'ଜାତୀୟ କ୍ରୀଡା ଦିବସ ଉତ୍ସବ ନୁହେଁ କ୍ରୀଡା ଆମ ଜୀବନକୁ ସମୃଦ୍ଧ କରେ' - national sports day 2024
🎬 Watch Now: Feature Video
Published : Aug 29, 2024, 7:06 PM IST
ନିମାପଡା; ଆଜି ପିପିଲିରେ ପାଳିତ ହୋଇଯାଇଛି ଜାତୀୟ କ୍ରୀଡା ଦିବସ । ହକିର ଯାଦୁଗର ତଥା ଭାରତର କିମ୍ବଦନ୍ତୀ ହକି ଖେଳାଳି ମେଜର ଧ୍ୟାନ ଚାନ୍ଦଙ୍କ ଜନ୍ମ ଦିବସ ଏବଂ ଦେଶ ପ୍ରତି ଅବଦାନକୁ ମନେ ପକାଇବା ପାଇଁ ଅଗଷ୍ଟ ମାସ ୨୯ ତାରିଖରେ ପ୍ରତି ବର୍ଷ ଭଳି ଆଜି ପିପିଲି ସାଂସ୍କୃତିକ ପରିଷଦ ପକ୍ଷରୁ ପାଳିତ ହୋଇଛି ଜାତୀୟ କ୍ରୀଡା ଦିବସ । ଏହି ଅବସରରେ ପିପିଲି ମିଶନ ସ୍କୁଲ ଠାରେ ଆଖପାଖର ପ୍ରାୟ ୧୨ଟି ସ୍କୁଲର ଛାତ୍ରଛାତ୍ରୀ ଏକତ୍ରିତ ହୋଇଥିଲେ ।ଏହି ଅବସରରେ ବିରାଟ ପଦଯାତ୍ରାର ଆୟୋଜନ ହୋଇଥିଲା ।
ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକଙ୍କ ସହ ଅନୁଷ୍ଠାନର ଉପଦେଷ୍ଟା ତଥା ଅବସରପ୍ରାପ୍ତ ସେନା ଅଧିକାରୀ ଲେପ୍ଟନାଣ୍ଟ ଜେନେରାଲ ନାରାୟଣ ମହାନ୍ତି ଯୋଗଦେଇ ପତାକା ଦେଖାଇ ପଦଯାତ୍ରାର ଶୁଭ ଉଦଘାଟନ କରିଥିଲେ। ପଦଯାତ୍ରାରେ ଅନ୍ତର୍ଜାତୀୟ କ୍ରୀଡାବିତ ଦୂତି ଚାନ୍ଦ, ପୁର୍ଣିମା ହେମ୍ରମ୍ବ, ଆଂଶିକା ମହାପାତ୍ର ଓ ସିନେ ଅଭିନେତା ବବି ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ । ବିଭିନ୍ନ ସ୍ଲୋଗାନ ସହ ପଦଯାତ୍ରାଟି ପିପିଲି ଜବାହର ବଦ୍ୟାପିଠ ଠାରେ ପହଞ୍ଚିଥିଲା । ଶିକ୍ଷା ସହ କ୍ରୀଡା ଦକ୍ଷତା ବୃଦ୍ଧି ପ୍ରଚେଷ୍ଟା ଜାରି ରଖିବା ପାଇଁ ଅତିଥି ମାନେ ମତବ୍ୟକ୍ତ ପ୍ରକାଶ କରିଥିଲେ।
"ଜାତୀୟ କ୍ରୀଡା ଦିବସ କେବଳ ଏକ ଉତ୍ସବ ନୁହେଁ କ୍ରୀଡା ଆମ ଜୀବନକୁ ସମୃଦ୍ଧ କରେ," ବୋଲି ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ଉତ୍ସାହିତ କରି କହିଥିଲେ । ଏହି ଅବସରରେ ସ୍ଥାନୀୟ ୫ଟି କ୍ରୀଡା ଶିକ୍ଷକଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା।