛନ୍ତି," ସବୁଆଡେ ଖୁସିର ମାହୋଲ ଅଛି । ଓଡିଶା ବାସୀ ଖୁସି ଅଛନ୍ତି । ମୁଖ୍ୟମନ୍ତ୍ରୀର ଆଶା ନଥିଲା କାରଣ ସସପେନ୍ସ ଜାରି ରହିଥିଲା । ମୋହନ ମାଝୀ ମୁଖ୍ୟମନ୍ତ୍ରୀଙ୍କ ରେସରେ ନଥିଲେ । ଏହା କେନ୍ଦ୍ରର ନିର୍ଦ୍ଦେଶରେ ହୋଇଛି । ଦଳ ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିବାରୁ ତାର ଫଳ ଆଜି ମିଳିଛି ।" ସେହିଭଳି ପରିବାରକୁ ଫୋନ ଯୋଗେ, ମେସେଜ ଯୋଗେ ଶୁଭେଚ୍ଛାର ସୁଅ ଛୁଟିଛି ।

ଇଟିଭି ଭାରତ, ଭୁବନେଶ୍ବର     

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.