ଇଦ-ଉଲ-ଜୁହା ପର୍ବ, ଭଦ୍ରକର ବିଭିନ୍ନ ମସଜିଦରେ ସମୂହ ନମାଜ ପାଠ - Eid al Adha 2024 Celebartion - EID AL ADHA 2024 CELEBARTION

🎬 Watch Now: Feature Video

thumbnail

By ETV Bharat Odisha Team

Published : Jun 17, 2024, 4:50 PM IST

Eid al Adha 2024: ଭଦ୍ରକ: ଆଜି ଦେଶବ୍ୟାପୀ ପାଳନ ହେଉଛି ପବିତ୍ର ଇଦ ଇଲ ଜୁହା ପର୍ବ । ଇସଲାମ ମାନ୍ୟତା ମୁତାବକ ଇସଲାମ ସମ୍ପ୍ରଦାୟର ଧର୍ମଗୁରୁ ପ୍ରୋଫେଟ ମହମ୍ମଦଙ୍କ ପୂର୍ବ ପୁରୁଷ ମାନେ ଆଲ୍ଲା ତଥା ଇଶ୍ବରଙ୍କ ଦିବ୍ୟବାଣୀ ଅନୁଯାୟୀ, ନିଜର ସନ୍ତାନ ମାନଙ୍କୁ ଇଶ୍ଵରଙ୍କ ଉଦ୍ଦେଶ୍ୟରେ ବଳି ଚଢାଇବା ପାଇଁ ଉଦ୍ୟମ କରିଥିଲେ ବୋଲି ବିଶ୍ଵାସ ରହିଛି । ସେହି ସମୟରେ ଆଲ୍ଲା ଆବିର୍ଭାବ ହୋଇ ବଳିକୁ ବନ୍ଦ ରଖିଥିଲେ ବୋଲି ଜଣାଯାଏ । ସେହି ଦିନ କୁ ସ୍ମରଣ ରଖିବା ପାଇଁ ସେବେ ଠାରୁ ଇସଲାମ ଧର୍ମାବଲମ୍ବୀ ମାନେ ବଳିଦାନର ପର୍ବ ଭାବେ ଇଦ୍-ଉଲ୍-ଜୁହା ନାମରେ ପାଳନ କରିଥାନ୍ତି ।  

ଏହା ମଧ୍ୟ ପଢନ୍ତୁ... ଇଦ-ଉଲ-ଜୁହାକୁ ନେଇ ସାରା ଦେଶ ଉତ୍ସବମୁଖର, ଜାଣନ୍ତୁ କାହିଁକି ଏହି ପର୍ବକୁ କୁହାଯାଏ ତ୍ୟାଗ ଓ ସମର୍ପଣର ପର୍ବ ? - Eid al Adha 2024

ଭଦ୍ରକ କୁଆଁସ ସ୍ଥିତ ଇଦଗାହା ମଇଦାନ ତଥା ଅନ୍ୟାନ୍ୟ 33 ଟି ମସଜିଦ ଠାରେ ହଜାର ହଜାର ଶ୍ରଦ୍ଧାଳୁ ସମୂହ ନମାଜ ପାଠ ଏବଂ କୋରାନ ପାଠ କରିଛନ୍ତି । ସବୁ ମୁସଲିମ୍‌ ସମ୍ପଦ୍ରାୟ ଏକତ୍ରିତ ହୋଇ ନମାଜ ପାଠ କରିବା ସହ ପରସ୍ପରକୁ ଇଦ୍-ଉଲ୍-ଜୁହାର ମୁବାରକ ତଥା ଶୁଭେଚ୍ଛା ଜଣାଉଛନ୍ତି । ତେବେ ଏହି ପର୍ବରେ ଉଭୟ ହିନ୍ଦୁ ଏବଂ ମୁସଲମାନ ସମ୍ପ୍ରଦାୟର ଲୋକେ ଏକାଠି ହୁଅନ୍ତି ଭଦ୍ରକ ସହରରେ । ଭାଇଚାରାର ମାହୋଲ ମଧ୍ୟରେ ପାଳନ ହେଉଥିବା ଏହି ପର୍ବକୁ ସୂଚାରୁ ରୂପେ ସମ୍ପାଦନ କରିବା ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମଗ୍ର ଜିଲ୍ଲାରେ 2 ଜଣ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, 9 ଜଣ ଡିଏସପି, 13 ଜଣ ଇନିସପେକ୍ଟର, 65 ଜଣ ଏସ ଆଇ ଏବଂ ଏ ଏସ ଆଇ ଙ୍କ ସମେତ 20 ପ୍ଲାଟୁନ୍ ପୋଲିସ ଫୋର୍ସ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି ବୋଲି ଜଣାପଡିଛି । ମୋଟାମୋଟି ଭଦ୍ରକ ଜିଲ୍ଲାରେ ଏହି ବଳିଦାନର ପର୍ବକୁ ବେଶ ଆନନ୍ଦ ଉଲ୍ଲାସର ସହ ଭାଇଚାରା ମଧ୍ୟରେ ଇସଲାମ ଧର୍ମାବଲମ୍ବୀ ମାନେ 3 ଦିନ ଧରି ପାଳନ କରିବେ ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.