ETV Bharat / state

'ଗାଥା ଓଡ଼ିଶାର:ବନ୍ଦେ ଉତ୍କଳ ଜନନୀ'ରେ ଓଡ଼ିଆ ଅସ୍ମିତାର ଝଲକ, ପ୍ରବାସୀଙ୍କୁ କଲା ମନ୍ତ୍ରମୁଗ୍ଧ - GATHA ODISHARA

ପ୍ରବାସୀ ଭାରତୀୟ ଦିବସ ସାଂସ୍କୃତିକ ସନ୍ଧ୍ୟାରେ ମୁକ୍ତାକାଶ ରଙ୍ଗମଞ୍ଚ । ଓଡ଼ିଆ ଅସ୍ମିତା ଆଧାରରେ ନୃତ୍ୟ ନାଟିକା 'ଗାଥା ଓଡ଼ିଶାର : ବନ୍ଦେ ଉତ୍କଳ ଜନନୀ' ।

Cultural Show' Gatha Odishara: Bande Utkal Janani'
Cultural Show 'Gatha Odishara: Bande Utkal Janani' (ETV Bharat Odisha)
author img

By ETV Bharat Odisha Team

Published : 13 hours ago

ଭୁବନେଶ୍ବର : ୧୮ ତମ ପ୍ରବାସୀ ଭାରତୀୟ ଦିବସର ଆଜି ଦ୍ବିତୀୟ ଦିନ । ଆଲୋକମାଳାରେ ଝଲସୁଛି ମନ୍ଦିରମାଳିନୀ ସହର ଭୁବନେଶ୍ୱର । ଗତକାଲି ପ୍ରବାସୀ ଭାରତୀୟ ଦିବସ ସାଂସ୍କୃତିକ ସନ୍ଧ୍ୟାରେ ମୁକ୍ତାକାଶ ରଙ୍ଗମଞ୍ଚରେ ପରିବେଷଣ ହୋଇଥିଲ ନୃତ୍ୟ ନାଟିକା 'ଗାଥା ଓଡ଼ିଶାର : ବନ୍ଦେ ଉତ୍କଳ ଜନନୀ' । ଓଡ଼ିଆ ଅସ୍ମିତାକୁ ଆଧାର କରି ପ୍ରସ୍ତୁତ ହୋଇଥିବା ଏହି ନୃତ୍ୟ ନାଟିକା ସମସ୍ତ ଦର୍ଶକମାନଙ୍କୁ ବିମୋହିତ କରିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଏହି ସାଂସ୍କୃତିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।

Cultural Show
Cultural Show (ETV Bharat Odisha)

'ଗାଥା ଓଡ଼ିଶାର'

ଓଡ଼ିଶାର କଳା, ଭାସ୍କର୍ଯ୍ୟ, ସାହିତ୍ୟ, ସଂସ୍କୃତି, ଐତିହ୍ୟ ଏବଂ ପରମ୍ପରାକୁ ନେଇ ପ୍ରସ୍ତୁତ ହୋଇଥିଲା 'ଗାଥା ଓଡ଼ିଶାର' ନୃତ୍ୟ ନାଟିକା । ପ୍ରାଚୀନ ଇତିହାସରୁ ଆରମ୍ଭ କରି ଆଧୁନିକ ଇତିହାସ, କଳିଙ୍ଗ ଯୁଦ୍ଧ ଓ ପାଇକ ବିଦ୍ରୋହରୁ ନେଇ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ମିଳିବା ପର୍ଯ୍ୟନ୍ତ ଓଡ଼ିଶାର ଏହି ଗୌରବମୟ ଗାଥାକୁ 'ଗାଥା ଓଡ଼ିଶାର' ନୃତ୍ୟ ନାଟିକା ମାଧ୍ୟମରେ ଖୁବ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଛି । ଏଥି ସହିତ ଜଗନ୍ନାଥ ସଂସ୍କୃତି, ଓଡ଼ିଆ ଭାଷା, ସାହିତ୍ୟ, ପରମ୍ପରା, ପର୍ବପର୍ବାଣୀ ଆଦିକୁ ନୃତ୍ୟଶିଳ୍ପୀମାନେ ମୁକ୍ତାକାଶ ମଞ୍ଚରେ ଅତି ସୁନ୍ଦର ଭାବେ ପ୍ରଦର୍ଶିତ ହୋଇଛି । ଯାହା ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଛି । ନୃତ୍ୟନାଟିକାରେ ଆଧୁନିକ ଓଡ଼ିଶାର ଶିଳ୍ପ, ସ୍ଥାପତ୍ୟ, ହସ୍ତତନ୍ତ, ବୟନଶିଳ୍ପ ଆଦି ପ୍ରଦର୍ଶିତ ହୋଇଛି । ଏହାସହ ନାରୀ ସଶକ୍ତିକରଣ ଏବଂ ଓଡ଼ିଶାର ନିର୍ମାଣରେ ମହିଳାମାନଙ୍କର ଭୂମିକାକୁ ମଧ୍ୟ ପ୍ରଦର୍ଶିତ କରାଯାଇଛି । ବସୁଧୈବ କୁଟୁମ୍ବକମର ବାର୍ତ୍ତା ପ୍ରଦାନ କରୁଥିବା ଏହି ନୃତ୍ୟ ନାଟିକାରେ ପ୍ରାୟ ୩୫୦ ନୃତ୍ୟ ଶିଳ୍ପୀ ଅଂଶଗ୍ରହଣ କରିଛନ୍ତି ।

Cultural Show
Cultural Show (ETV Bharat Odisha)
Cultural Show
Cultural Show (ETV Bharat Odisha)

ଏହା ବି ପଢନ୍ତୁ...ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦି, ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ କରିବେ ସମ୍ବୋଧନ

ଏହା ବି ପଢନ୍ତୁ...ରାଜଧାନୀରେ ପ୍ରବାସୀ ମହାକୁମ୍ଭ, ଦେଖନ୍ତୁ ଝଲକ୍‌

Cultural Show
Cultural Show (ETV Bharat Odisha)

'ଓଡ଼ିଶାର ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ଏକ ନିଚ୍ଛକ ନିଦର୍ଶନ'
"ଗାଥା ଓଡ଼ିଶାର ନୃତ୍ୟ ନାଟିକା ମାଧ୍ୟମରେ ଓଡ଼ିଶାର ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ଏକ ନିଚ୍ଛକ ନିଦର୍ଶନ ଦେଖିବାକୁ ମିଳିଛି" ବୋଲି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର କହିଛନ୍ତି । କାର୍ଯ୍ୟକ୍ରମରେ ଓଡ଼ିଶାର ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଗ୍ରାମ୍ୟ ଉନ୍ନୟନ ବିଭାଗର ମନ୍ତ୍ରୀ ରବି ନାରାୟଣ ନାଏକ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂ ଦେଓ, କଳାହାଣ୍ଡି ସାଂସଦ ମାଳବିକା ଦେବୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପ୍ରମୁଖ ଉପସ୍ଥିତ ଥିଲେ । ଗାଥା ଓଡ଼ିଶାର ନୃତ୍ୟ ନାଟିକାଟି ୮ଟି ଶାସ୍ତ୍ରୀୟ ନୃତ୍ୟ ଓ ଓଡ଼ିଶାର ଲୋକନୃତ୍ୟକୁ ନେଇ ପ୍ରସ୍ତୁତ ହୋଇଛି । ଗୁରୁ ଡ଼କ୍ଟର ଅରୁଣା ମହାନ୍ତି ଏହି ନୃତ୍ୟ ନାଟିକାର କୋରିୟୋଗ୍ରାଫି କରିଛନ୍ତି ।

Cultural Show
Cultural Show (ETV Bharat Odisha)

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.