thumbnail

By ETV Bharat Odisha Team

Published : Apr 24, 2024, 10:56 AM IST

Updated : Apr 24, 2024, 1:58 PM IST

ETV Bharat / Videos

ଶେରଗଡରେ ଜନସଭା ସମ୍ବୋଧିତ କରୁଛନ୍ତି ନବୀନ, ଦେଖନ୍ତୁ Live - Naveen Patnaik election campaign

ଗଞ୍ଜାମ: ପାଖେଇ ଆସୁଛି ବିଧାନସଭା ଓ ଲୋକସଭା ନିର୍ବାଚନ  । ଜମୁଛି ନେତାଙ୍କ ନିର୍ବାଚନୀ ପ୍ରଚାର  । ଏହି କ୍ରମରେ ଆଜି ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ତଥା ଦଳର ଷ୍ଟାର ପ୍ରଚାରକ ନବୀନ ପଟ୍ଟନାୟକ । ବିଜେଡି ସୁପ୍ରିମୋ ଆଜି (ବୁଧବାର) ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତ କରି ପ୍ରତ୍ୟକ୍ଷ ଭାବେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ସେ ଗଞ୍ଜାମ ଜିଲ୍ଲାର ନିଜର ପାରମ୍ପରିକ ଆସନ ହିଞ୍ଜିଳିରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି  । ଏହାପରେ ଶେରଗଡ଼ରେ ଆଉ ଏକ ସାଧାରଣ ସଭାକୁ ସମ୍ବୋଧିତ କରୁଛନ୍ତି। ପ୍ରଚାର ସାରି ଅପରାହ୍ନ ଗୋଟାଏ ସୁଦ୍ଧା ଭୁବନେଶ୍ୱର ଫେରି ଆସିବେ । ୨୦୨୪ ନିର୍ବାଚନ ପାଇଁ ଆଜିଠୁ ନବୀନ ପ୍ରଚାର ମୈଦାନକୁ ଓହ୍ଲାଇଥିବାରୁ ତାଙ୍କ ଉପରେ ସମସ୍ତଙ୍କର ନଜର ରହିଛି । ସେହିପରି ଆସନ୍ତାକାଲି ନବୀନ ରାୟଗଡ଼ା ଯିବେ । ହିଞ୍ଜିଳିରୁ ଦେଖନ୍ତୁ ନବୀନଙ୍କ ଜନସଭା ଲାଇଭ...
Last Updated : Apr 24, 2024, 1:58 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.