ଶୁଭମୟ ହେବ ଦିନ, ଦର୍ଶନ କରନ୍ତୁ ଶ୍ରୀମନ୍ଦିରରେ ପଟିଦିଅଁଙ୍କ ମଙ୍ଗଳ ଆଳତି - Mangala Alati of Patidian

By ETV Bharat Odisha Team

Published : Jun 28, 2024, 6:51 AM IST

thumbnail
Patidian Mangala Alati (ETV Bharat Odisha)

Patidian Mangala Alati: ପୁରୀ: ମହାପ୍ରଭୁଙ୍କ ଅଣସର ନୀତିର ଆଜି ଷଷ୍ଠ ଦିନ । 108 ଗରା ସୁବାସିତ ଜଳରେ ସ୍ନାନ କରି ଅସୁସ୍ଥ ହୋଇ ଅଣସର ପିଣ୍ଡିରେ ଶ୍ରୀଜିଉ । ଅନ୍ଧାର ଗୃହରେ ତିନି ଠାକୁରଙ୍କୁ ସୁସ୍ଥ କରିବା ଲାଗି ଗୁପ୍ତ ଉପଚାର ଚାଲିଛି  । ଏହି ସମୟରେ ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟିଦିଅଁ । ଜଗମୋହନରେ ବିଜେ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ପଟିଦିଅଁ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଶ୍ରୀନାରାୟଣ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ଭୁବନେଶ୍ବରୀ ଓ ବଡଠାକରୁ ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବଙ୍କୁ ପଟିଦିଅଁ ରୂପେ ପୂଜା କରାଯାଉଛି । ନବ ଯୌବନରେ ଠାକୁର ଦର୍ଶନ ଦେବା ପର୍ଯ୍ୟନ୍ତ ପଟିଦିଅଁ ପୂଜା ପାଇବେ । ଆଜି ସକାଳୁ ପଟିଦିଅଁଙ୍କ ମଙ୍ଗଳ ଆଳତି ନୀତି ସମ୍ପନ୍ନ ହୋଇଛି । ଘଣ୍ଟଘଣ୍ଟା ଓ ଶଙ୍ଖ ନାଦରେ ପ୍ରକମ୍ପିତ ହୋଇଛି ମନ୍ଦିର ପରିସର । ଶ୍ରଦ୍ଧାଳୁମାନେ ଉପସ୍ଥିତ ରହି ମଙ୍ଗଳ ଆଳତି ଦର୍ଶନ କରିବା ସହ ପ୍ରଭୁଙ୍କ ଆଶିଷ ଲାଭ କରିଛନ୍ତି । ତେବେ ଶ୍ରୀବିଗ୍ରହମାନେ ରତ୍ନବେଦୀରେ ବିଜେ ନଥିବାରୁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା କମ ରହିଛି  । 

ପୁରୀ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.