କୋର୍ଟରୁ ଚମ୍ପଟ ମାରିଲା ନାବାଳିକା ଦୁଷ୍କର୍ମକାରୀ ଅଭିଯୁକ୍ତ, CCTVରେ ଦୃଶ୍ୟ କଏଦ - Rape Accused Escape from Court

By ETV Bharat Odisha Team

Published : Jul 20, 2024, 7:35 PM IST

thumbnail
କୋର୍ଟରୁ ନାବାଳିକା ଦୁଷ୍କର୍ମକାରୀ ଅଭିଯୁକ୍ତ ଚମ୍ପଟ (ETV Bharat Odisha)

ଖୋର୍ଦ୍ଧା: କୋର୍ଟରୁ ଚମ୍ପଟ ମାରିଲା ନାବାଳିକା ଦୁଷ୍କର୍ମକାରୀ ଅଭିଯୁକ୍ତ । ଆଜି ପୋସ୍କୋ କୋର୍ଟରେ ଶୁଣାଣି ପାଇଁ ଆସିଥିଲା ଅଭିଯୁକ୍ତ । ଶୁଣାଣି ସମୟରେ ପୋଲିସକୁ ଧକ୍କା ଦେଇ ମାରିଲା ଚମ୍ପଟ । ଫେରାର କଏଦୀ ନାମ ସୁକାନ୍ତ ନାୟକ । ପୋଲିସ ସୁକାନ୍ତକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି । ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା କୁହୁଡି ଥାନାରେ 2022 ମସିହାରେ ନାବାଳିକାକୁ ଦୁଷ୍କର୍ମ ଭଳି ସଂଗୀନ ପୋସ୍କୋ ମାମଲାରେ ଅଭିଯୁକ୍ତ ଭୁବନେଶ୍ବର ଝାରପଡା ଜେଲରେ ବିଚାରଧୀନ ବନ୍ଦୀ ଭାବେ ସଜ୍ଜା ପାଉଥିଲା ।  

ଏହା ବି ପଢନ୍ତୁ- ଉପଖଣ୍ଡ କାରାଗାରରୁ କଏଦୀ ଚମ୍ପଟ ଘଟଣା; ଜେଲର ଚିଫ୍ ୱାର୍ଡର ନିଲମ୍ବିତ 

ତେବେ ଏହି ମାମଲାରେ ତାଙ୍କୁ ଆଜି ଖୋର୍ଦ୍ଧା ପୋସ୍କୋ କୋର୍ଟରେ ତଦନ୍ତକାରୀ ଅଧିକାରୀଙ୍କ ସାକ୍ଷୀ ଥିଲା ଏବଂ ଆଜି ତାକୁ ସଜ୍ଜା ହେବାର ଥିଲା । ତେଣୁ ଅଭିଯୁକ୍ତକୁ ଭୁବନେଶ୍ବର ଝାରପଡ଼ା ଜେଲରୁ କଡା ସୁରକ୍ଷାରେ ଅଣାଯାଇ ହାଜର କରାଯାଇଥିଲା କିନ୍ତୁ ସୁରକ୍ଷା କର୍ମୀଙ୍କ ଅସାବଧାନତାର ସୁଯୋଗ ନେଇ ଅଭିଯୁକ୍ତ ଜଣକ କୋର୍ଟ ପରିସରରୁ ଦୌଡ଼ି ପଳାଇଛି । ସୁରକ୍ଷା କର୍ମଚାରୀ ମଧ୍ୟ ତା ପଛରେ ଗୋଡ଼ାଇଥିବା ବେଳେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇନଥିବା ଜଣାପଡିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.