thumbnail

By ETV Bharat Odisha Team

Published : Feb 4, 2024, 9:35 PM IST

ETV Bharat / Videos

ଦୂର ହେବ ଚାଷୀଙ୍କ ଦୁଃଖ, ଭୁବନ ଅଞ୍ଚଳରେ ୩ଟି ବ୍ରିଜର ଭିତ୍ତିପ୍ରସ୍ତର ସ୍ଥାପନ

ଢେଙ୍କାନାଳ: ଜିଲ୍ଲା ଭୁବନ ଅଞ୍ଚଳରେ ତିନୋଟି ବ୍ରିଜର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ । ଏଗାର କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଏହି ତିନୋଟି ପ୍ରକଳ୍ପ । ବର୍ଷେ ଭିତରେ ପ୍ରକଳ୍ପ ନିର୍ମାଣ ଶେଷ କରିବାକୁ ନିର୍ଦ୍ଦେଶ । ଏହାଦ୍ୱାର ହଜାର ହଜାର ଚାଷୀ ଉପକୃତ ହେବେ ।

ଜିଲ୍ଲାର ଭୁବନ ବ୍ଲକ ଅନ୍ତର୍ଗତ ବାରୁଆଁ ପଞ୍ଚାୟତର ଧନେଇ ନାଳ, ମୁରୁଗା ଗ୍ରାମର ନାଳ ଓ ନିଳକଣ୍ଠପୁର ଗ୍ରାମର ରଙ୍ଗମାଟିଆ ନାଳରେ ବ୍ରିଜ ଶୁଭ ଉଦଘାଟନ କରାଯାଇଛି । ଏହି ତିନୋଟି ନାଳ ଯୋଗୁଁ ଚାଷୀମାନେ ଚାଷ ଜମିକୁ ଯିବା ପାଇଁ ସମସ୍ୟା ଦେଖାଦେଉଥିଲା । ତେଣୁ ତିନୋଟି ଗ୍ରାମର ଚାଷୀମାନେ ସରକାରଙ୍କ ନିକଟରେ ବ୍ରିଜ ନିର୍ମାଣ ପାଇଁ ଦାବି କରିଆସୁଥିଲେ । ତେବେ ସରକାରଙ୍କ ବିଜୁ ସେତୁ ଯୋଜନା ଅନ୍ତର୍ଭୁକ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଆଜି ଚାଷୀମାନଙ୍କର ଉନ୍ନତି ପାଇଁ ଖଣି ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଶୁଭ ଉଦଘାଟନ କରିଛନ୍ତି । ଏହି ପ୍ରକଳ୍ପକୁ ଏକ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଠିକାଦାରକୁ ନିର୍ଦ୍ଦେଶ ଦେଇଛନ୍ତି । 

ଏହା ମଧ୍ୟ ପଢନ୍ତୁ ..... ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ମୋଦି; ଓଡିଶାକୁ 68000 କୋଟିର ପ୍ରକଳ୍ପ ଦେଲେ ଉପହାର


ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.