thumbnail

ନିରବୀ ଗଲେ ଖଲ୍ଲିକୋଟ ରାଣୀ, ସବୁ ମହଲରେ ଶୋକର ଛାୟା

By ETV Bharat Odisha Team

Published : Feb 10, 2024, 4:26 PM IST

Khallikote Queen V Sugnana Kumari Deo passes away, ବ୍ରହ୍ମପୁର : ଆରପାରିରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟର ରାଣୀ ସାହେବା ତଥା ୧୦ ଥରର ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓ । ଏପରି ଏକ ଦୁଃଖଦ ଖବର ଜଣାପଡିବା ପରେ ଏହାକୁ ନେଇ ବ୍ରହ୍ମପୁର ସହରଠାରୁ ଆରମ୍ଭ କରି ଗଞ୍ଜାମ ଜିଲ୍ଲା ସମେତ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ଖଲ୍ଲିକୋଟର ରାଣୀ ଭି. ସୁଜ୍ଞାନ କୁମାରୀ ଚେନ୍ନାଇଠାରେ ଥିବା ବାସଭବନରେ ରହି ଆସୁଥିବା ବେଳେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଥିବାରୁ ଚିକିତ୍ସା ପାଇଁ ସେଠାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି(ଶୁକ୍ରବାର) ରାତିରେ ଚେନ୍ନାଇରେ ପହ‌ଞ୍ଚି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ପରେ ବିଳମ୍ବିତ ରାତିରେ 87 ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ଆଜି ସନ୍ଧ୍ୟାରେ ତାଙ୍କ ପାର୍ଥିବ ଶରୀର ଭୁବନେଶ୍ୱରରେ ଆସି ପହଞ୍ଚିବ ।  

ଏହା ମଧ୍ୟ ପଢ଼ନ୍ତୁ.....ଆରପାରିରେ ଖଲ୍ଲିକୋଟ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓ

ସେପଟେ ଖଲ୍ଲିକୋଟ ରାଣୀ ସାହେବାଙ୍କ ବିୟୋଗକୁ ନେଇ ସମସ୍ତେ ତାଙ୍କର ସ୍ମୃତିଚାରଣ କରିଛନ୍ତି । ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ଅନେକ ସମସ୍ୟା ହେଉ ବା ଗଞ୍ଜାମ ଜିଲ୍ଲାର ସମସ୍ୟା ଏହି ସମସ୍ତ କ୍ଷେତ୍ରରେ ଅଞ୍ଚଳର ଜନସାଧାରଣଙ୍କ ସହିତ ଟେଲିଫୋନ ଯୋଗେ ହେଉ ବା ସିଧାସଳଖ ଆଲୋଚନା କରୁଥିଲେ ରାଣୀସାହେବା । ତେବେ ରାଣୀସାହେବାଙ୍କ ପରଲୋକରେ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.