thumbnail

ୟେଲୋ ୱାର୍ଣ୍ଣିଂରେ ନୟାଗଡ; ବାତ୍ୟା ମୁକାବୁଲା ପାଇଁ ପ୍ରସ୍ତୁତ ପ୍ରଶାସନ

By ETV Bharat Odisha Team

Published : 2 hours ago

ନୟାଗଡ଼: ୟେଲୋ ୱାର୍ଣ୍ଣିଂରେ ନୟାଗଡ ଜିଲ୍ଲା । ରାଜ୍ୟ ସରକାରଙ୍କ ପାଖରୁ ସମସ୍ତ ଜିଲ୍ଲାକୁ ସତର୍କ କରାଯାଇଛି । ବାତ୍ୟା ଦାନା ମୁକାବିଲା ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଜିଲ୍ଲାର କିଛିଅଂଶରେ ବାତ୍ୟାର ପ୍ରଭାବ ରହୁଥିବାରୁ ଲୋକଙ୍କ ସୁରକ୍ଷା ନେଇ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ । ଆସନ୍ତା 23 ରୁ 26 ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କୁ ଛୁଟି ବାତିଲ୍ କରାଯାଇଛି । ସମସ୍ତ ସରକାରୀ ବେସରକାରୀ ସ୍କୁଲକୁ 23ରୁ ତିନି ଦିନ ପାଇଁ ଛୁଟି ଘୋଷଣା କରାଯାଇଛି । ସମସ୍ତ ବାତ୍ୟା ଆଶ୍ରୟ ସ୍ଥଳୀକୁ ପ୍ରସ୍ତୁତ ରଖାଯାଇଛି । ଏଥିସହ 462 ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ ଚିହ୍ନଟ କରାଯାଇଛି । ସେଠାରେ ବ୍ଲକ ଅଧିକାରୀଙ୍କ ସହ ମେଡିକାଲ ଟିମ୍ ଠାରୁ ଆରମ୍ଭ କରି ସମସ୍ତ ବିଭାଗ ସହିତ ଆଲୋଚନା ଜାରି ରଖିଛନ୍ତି ଜିଲ୍ଲାପାଳ । କଳା ବଜାରୀ ପାଇଁ ଯୋଗାଣ ବିଭାଗକୁ ସଜାଗ ରହିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।  
ଏହା ମଧ୍ୟ ପଢନ୍ତୁ ....ସମ୍ଭାବ୍ୟ ବାତ୍ୟା ଗଭୀର ଅବପାତରେ ପରିଣତ, ପାରାଦ୍ବୀପରୁ 690 କିମି ଦୂରରେ କେନ୍ଦ୍ରୀଭୂତ, ୨୪ରେ ଭୀଷଣ ବାତ୍ୟା, ଘଣ୍ଟାକୁ ୭ କିମି ବେଗରେ ଗତି କରୁଛି
 

ଇଟିଭି ଭାରତ,ନୟାଗଡ଼

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.