ଅଲୋଡ଼ା ହେଲା ନବଜାତ, ଡାକ୍ତରଖାନା ପରିସରରୁ ମୃତଦେହ ଉଦ୍ଧାର - New Born Dead Body Recovered

By ETV Bharat Odisha Team

Published : Jun 20, 2024, 5:18 PM IST

thumbnail
New Born Dead Body Recovered (ETV Bharat Odisha)

New Born Dead Body Recovered: ନବରଙ୍ଗପୁର: ଟିକେଟ କାଉଣ୍ଟର ନିକଟରୁ ମିଳିଲା ଏକ ନବଜାତ ଶିଶୁର ମୃତଦେହ। ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟରେ ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ ଶିଶୁଟିର ମୁଣ୍ଡରେ ଗଭୀର କ୍ଷତ ଚିହ୍ନଥିବା ଦେଖିବାକୁ ମିଳିଛି। ଶିଶୁର ଜନ୍ମ ପରେ ବିଳମ୍ବିତ ରାତିରେ କିଏ ତାକୁ ଏଠାରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ଅବାଞ୍ଛିତ ଗର୍ଭ ଧାରଣା କିମ୍ବା ଅନ୍ୟ କେଉଁ କାରଣ ବଶତଃ କିଏ ଏହିଭଳି କାର୍ଯ୍ୟ କରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ଘଟଣାସ୍ଥଳରେ ନବରଙ୍ଗପୁର ସିଡ଼ିଏମଓ ପହଞ୍ଚି ନବରଙ୍ଗପୁର ପୋଲିସକୁ ଏସମ୍ପର୍କରେ ଜଣାଇଛନ୍ତି । ତେବେ ମେଡ଼ିକାଲରେ ଜନ୍ମିତ ସମସ୍ତ ଶିଶୁ ସୁରକ୍ଷିତ ଥିବା ବେଳେ ଏହା ମେଡିକାଲ ବାହାର ଜନ୍ମିତ ଛୁଆ ନା ମେଡିକାଲ ପରିସରର ଛୁଆ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଏହାସହ ମେଡିକାଲରେ ଲାଗିଥିବା ସିସିଟିଭି କାର୍ଯ୍ୟକ୍ଷମ ଥିବାରୁ ସିସିଟିଭି ଯାଞ୍ଚ କରାଯିବ ବୋଲି ସିଡ଼ିଏମଓ କହିଛନ୍ତି । ତଦନ୍ତ ପରେ କିଏ ଏହି କାଣ୍ଡ କରିଛି ତାହା ଜଣାପଡିବ ବୋଲି ସିଡ଼ିଏମଓ ପ୍ରକାଶ କରିଛନ୍ତି l  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.