ଆଜି ପବିତ୍ର ଇଦ୍ ଉଲ ଫିତର, ବଲାଙ୍ଗୀରରେ ସମୂହ ଇଦ୍ ନମାଜ ପାଠ - Eid Ul Fitr 2024 Celebration - EID UL FITR 2024 CELEBRATION
🎬 Watch Now: Feature Video
Published : Apr 11, 2024, 4:17 PM IST
EID-UL-FITR IN BALANGIR: ବଲାଙ୍ଗୀର: ଆଜି ସାରା ବିଶ୍ବରେ ପାଳିତ ହେଉଛି ପବିତ୍ର ଇଦ୍ ଉଲ ଫିତର । ଏହି କ୍ରମରେ ଆଜି ବଲାଙ୍ଗୀର ଜିଲ୍ଲାରେ ବେଶ ଧୁମଧାମରେ ପାଳିତ ହୋଇଯାଇଛି ଭାଇଚାରାର ପର୍ବ ଇଦ୍ । ଗତକାଲି ରମଜାନ ମାସର ଶେଷ ସନ୍ଧ୍ୟାରେ ଇଦ୍ ର ଚାନ୍ଦ ଦେଖିବା ପରେ ଆଜି ଏଠାରେ ଇଦ୍ ପାଳନ ହୋଇଛି । ଯେଉଁଥିରେ ବଲାଙ୍ଗୀର ଜିଲ୍ଲାରେ ପାଟଣାଗଡ଼, ଟିଟିଲାଗଡ଼, ଲୋଇସିଂହା, କଣ୍ଟାବାଞ୍ଜି ଓ ବଲାଙ୍ଗୀରରେ ସବୁ ମୁସଲମାନମାନେ ଇଦ୍ ନମାଜ ପାଠ କରି ପରସ୍ପରଙ୍କୁ ଇଦ୍ ର ଶୁଭେଚ୍ଛା ଜଣାଇଛନ୍ତି ।
ଗୋଟିଏ ମାସ ଧରି ନିଷ୍ଠାପର ଭାବେ ନିର୍ଜଳା ଉପବାସ ରୋଜା ରଖିବା ପରେ ଆଜି ସବୁ ମୁସଲିମ ଭାଇଭଉଣୀମାନେ ଇଦ ଉଲ ଫିତର ପାଳନ କରିଛନ୍ତି । ମାସକ ଉପବାସ ପରେ ମୁସଲମାନ ମାନେ ଗରିବଙ୍କୁ ଦାନ ଧର୍ମ ବା ଫିତ୍ରା ପ୍ରଦାନ କରିଥାନ୍ତି । ସେହିପରି ନୂଆ ପୋଷାକ ସହ ସେମାନେ ମସଜିଦରେ ସମୂହ ଇଦ ନମାଜ ପାଠ କରିଥାନ୍ତି । ତେବେ ଆଜି ଏ ଅବସରରେ ବଲାଙ୍ଗୀର ସ୍ଥାନୀୟ ସୁନ୍ନି ସଦର ମସଜିଦରେ ଏହା ପାଇଁ ଭବ୍ୟ ଆୟୋଜନ କରା ଯାଇଥିଲା ।
ଏହା ମଧ୍ୟ ପଢନ୍ତୁ ... ଇଦ୍ ଉଲ୍-ଫିତରକୁ ନେଇ ଚଳଚଞ୍ଚଳ ମସଜିଦ, ସବୁଠି ଇଦ୍ ପାଳିତ - EID UL FITR 2024
ସହରର ସବୁ ମୁସଲମାନ ଭାଇମାନେ ଏକାଠି ହୋଇ ଏଠି ଇଦ ନମାଜ ପାଠ କରିଥିଲେ । ସେହିପରି ନମାଜ ପରେ ସମସ୍ତେ ପରସ୍ପରଙ୍କୁ ଆଲିଙ୍ଗନ କରି ଇଦର ଶୁଭେଚ୍ଛା ଜଣାଇଥିଲେ । ସମାନ ଭାବରେ ଏମାନେ ବିଶ୍ବରେ ଶାନ୍ତି ପାଇଁ ଇଦ ଉପଲକ୍ଷେ ସମୂହ ପ୍ରାର୍ଥନା କରିଥିଲେ । ତେବେ ମୁସଲମାନ ଭାଇ ଭଉଣୀ ମାନେ ବଡ ଧୁମଧାମରେ ସାରା ବିଶ୍ବରେ ଆଜି ଇଦ ପାଳନ କରିଛନ୍ତି । ଯେଉଁଥିରେ ବଲାଙ୍ଗୀରରେ ମଧ୍ୟ ଅତି ହସ ଉଲ୍ଲାସରେ ଲୋକେ ଏହାକୁ ପାଳନ କରିଛନ୍ତି । ତେବେ ଆଜି ସକାଳୁ ମୁସଲମାନ ଭାଇ ଭଉଣୀ ମାନେ ନିଜ ନିଜ ଘରେ ଇଦ ପାଇଁ ପ୍ରସ୍ତୁତି ସାରି ପୂଜା ପାଠ କରିଥିଲେ ଏବଂ ସିମିଆ ସହିତ ହଲିମ୍, ସିର୍ ଖୁରମା, ଫ୍ରୁଟ ଚାଟ ଭଳି ନାନାଦି ସୁସ୍ବାଦୁ ଭୋଜନ ପ୍ରସ୍ତୁତ କରି ନିଜେ ଓ ନିଜ ବନ୍ଧୁ ବାନ୍ଧବଙ୍କ ସହ ମିଶି ଇଦ୍ ର ଭୋଜି ଖାଇଛନ୍ତି । ଆଜି ଦିନ ରାତି ମୁସଲମାନ ମାନେ ଅତି ଧୂମ ଧାମରେ ଏହି ଇଦ ଉଲ ଫିତର ପର୍ବ ପାଳନ କରିବେ ।
ଇଟିଭି ଭାରତ, ବଲାଙ୍ଗୀର