ଚା' ଖଟିରେ ଲୋକଙ୍କ ସମସ୍ୟା ବୁଝିଲେ ବିଧାୟକ ସରୋଜ ପ୍ରଧାନ, ପୁରୁଣା-ନୂଆ ବସଷ୍ଟାଣ୍ଡ ପରିଦର୍ଶନ କଲେ - Mla saroj kumar pradhan meet people
🎬 Watch Now: Feature Video
ବୌଦ୍ଧ: ସକାଳ ଚା' ଖଟିରେ ପହଞ୍ଚି ଲୋକଙ୍କ ସମସ୍ୟା ଶୁଣିଲେ ନବନିର୍ବାଚିତ ବିଧାୟକ ସରୋଜ କୁମାର ପ୍ରଧାନ । ଏଥିସହ ଜିଲ୍ଲା ସଦରମହକୁମା ବସଷ୍ଟାଣ୍ଡଠାରେ ପହଞ୍ଚି ନିର୍ମାଣଧୀନ ନୂତନ ବସଷ୍ଟାଣ୍ଡକୁ ବିଧାୟକ ବୁଲି ଦେଖିବାର ସହ ଏହାର ନିର୍ମାଣଶୈଳୀ ଦେଖି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ସମୟରେ ସେ ବିଭିନ୍ନ ବର୍ଗର ନାଗରିକମାନଙ୍କ ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ପୁରୁଣା ବସଷ୍ଟାଣ୍ଡ ଅତ୍ୟନ୍ତ ଅବହେଳିତ ତଥା ପୂର୍ତ୍ତ ଗନ୍ଧମୟ ପରିବେଶ ମଧ୍ୟରେ ଥିବା ବେଳେ ଯାତ୍ରୀଙ୍କ ପାଇଁ କୌଣସି ସୁବିଧା ନଥିବା ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏଥିସହ ପୁରୁଣା ବସଷ୍ଟାଣ୍ଡରେ ଦୂଷିତ ପାଣି ନିଷ୍କାସନ ବ୍ୟବସ୍ଥା ନଥିବାରୁ ଅଞ୍ଚଳଟି ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶରେ ପରିଣତ ହୋଇଛି ।
ଏହା ମଧ୍ୟ ପଢନ୍ତୁ: ବୌଦ୍ଧ ଜିଲ୍ଲାରେ ଡାକ୍ତର ମରୁଡି, ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ
ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଅତି ତରବରିଆ ଭାବରେ ନୂତନ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ କୈାଣସି ପ୍ଲାନରେ ହୋଇନଥିବା ବେଳେ ଏନେଇ ବିଧାୟକ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ନୂତନ ବସଷ୍ଟାଣ୍ଡ ତ୍ରୁଟିପୂର୍ଣ୍ଣ ଭାବରେ ନିର୍ମାଣ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଆଉ ଗୋଟିଏ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ ପାଇଁ ପ୍ରଚେଷ୍ଟା କରାଯିବ ବୋଲି ବିଧାୟକ ସୂଚନା ଦେଇଛନ୍ତି । ନୂତନ ବିଧାୟକ ସରୋଜ କୁମାର ପ୍ରଧାନ ବିଭିନ୍ନ ବର୍ଗର ନାଗରିକମାନଙ୍କ ସହଯୋଗ ପାଇଁ ସେମାନଙ୍କ ନିକଟରେ ପହଞ୍ଚି କୃତଜ୍ଞତା ଜଣାଇବା ସହିତ ଲୋକଙ୍କ ଦୁଃଖ ସମସ୍ୟା ଶୁଣି ଏସବୁର ସମାଧାନ ପାଇଁ ପ୍ରଚେଷ୍ଟା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ବିଶେଷ ଭାବରେ ଆବାସ, ରାସନ, ସାମାଜିକ ସୁରକ୍ଷା ଭଳି ଯୋଜନାରୁ ବଞ୍ଚିତ ଗରିବ ଅସହାୟ ହିତାଧିକାରୀଙ୍କ ନିକଟରେ କିଭଳି ସରକାରୀ ଯୋଜନା ସଠିକ ଭାବରେ ପହଞ୍ଚି ପାରିବ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି ।
ଇଟିଭି ଭାରତ, ବୌଦ୍ଧ